ପ୍ରଧାନମନ୍ତ୍ରୀ Sri Narendra Modi ଙ୍କ SPG ସିକ୍ଯୁରିଟି ବ୍ୟବସ୍ଥାରେ ଘଣ୍ଟାକୁ କେତେ ଖର୍ଚ୍ଚ ହୁଏ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ, ଏପରି ମୁତୟନ କରାଯାଏ ସୁରକ୍ଷା ବ୍ୟବସ୍ଥା, ଦେଖନ୍ତୁ video

ବର୍ତ୍ତମାନ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦବଦବା ଯେ କେତେ ଏହା ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ସ୍ପଷ୍ଟ ହୁଏ । ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ଆ-ତ-ଙ୍କ-ବା-ଦୀ-ଙ୍କ ଟାର୍ଗେଟରେ ରହିଛନ୍ତି । ତେଣୁ ସେ ଯେଉଁଠିକୁ ମଧ୍ୟ ଯାଆନ୍ତି ସେଠାରେ ଜଳ ସ୍ଥଳ ସବୁଥି ମୁତୟନ ହୋଇଥାନ୍ତି କଡା ସତର୍କ ପ୍ରହରୀ । ଆଗପଛ ସବୁଆଡେ ଘୁରି ବୁଲେ ଅଙ୍ଗରକ୍ଷୀଙ୍କ ଆଖି । ରାସ୍ତାରେ ଲାଗିଥାଏ ଗାଡିର ଲମ୍ବା ଲାଇନ ଆଉ ତା’ ସାଙ୍ଗକୁ ସ୍ଵତନ୍ତ୍ର ଏସପିଜି ସୁରକ୍ଷା ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ଏସପିଜି ହାତରେ ରହିଛି । ହେଲେ ସେ ଯେଉଁ ରାଜ୍ୟକୁ ମଧ୍ୟ ଯାଆନ୍ତି ସେଠିକାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ, ଡିଜିପି ଓ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ସୂଚନ ଦିଆଯାଏ । ସିକ୍ଯୁରିଟି ଯୋଜନା ମଧ୍ୟ ଏସପିଜି କୁ ଜଣାଇ ଦିଆଯାଏ ଓ ଆପାତକାଳୀନ ପରିସ୍ଥିତି ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଏ । ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୂର୍ବ ଅପେକ୍ଷା ମୋଦିଙ୍କ ସୁରକ୍ଷା ବଜେଟକୁ ବୃଦ୍ଧି କରାଯାଇଛି ।

ଏହା ପାଖାପାଖି ୬୦୦ କୋଟି ଯାଏଁ ବଢାଇ ଦିଆଯାଇଛି । ୨୦୧୪-୧୫ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଜେଟ ୨୮୯ କୋଟି ଥିବା ବେଳେ ୨୦୧୫-୧୬ରେ ଏହାକୁ ୩୩୦ କୋଠିକୁ ବୃଦ୍ଧି କରାଗଲା । ସେହିପରି ୨୦୧୯-୨୦ରେ ଏହି ବଜେଟକୁ ୫୪୦.୧୬କୁ ବୃଦ୍ଧି କରା ଯାଇଥିଲା । ଆଉ ଏବେ ଏହା ବୃଦ୍ଧି ପାଇ ୬୦୦ କୋଟିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦିନକୁ ପାଖାପାଖି ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଘଣ୍ଟାକୁ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ଚାରି ସ୍ତରରେ ଏସପିଜି କମାଣ୍ଡୋ ସୁରକ୍ଷା ବ୍ୟବସ୍ଥା ଆଉ ଏଥିରେ ମୁତୟନ ଥାଆନ୍ତି ୨୪ କମାଣ୍ଡୋ । କମାଣ୍ଡୋଙ୍କ ହାତରେ ଥାଏ ଏଫଏନଏଫ ୨୦୦୦ ଆସଲ୍ଟ ରାଇଫଲ, ସେମି ଅଟୋମାଟିକ ପିସ୍ତଲ ଓ ଅତ୍ୟାଧୁନିକ ହତିଆର । ବୁଲେଟ ପ୍ରୁଫ ଗାଡି ଭିତରେ ଥାଆନ୍ତି ପ୍ରଧାନମନ୍ତ୍ରୀ । ଆଉ ଦୁଇପଟେ ଥାଏ ସଶସ୍ତ୍ର ସଜ୍ଜିତ ଗାଡି । ହାଇ ପ୍ରୋଫାଇଲ ଗାଡି ବ୍ଯତୀତ ମୁତୟନ ଥାଏ ଜାମର ଓ ସ୍ପେଶାଲ ଆମ୍ବୁଲାନ୍ସ । ଖାଲି ସେତିକି ନୁହେଁ ବରଂ ଚାରିପାଖେ ଘେରି ରହିଥାନ୍ତି ୧୦୦ ସଶସ୍ତ୍ର ଯବାନ ।

୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୮ରେ ଏହି ଏସପିଜି ଆକ୍ଟକୁ ପାରିତ କରାଗଲା । ପୁଣି ୧୯୯୧ରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଏହି ଆଇନରେ ସଂଶୋଧନ କରାଗଲା । ଏହି ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ପଦରେ ଥିବା ବେଳେ ଏବଂ ପଦରୁ ହଟିବାର ଦଶ ବର୍ଷ ଯାଏଁ ଏହି ଏସପିଜି ସୁରକ୍ଷା ଦିଆଯିବ ।

ତେବେ ୨୦୦୩ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନକାଳରେ ଏହାକୁ ପୁନର୍ବାର ସଂଶୋଧନ କରାଗଲା । ୧୦ ବର୍ଷ ବଦଳରେ ଏହି ସମୟସୀମା ଏକ ବର୍ଷ ଧାର୍ଯ୍ୟ କରାଗଲା । ତେବେ ୨୦୧୯ରେ ଏହାକୁ ଆଉ ଥରେ ସଂଶୋଧନ କରାଯାଇ କେବଳ ପ୍ରଧାନମନ୍ତ୍ରୀଙ୍କୁ ହିଁ ଏସପିଜି ସୁରକ୍ଷା ମିଳିପାରିବ ବୋଲି କୁହାଗଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।