ଚେକ କରି ନିଅନ୍ତୁ ନିଜର ବ୍ୟାଙ୍କ ଖାତା, ସରକାର ପଠାଇଛନ୍ତି ୨-୨ ହଜାର ଟଙ୍କା, ଆସି ନଥିଲେ ଏହି ନମ୍ବରରେ କରନ୍ତୁ କଲ

ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି । ଏହି ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବହୁତ ଲୋକ ଏହି ସଂକ୍ରମଣର ଶିକାର ହେଉଛନ୍ତି ଏବଂ ଅନେକ ଲୋକ ଏହି ସଂକ୍ରମଣରୁ ଭଲ ମଧ୍ୟ ହୋଇ ସାରିଲେଣି । ସେହି ସଂକ୍ରମଣ କୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଯେଉଁଥି ପାଇଁ ସବୁ ଦୋକାନ ବଜାର ବନ୍ଦ କରାଯାଇ ଥିଲା । କିନ୍ତୁ ବର୍ତ୍ତମାନ ଏହାକୁ କୋହଳ କରାଯାଇଛି ଏବଂ କେତେକ ଦୋକାନ ମଧ୍ୟ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ଖୋଲୁଛି ।

କରୋନା ମହାମାରୀ ସଙ୍କଟ ସମୟରେ ସରକାର କୋଟି କୋଟି ଲୋକଙ୍କୁ ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ଯୋଜନା ପାଇଁ ୯.୧୩ କୋଟି କୃଷକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ପଠାଇଛନ୍ତି । ଲକଡାଉନ ସମୟରେ ଗରିବ ଏବଂ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ରିଲିଫ ପ୍ୟାକେଜର ଘୋଷଣା କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଗରିବ ପରିବାରକୁ ମାଗଣାରେ ରାସନ ଯୋଗାଇ ଦେଉଛନ୍ତି ।

ଏହା ସହିତ ମହିଳା ଜନଧନ ବ୍ୟାଙ୍କ ଖାତାରେ ପ୍ରତି ମାସରେ ୫୦୦ ଟଙ୍କା ପଠାଉଛନ୍ତି । ଏହା ସହିତ ମଧ୍ୟ କୃଷକ ମାନଙ୍କୁ ସହାୟତା ରୂପରେ ଟଙ୍କା ପଠାଯାଇଛି । ସରକାର ପ୍ରଧାନମନ୍ତ୍ରୀ କୃଷକ ଯୋଜନା ପାଇଁ ୯.୧୩ କୋଟି କୃଷକ ମାନଙ୍କୁ ୧୮,୨୫୩ କୋଟି ଟଙ୍କା ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟ ଟୁଇଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି ।

ସବୁଠାରୁ ପ୍ରଥମେ ଚେକ କରନ୍ତୁ ଆପଣଙ୍କର ନାମ

ଏହି ତାଲିକାରେ ଆପଣଙ୍କର ନାମ ଅଛି କି ନାହିଁ ଜାଣିବା ପାଇଁ ଆପଣ ୱେବସାଇଟ pmkisan.gov.in କୁ ଯାଆନ୍ତୁ । ସେଠାରେ ହୋମ ପେଜର ମେନୁ ବାର ରେ ଫାର୍ମର କର୍ନର ର ଅପସନ ଥିବ । ସେଠାରେ କ୍ଲିକ କରିବା ପରେ ଆପଣଙ୍କୁ ‘ବେନିଫିସିଆରି ଲିଷ୍ଟ’ର ଲିଙ୍କ ମିଳିବ । ତାହା ଉପରେ କ୍ଲିକ କଲେ ଏକ ଫର୍ମ ଖୋଲିବ । ସେଥିରେ ଆପଣ ଆପଣଙ୍କର ରାଜ୍ୟ, ଜିଲ୍ଲା, ଉପଜିଲ୍ଲା, ବ୍ଲକ ଏବଂ ଗାଁ ବିଷୟରେ ଲେଖିବେ । ଏହାପରେ get report ଉପରେ କ୍ଲିକ କରିବେ ଏହାପରେ ସମ୍ପୂର୍ଣ ଲିଷ୍ଟ ଖୋଲିଯିବ ।

ଯଦି ଖାତାରେ ଟଙ୍କା ଆସିନଥିବ

ଯଦି ଆପଣଙ୍କ ନାମ ତାଲିକାରେ ଥିବା ପରେ ଆପଣଙ୍କ ଖାତାକୁ ପଇସା ଆସିନାହିଁ ତାହେଲେ ଆପଣ ଲେଖପାଳ ଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ସମ୍ପର୍କ କରି ପାରିବେ । ଏହା ଛଡା କେନ୍ଦ୍ରୀୟ କୃଷି ହେଲ୍ପ ଲାଇନ ନମ୍ବର ଦ୍ଵାରା ବି ଆପଣଙ୍କୁ ସାହାଯ୍ୟ ମିଳି ପାରିବ । ଆପଣ ପ୍ରଧାନମନ୍ତ୍ରୀ କୃଷକ ହେଲ୍ପ ଲାଇନ ୧୫୫୨୬୧ ବା ଟୋଲ ଫ୍ରୀ ୧୮୦୦୧୧୫୫୨୬ ନମ୍ବରରେ ସମ୍ପର୍କ କରି ପାରିବେ । ଆପଣ ମନ୍ତ୍ରାଳୟର ୦୧୧-୨୩୩୮୧୦୯୨ ଏହି ନମ୍ବରରେ ମଧ୍ୟ ସମ୍ପର୍କ କରି ପାରିବେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।