ମୋ ସ୍ତ୍ରୀ ଦେଖିବାକୁ ଏକଦମ ସୋନାକ୍ଷୀ ସିହ୍ନା ଭଳି, ମୋତେ ଏବେ ବି ବିଶ୍ବାସ ହେଉନି… ଅଭିନେତା Abhijit Das ଙ୍କ ସ୍ଵତନ୍ତ୍ର ସାକ୍ଷାତକାର

କଥାରେ ଅଛି ଜଣେ ଝିଅ ଚାହିଁଲେ ତା’ ଜୀବନସାଥିର ଅସଜଡା ଜୀବନକୁ ସଜାଡି ଦେଇପାରେ । ଆଉ ଏଭଳି କିଛି ଘଟିଛି ଓଲିଉଡ ଅଭିନେତା ଅଭିଜିତ ଦାସଙ୍କ କ୍ଷେତ୍ରରେ । ସେ ସବୁବେଳେ ମନଇଛା ବୁଲୁଥିଲେ ଓ କ୍ଯାରିୟର ପ୍ରତି ବିଲକୁଲ ସିରିୟସ ନଥିଲେ । କିନ୍ତୁ ଯେତେବେଳେ ସ୍ତ୍ରୀ ନିଲିମା ତାଙ୍କ ଜୀବନରେ ଆସିଥିଲେ ତାଙ୍କ ଜୀବନ ଏକଦମ ବଦଳି ଯାଇଥିଲା । ନିଜ ପ୍ରେମ ଓ ବୈବାହିକ ଜୀବନକୁ ନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ବଡ ଖୁଲାସା କରିଛନ୍ତି ଅଭିଜିତ ।

ଥରେ ଗୋଟିଏ ଶୁଟିଙ୍ଗ ସେଟରେ ହିଁ ନିଲିମାଙ୍କ ସହ ତାଙ୍କର ଭେଟ ହୋଇଥିଲା । ନିଲିମା ଜଣେ ମେକଅପ ଆର୍ଟିଷ୍ଟ ହୋଇଥିବାରୁ ନିଜ କ୍ରିଉ ମେମ୍ବରଙ୍କ ସହ ଆସିଥିଲେ । ନିଲିମା ଏକଦମ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଭଳି ଦିଶୁଥିଲେ ଓ ଅଭିଜିତ ତାଙ୍କ ସୌନ୍ଦର୍ଜ୍ୟରେ ବେଶ ଆକର୍ଷିତ ହୋଇ ଯାଇଥିଲେ । ପ୍ରଥମ ଦେଖାରେ ସେ ନିଲିମାଙ୍କୁ ଏକଦମ ଅଭଦ୍ରଙ୍କ ଭଳି ଚାହିଁ ରହିଥିଲେ ବୋଲି ନିଜେ କହିଛନ୍ତି । ତା’ପରେ ନିଜ ବଡ ଭାଇଙ୍କ କୁନି ପୁଅକୁ ଧରିକି ଆସିଥିଲେ ଓ ସେହି ବାହାନାରେ ନିଲିମାଙ୍କ ସହ କଥା ହେଇଥିଲେ ।

ତେବେ ଥରେ ଶୁଟିଙ୍ଗ ବେଳେ ତାଙ୍କୁ ଗୋଟେ ସେପ୍ଟେପିନ ଦରକାର ଥିଲା । ଆଉ ନିଲିମା ଜାଣିପାରି ନିଜେ ଗୋଟିଏ ସେପ୍ଟେପିନ ଆଣି ଅଭିଜିତଙ୍କ ସାର୍ଟରେ ଲଗାଇ ଦେଇଥିଲେ । ସେତେବେଳେ ତାଙ୍କୁ ଲାଗିଥିଲା କି, ହଁ ନିଲିମା ବି ତାଙ୍କୁ ପସନ୍ଦ କରୁଛନ୍ତି । ନିଲିମା ପୁରୀ ଝିଅ ହୋଇଥିବାରୁ ତାଙ୍କ ସହ ଆଉ ଦେଖା ହୋଇ ପାରି ନଥିଲା । କିନ୍ତୁ ସେମାନେ ଇନଷ୍ଟାଗ୍ରାମ ଆକାଉଣ୍ଟ ଶେୟାର କରି କଥା ହେଉଥିଲେ ।

ବହୁତ ଦିନ ବ୍ଯବଧାନରେ ଯେତେବେଳେ ନିଲିମାଙ୍କ ସହ ଭେଟ ହୋଇଥିଲା ସେ ଦେଖିଥିଲେ କି ତାଙ୍କର ପରିଚିତ ଜଣେ ଦିଦିଙ୍କ ସହ ନିଲିମା ବସିଛନ୍ତି । ସେ ଦିଦିଙ୍କୁ ସେ ଜଣାଇଥିଲେ କି ନିଲିମା ତାଙ୍କୁ ପସନ୍ଦ ବୋଲି । ହେଲେ ଦିଦି କହିଥିଲେ କି ନିଲିମା ସେମିତି ଝିଅ ନୁହେଁ, ତା’ର ପ୍ରସ୍ତାବ ଦେଖାଦେଖି ଚାଲିଛି ସେ ଜଲ୍ଦି ବାହା ହେଇଯିବ । ଏହା ଶୁଣି ଅଭିଜିତ କହିଥିଲେ କି, ମୁଁ ତାକୁ ବାହା ହେବି ବୋଲି । ତା’ପରେ ଘରେ ଆସି ତାଙ୍କ ମା’ଙ୍କୁ ଏନେଇ ଜଣେଇଥିଲେ ଓ ସବୁ ବୁଝାବୁଝି ହେବା ପରେ ଉଭୟଙ୍କ ବିବାହ ହୋଇଥିଲା ।

ଏହାପରେ କୋଭିଡ ଆସିଥିଲା ଆଉ ସେମାନେ ଏକାଠି ବହୁତ ସମୟ ବିତାଇଥିଲେ । ତାଙ୍କର ବିଶ୍ଵାସ ହେଉ ନଥିଲା କି ସେ ନିଲିମାଙ୍କୁ ପସନ୍ଦ କରି ବାହା ହୋଇଛନ୍ତି ଓ ଆଉ ସେ ଏବେ ତାଙ୍କ ସ୍ତ୍ରୀ । ନିଲିମା ଅଭିଜିତଙ୍କ ସବୁ ଖରାପ ଅଭ୍ଯାସ ବଦଳାଇ ଦେଇଥିଲେ । ଆଉ ଅଭିଜିତ ନିଲିମାଙ୍କୁ ବହୁତ ଭଲପାନ୍ତି ଓ ତାଙ୍କୁ ଛାଡି ଜମା ରହି ପାରନ୍ତିନି ତେଣୁ ସବୁ କାମରେ ତାଙ୍କୁ ନେଇକରି ଯାଆନ୍ତି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।