PM Modi ଙ୍କୁ ନେଇ ବଡ ଭବିଷ୍ୟବାଣୀ କଲେ ବାଗେଶ୍ଵର ଧାମର ଜଗଦଗୁରୁ, ରାମଚରିତ ମାନସକୁ ନେଇ ଖୋଲାଖୋଲି ଚ୍ୟାଲେଞ୍ଜ ଦେଲେ…

ଉତ୍ତରାଖଣ୍ଡର ବାଗେଶ୍ଵରଧାମ ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚା କିମ୍ବା ବିବାଦରେ ରହିଥାଏ । ଏହି ପୀଠର ପୀଠେଶ୍ଵର ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଗୁରୁ ରାମଭଦ୍ରାଚାର୍ଜ୍ୟ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାକୁ ଆସନ୍ତି । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ନିଜର ଭବିଷ୍ୟବାଣୀ ଏବଂ ବୟାନକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ରାମଭଦ୍ରାଚାର୍ଜ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ, 2024 ରେ ମୋଦି ପୁଣି ଥରେ ଗାଦିରେ ବସିବେ ।

ଏହାସହ ମୋଦିଙ୍କୁ କେଉଁ ସବୁ ବଡ କାର୍ଯ୍ୟ କରିବାକୁ ପଡିବ ତାହା ମଧ୍ୟ ସେ ଦର୍ଶାଇ ଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଗଦଗୁରୁ ରାମଭଦ୍ରାଚାର୍ଜ୍ୟ କହିଛନ୍ତି, ଆପଣ କିଛି ବାଟ ଛାଡି ନାହାନ୍ତି । ଲାଠିଚାର୍ଜ କରାଇଛନ୍ତି ଓ ମୋ ଜୀବନ ବଞ୍ଚି ଯାଇଥିଲା । ଅନ୍ତତଃ ବିଜେପି ମୋତେ ପଦ୍ମଭୂଷଣ ଦେଇ ସମ୍ମାନିତ କରିଛି । ମୋ କଥା ମାନି ରାମମନ୍ଦିର ନିର୍ମାଣ ହେଲା । ଆଉ ମୁଁ ପୁଣି ଭବିଷ୍ୟବାଣୀ କରୁଛି ତୃତୀୟ ଥର ପାଇଁ ପୁଣି ମୋଦି ହିଁ ଆସିବେ ।

ଆଉ ତାଙ୍କୁ ଏଥର ଅନେକ ବଡ କାମ କରିବାକୁ ପଡିବ । ଯେମିତିକି ଗୋ-ହ-ତ୍ୟା ବନ୍ଦ କରିବାକୁ ହେବ ଓ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷାର ମର୍ଯ୍ୟାଦା ଦେବାକୁ ହେବ । ଖାଲି ଏତିକି ନୁହେଁ ବରଂ ରାମଚରିତ ମାନସର ବ୍ଯାନ ଉପରେ ମଧ୍ୟ ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଯାଦବ ଓ ଜଣେ ନେତା ସ୍ଵାମୀପ୍ରସାଦ ମୌର୍ଯ୍ୟଙ୍କୁ ଜଗଦଗୁରୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ।

ସେମାନଙ୍କୁ ରାମଭଦ୍ରାଚାର୍ଜ୍ୟ କହିଛନ୍ତି, ମୁଁ ତୁମକୁ ଖୋଲା ଚ୍ୟାଲେଞ୍ଜ ଦେଉଛି ମୋ ସାମ୍ନାକୁ ଆସ ଆଉ ଆଲୋଚନା କର । କେଉଁ ପୃଷ୍ଠାରେ ତୁମର ଆପତ୍ତି ଅଛି ମୁଁ ତାହା ସମାଧାନ କରିବି । ଏମିତିକି ନିଜର ପରମ ଶିଷ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ସମର୍ଥନ କରି ଜଗତଗୁରୁ କହିଛନ୍ତି ଲୋକେ ଧିରେନ୍ଦ୍ରଙ୍କ ଲୋକପ୍ରିୟତା ହଜମ କରି ପାରୁନାହାନ୍ତି । ସେଥିପାଇଁ ବୋଧେ ବିବାଦ ବଢୁଛି । ଧୀରେ ଧୀରେ ସବୁକିଛି ଶାନ୍ତ ହେବ ଆଉ ସମାଜରେ ତାଙ୍କ ନାଁ ବଢିବ ।

ସେ ତାଙ୍କ ଗୁରୁ ଏବଂ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରସାଦ ବାଣ୍ଟୁଛନ୍ତି । ଧିରେନ୍ଦ୍ରଙ୍କୁ ଯେଉମାନେ ପ୍ରଶ୍ନ କରୁଛନ୍ତି ସେମାନେ ଅସଲ ହିନ୍ଦୁ ନୁହନ୍ତି । ତାଙ୍କୁ ଧମକ ଦିଆ ଯାଉଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।