“ଲଜ୍ୟା ଲାଗୁନି ନରେନ୍ଦ୍ର ମୋଦି ? ଦାଢି କାଟିଦିଅ ବେକାର…” ପ୍ରଧାନମନ୍ତ୍ରୀ Sri Narendra Modi କଟାକ୍ଷ କରି ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Bhai, ଦେଖନ୍ତୁ video

ଗତ ବୁଧବାର ଦିନ ପଞ୍ଜାବରେ ଏପରି ଏକ ଘଟଣା ଘଟିଛି ଯାହା ଭାରତ ଇତିହାସରେ ହୁଏତ କେବେ ମଧ୍ୟ ଘଟି ନଥିଲା । ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ଫିରୋଜପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ । କିନ୍ତୁ ରାସ୍ତାରେ ଆନ୍ଦୋଳନକାରୀ ମାନେ ତାଙ୍କ ରାସ୍ତା ଅବରୋଧ କରି ଦେଇଥିଲେ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି । ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

ଇତିମଧ୍ୟରେ କଂଗ୍ରେସ ବିଧାୟକ ସୁର ଭାଇ ମଧ୍ୟ ଏହି ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଆରମ୍ଭରୁ ସେ କହିଛନ୍ତି କି, ଭାରତର ବରିଷ୍ଠ ନେତା ଯେଉଁ ଦଳର ପଛେ ହୋଇଥାନ୍ତୁ ତାଙ୍କୁ ସମ୍ମାନ ଦେବା ଉଚିତ । ମୋଦିଙ୍କୁ ଯେଉଁଭଳି ବ୍ୟବହାର ଦେଖାଗଲା ତାହା ଠିକ ହୋଇନାହିଁ ବରଂ ଏକଦମ ଭୁଲ । ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ, ତାଙ୍କୁ ଅଧଘଣ୍ଟା ଏହିପରି ରଖି ଫେରାଇ ଦେବା ବିଲକୁଲ ମଧ୍ୟ ଠିକ ହୋଇ ନାହିଁ ବୋଲି କହିଛନ୍ତି ସୁର ଭାଇ ।

ପ୍ରଧାନମନ୍ତ୍ରୀ ମୋଦି ଏହିପରି ଅସୁବିଧାର ସମୁଖୀନ ହୋଇଥିବାରୁ ତାଙ୍କୁ ବିଭିନ୍ନ ରାଜ୍ୟ ତଥା ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସମେତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ସମବେଦନା ଜଣାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଫେରିଯିବା ବେଳେ ଏୟାରପୋର୍ଟ କର୍ମଚାରୀଙ୍କୁ କହିଥିଲେ କି, “ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବ ମୁଁ ଏଇଠୁ ଜୀବିତ ଫେରୁଛି ।” ତେବେ ମୋଦିଙ୍କ ଏପରି କଥାକୁ ନେଇ କଟାକ୍ଷ କରିଛନ୍ତି ସୁର ଭାଇ ।

ସେ କହିଛନ୍ତି, ଆହା ମୁଁ ଯଦି ବଞ୍ଚିଗଲି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ, ଲଜ୍ୟା ଲାଗୁନି ନରେନ୍ଦ୍ର ମୋଦି ? ଦାଢି କାଟି ଦେ ବେକାର ।” ତେବେ ଘଟଣାଟି ହେଉଛି ଆନ୍ଦୋଳନକାରୀ ମାନେ ପ୍ରଧାନମନ୍ତ୍ରୀଙ୍କ ରାସ୍ତା ଅବରୋଧ କରିବା ହେତୁ ଖୋଲା ସଡକରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲେ ନରେନ୍ଦ୍ର ମୋଦି । ତାଙ୍କ ସୁରକ୍ଷାକର୍ମୀ ସଡକ ଖାଲି କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଆଉ ଶେଷରେ କାର୍ଯ୍ୟକ୍ରମରେ ଯୋଗ ନଦେଇ ମୋଦିଙ୍କୁ ଫେରି ଯିବାକୁ ପଡିଥିଲା ।

ତେବେ ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାରେ ଏହା ଏକ ବଡ ଅବହେଳା କହିଲେ ଚଳେ । ଏହା ଯୋଗୁଁ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆସି ପାରିଥାନ୍ତା । ତେଣୁ ବିଭିନ୍ନ ମହଲରେ ପଞ୍ଜାବ ସରକାରଙ୍କ ଏହିପରି ଅବହେଳାକୁ ନିନ୍ଦା କରାଯାଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତ କ’ଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।