ପିଏମ ମୋଦୀଙ୍କ ସବୁଠୁ ବଡ ସମର୍ଥକ ଏହି ୫ ଜଣ ହିରୋଇନ, ନମ୍ବର ୨ ତ ବିରୋଧୀମାନଙ୍କୁ ବି ଦେଇଥାଏ ମୁହଁତୋଡ ଜବାବ

ବର୍ଷ ୨୦୧୪ ରେ ନରେନ୍ଦ୍ର ମୋଦୀ ବହୁମତ ସରକାର ଗଢିଲେ ଓ ଏହା ପରେ ବର୍ଷ ୨୦୧୯ରେ ବି ସେ ପୁଣି ଥରେ ବହୁମତ ସରକାର କରି ପ୍ରଧାନମନ୍ତ୍ରୀ ହେଲେ । ପ୍ରଧାନମନ୍ତ୍ରୀ ରୂପରେ ନରେନ୍ଦ୍ର ମୋଦୀ ବହୁତ ନିଷ୍ପତି ନେଇଛନ୍ତି ଯାହା ଦ୍ଵାରା ଭାରତର କିଛି ଲୋକ ଖୁସି ଅଛନ୍ତି ତ କିଛି ଲୋକ ରାଗି ଯାଇଛନ୍ତି । ଦେଶର ଜନତା ବି ବର୍ତ୍ତମାନ ଅଲଗା ଅଲଗା ହୋଇ ଯାଇଛନ୍ତି ଓ ଏମାନଙ୍କ ମଧ୍ୟରେ କିଛି ବଲୀଉଡ ଷ୍ଟାର ବି ସାମିଲ ଅଛନ୍ତି ।

ନରେନ୍ଦ୍ର ମୋଦୀଙ୍କ ସମର୍ଥକ ହୋଇଥିବା ଏହି ଅଭିନେତ୍ରୀମାନେ ସବୁବେଳେ ତାଙ୍କ ଦ୍ଵାରା କରାଯାଇଥିବା ସବୁ ନିଷ୍ପତିର ପ୍ରଶଂସା କରନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଇଣ୍ଟରନ୍ୟାସନାଲ ମିଡିଆରେ ବି ଏହି କଥା ପୃଷ୍ଟି ହୋଇସାରିଛି କି ମୋଦୀଙ୍କ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ପ୍ରଭାବଶାଳି ସରକାର ଅଟେ । ଆଜି ଆମେ ଆପଣଙ୍କୁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରୁଥିବା କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଜୁହୀ ଚାୱଲା

ମୋଦୀ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ସବୁ ନିଷ୍ପତିକୁ ଜୁହୀ ଚାୱଲା ସୋସିଆଲ ମିଡିଆରେ ଖୋଲିକରି ପ୍ରଶଂସା କରନ୍ତି । ଗତ କିଛି ଦିନ ତଳେ ମୁମ୍ବାଇ ଗେଟ ୱେ ଅଫ ଇଣ୍ଡିଆ ରେ ହୋଇଥିବା ଏକ CAA ସମର୍ଥନ ଇଭେଣ୍ଟରେ ଜୁହୀ ଚାୱଲା ମଞ୍ଚ ଉପରକୁ ଗଲେ ଓ ସେଠି ନରେନ୍ଦ୍ର ମୋଦୀଙ୍କ ପରିଶ୍ରମ ଓ ତାଙ୍କର ବ୍ୟତିତ୍ଵର ପ୍ରଶଂସା ବି କରିଲେ ।

କଂଗନା ରନୌତ

ବଲୀଉଡର କୁଇନ ଅଭିନେତ୍ରୀ କଂଗନା ରନୌତ ବି ସୋସିଆଲ ମିଡିଆରେ ପ୍ରାୟତଃ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥାନ୍ତି । କଂଗନା ରନୌତ ଆରମ୍ଭରୁ ହିଁ ମୋଦୀଙ୍କୁ ସମର୍ଥନ କରୁଛନ୍ତି ଓ ସେ ଦେଇଥିବା ଏକ ଇଣ୍ଟରଭିୟୁରେ ସେ କହିଥିଲେ କି ମୋଦୀ ଦେଶର ଏମିତି ପ୍ରଥମ ପିଏମ ଅଟନ୍ତି ଯିଏ ଆର୍ଟ ଓ କଲ୍ଚର ର ଗଭୀର ଚିନ୍ତାଧାରା ରଖନ୍ତି । ଏହା ପୂର୍ବରୁ କେହି ବି ବଲୀଉଡକୁ ଏତେ ରେସ୍ପେକ୍ଟ ଦେଇ ନାହାନ୍ତି ।

ଶିଲ୍ପା ଶେଟ୍ଟୀ

ପିଏମ ମୋଦୀ ଓ ଶିଲ୍ପା ଶେଟ୍ଟୀଙ୍କ ମଧ୍ୟରେ ଗୋଟିଏ ସମାନତା ଏହା ଅଟେ କି ଦୁଇ ଜଣ ନିଜର ଫିଟନେସକୁ ନେଇ ସବୁବେଳେ ଜାଗୃତ ରୁହନ୍ତି । ଗତ କିଛି ଦିନ ପୂର୍ବେ ମୋଦୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଫିଟ ଇଣ୍ଡିଆ ମୂଭମେଂଟରେ ଶିଲ୍ପା ଶେଟ୍ଟୀ ସାମିଲ ହୋଇ ପ୍ରମାଣିତ କରିଦେଲେ କି ସେ ମୋଦୀଙ୍କ ସମର୍ଥକ ଅଟନ୍ତି ।

ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ଓ ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ବି ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ କରନ୍ତି । ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ରିସିପ୍ସନ ପାର୍ଟୀକୁ ନରେନ୍ଦ୍ର ମୋଦୀ ଆସିଥିଲେ ଓ ଯାହା ଦ୍ଵାରା ସେମାନଙ୍କର ସମର୍ଥନ ପୂରାପୂରି ନଜର ଆସୁଥିଲା । ଗତ ଲୋକସଭା ନିର୍ବାଚନରେ ଅନୁଷ୍କା ଶର୍ମା ମୋଦୀଙ୍କ ସମର୍ଥନରେ ଭୋଟ କରିବା ପାଇଁ ଅପିଲ ବି କରିଥିଲେ ।

ଈଶା କୋପ୍ପିକର

ଅଭିନେତ୍ରୀ ଈଶା କୋପ୍ପିକର ବି ମୋଦୀଙ୍କ ପ୍ରଶଂସକ ଅଟନ୍ତି ଓ ସେ ମୋଦୀଙ୍କୁ ସପୋର୍ଟ କରିବା ପାଇଁ ନିଜେ ବିଜେପି ସହ ଯୋଡି ହୋଇଛନ୍ତି । ଇଣ୍ଡିଆ ଟିଭି ସହ କଥା ହେବା ସମୟରେ ସେ କହିଲେ କି ମୋଦୀଙ୍କ ବିଚାର ତାଙ୍କୁ ରାଜନୀତିରେ ଆସିବା ପାଇଁ ପ୍ରେରଣା ଦେଲା । ସେ ଚାହୁଁଛନ୍ତି କି ମୋଦୀ ବାରମ୍ବାର ପ୍ରଧାନମନ୍ତ୍ରୀ ହୁଅନ୍ତୁ କାରଣ ସେ ନିଜର ପ୍ରତିଜ୍ଞାକୁ ପୂରଣ କରୁଛନ୍ତି ।