ଡାଏରୀରେ ଲେଖିଗଲା ରିତିକା – ସ୍ଵାମୀ ଭଲ ପାଉ ନ ଥିଲା, ମାରପିଟ କରୁଥିଲେ ଶାଶୁଘର ଲୋକେ, ଆଉ ତା ପରେ…

ବିବାହ ପରେ ନୂଆ ପରିବାରର ଅଂଶ ହୋଇଥିବା ନୂଆ ବୋହୂର ସବୁଠୁ ବଡ ସାହାରା ହୋଇଥାଏ ତାହାର ସ୍ଵାମୀ । କିନ୍ତୁ ପ୍ରାୟତଃ ଶାଶୁଘରେ ନୂଆ ବିବାହିତା ଝିଅମାନଙ୍କୁ ବହୁତ ସମସ୍ୟା ହୋଇଥାଏ, କିନ୍ତୁ ଯଦି ସ୍ଵାମୀର ସାଥ ମିଳିଯାଏ ତେବେ ତାକୁ ସବୁ ପ୍ରକାରର ସମସ୍ୟା ସହ ଲଢିବା ପାଇଁ ସାହସ ମିଳିଥାଏ । କିନ୍ତୁ ବିଠୁର ର ଲବକୁଶ ନଗରର ଏହି ନୂଆ ବିବାହିତା ଝିଅ ନିଜର ସ୍ଵାମୀର ପ୍ରେମ ଏକ ବର୍ଷ ଧରି ନ ମିଳିବାରୁ ଶେଷରେ ଚିଡିଯାଇ ନିଜର ଜୀବନ ହିଁ ଦେଇଦେଲା । କହିବାକୁ ଗଲେ ତାହା ପାଖରୁ ମିଳିଥିବା ଏକ ଡାଏରୀରେ ତାହାର ସବୁ ଦୁଃଖ ବିଷୟରେ ସେ ଉଲ୍ଲେଖ କରିଛି ।

ପଙ୍ଖାରେ ଝୁଲିଥିବା ଅବସ୍ଥାରେ ମିଳିଲା ଶବ

ବିଠୁର ର ଲବକୁଶନଗର ନିବାସୀ ଆରଏସ ଯାଦଵଙ୍କ ଘରେ ତାଙ୍କର ବୋହୁ ରିତିକାଙ୍କ ଶବ ଦ୍ଵିତୀୟ ମହଲାର ଏକ ରୁମରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଲା । ଯେଉଁଥିରୁ ଜଣା ପଡିଲା କି ତାଙ୍କର ବୋହୁ ଆତ୍ମହତ୍ୟା କରିଛି । ଏହାର ପୃଷ୍ଟି ତାହା ପାଖରୁ ମିଳିଥିବା ଡାଏରୀରୁ ହୋଇଛି । ଯେଉଁଥିରେ ସେ ଲେଖିଥିଲା କି ସେ କେଉଁ କାରଣରୁ ନିଜର ଜୀବନ ଦେଉଛି ।

ରିତିକାର ପିତା ହରିଦାସ ଚୌଧରୀ ମିର୍ଜାପୁରରେ ରୁହନ୍ତି । ହରିଦାସ ଚୌଧରୀ ନିଜ ଝିଅ ରିତିକାର ବିବାହ ୬ ଜୁନ ୨୦୧୯ରେ ସୋମେନ୍ଦ୍ର ନାଥ ଘୋଷ ସହ କରିଥିଲେ, ସୋମେନ୍ଦ୍ର ନାଥ ନଗର ନିଗମରେ ସଂବିଦାରେ କମ୍ପ୍ୟୁଟର ଅପରେଟର ଅଟେ ।

କାର୍ଡିୟୋଲୋଜୀରୁ ଫେରାର ହୋଇଗଲେ ଶାଶୁଘର ଲୋକମାନେ

ଯେତେବେଳେ ଶାଶୁଘର ଲୋକମାନଙ୍କୁ ଘରେ ରିତିକାର ଶବ ଝୁଲୁଥିବା ଅବସ୍ଥାରେ ମିଳିଲା ତ ସେମାନେ ସଙ୍ଗେ ସଙ୍ଗେ ରିତିକାକୁ ଝୁଲିଥିବା ଦୌଡିକୁ ଖୋଲି ତାକୁ ନେଇ କାର୍ଡିୟୋଲୋଜୀ ପହଞ୍ଚିଗଲେ, ଯେଉଁଠି ଡାକ୍ତରମାନେ ରିତିକାକୁ ମୃତ ଘୋଷିତ କରିଦେଲେ । ଅନ୍ୟ ପଟେ ରିତିକାର ମାମୁଁ ପ୍ରନୋବ ଘୋଷ କହିଲେ କି ଶାଶୁ ଘର ଲୋକମାନଙ୍କର ସୂଚନା ମିଳିବା ପରେ ସେ କାର୍ଡିୟୋଲୋଜୀରେ ପହଞ୍ଚିଗଲେ ।

ତେବେ ସେ ସେଠି ପହଞ୍ଚି ଦେଖିଲେ କି ଶାଶୁଘର ଲୋକମାନେ ସେଠୁ ଫେରାର ହୋଇ ଯାଇଛନ୍ତି । ଥାନା ପ୍ରଭାରି କୌଶଲେଂଦ୍ର ପ୍ରତାପ ସିଂହ କହିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ଲିଖିତ ଚିଠି ତାଙ୍କୁ ମିଳି ନାହିଁ । ପୋଲିସ କହିଲେ କି ଲିଖିତ ଚିଠି ମିଳିବା ପରେ କେସ ଫାଇଲ କରି ମାମଲାର କଡା ଯାଞ୍ଚ କରିବେ ।

ଡାଏରୀରେ ଲେଖା ହୋଇଛି ଦୁଃଖର କାହାଣୀ

ପୋଲିସଙ୍କ ଅନୁସାରେ ମୃତକର ଡାଏରୀରେ ସ୍ଵାମୀ ଭଲ ନ ପାଇବା, ତିରସ୍କାର କରିବା ଓ ମାରପିଟ କରିବାର କଥା ଲେଖାହୋଇଛି । ରିତିକା ଜୀବନ ଦେବା ପୂର୍ବରୁ ନିଜର ପରିଜନମାନଙ୍କୁ ମ୍ୟାସେଜ କରି ନିଜର ସମସ୍ୟା ବିଷୟରେ ବି କହିଛି । ସେ ନିଜର ସାନ ଭଉଣୀ ସ୍ନେହାକୁ ମ୍ୟାସେଜ କରି କହିଲା କି ଶାଶୁ ଘରେ ସେ ଦୁଃଖରେ ଅଛି । ଶାଶୁ ଘର ଲୋକମାନେ ତାହା ସହିତ ମାରପିଟ କରୁଛନ୍ତି ଓ ତାହର ଜୀବନ ନର୍କ ଠାରୁ ବି ଅଧି ଖରାପ ହୋଇ ଯାଇଛି । ସେଥିପାଇଁ ସେ ନିଜର ଜୀବନ ଦେଇ ଏହି ସବୁ କଥାକୁ ଶେଷ କରିବାକୁ ଚାହୁଁଛି ।