ଯେତେ ଅଧିକ ପିଲା ଜନ୍ମ କରିବେ ସେତେ ଅଧିକ ଟଙ୍କା ମିଳିବ ! ସରକାରଙ୍କ ନୂଆ ନିୟମ ଜାଣିଲେ ବିଶ୍ବାସ ହେବନି…!

ଏଠି ପିଲା ଜନ୍ମ କଲେ ଟଙ୍କା ମିଳିବ । ଯେତେ ଅଧିକ ପିଲା ଜନ୍ମ କରିବେ ସେତେ ଅଧିକ ଟଙ୍କା ମିଳିବ । ଏମିତିକି ପିଲାଙ୍କ ପାଠପଢା ପାଇଁ ସବସିଡି ମିଳିବ । ଦୁନିଆର ଅନେକ ଦେଶ ଜନସଂଖ୍ୟା ହ୍ରାସର ଶିକାର ହେଉଥିବା ବେଳେ ଜାପାନ ସେଥିମଧ୍ୟରୁ ଅନ୍ଯତମ । ଜନ୍ମହାର ହ୍ରାସ ଯୋଗୁଁ ଜାପାନ ଏହା ଦୀର୍ଘ ସମୟ ଧରି ଜାପାନ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଜାପାନ ପ୍ରଧାନମନ୍ତ୍ରୀ ହୋମିଓ କେଶିଦା ଏନେଇ ଚିନ୍ତା ପ୍ରକଟ କରିଛନ୍ତି ।

ତେଣୁ ଦେଶରେ ଜନ୍ମହାରରେ ସୁଧାର ଆଣିବା ପାଇଁ ସରକାର ଅନେକ ଘୋଷଣା ଜାରି ରଖିଛନ୍ତି । ପିଲାଙ୍କ ଦେଖାଶୁଣା ଓ ପାଠପଢା ପାଇଁ ଅଧିକ ସବସିଡି, ଯୁବକଙ୍କ ବିବାହ ଏବଂ ପିଲା ଜନ୍ମ କରିବା ପାଇଁ ଦରମାରେ ବୃଦ୍ଧି ଆଦି ସାମିଲ କରିଛନ୍ତି ସେଠାକାର ସରକାର । ଏହାର ଅର୍ଥ ଯିଏ ଅଧିକ ପିଲା ଜନ୍ମ କରିବ ତାଙ୍କୁ ଅନ୍ୟ କର୍ମଚାରୀଙ୍କ ତୁଳନାରେ ଅଧିକ ଦରମା ଦିଆଯିବ । ପଡୋଶୀ ଦେଶ ଚୀନ ଜାପାନ ପାଇଁ ସବୁବେଳେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଚୀନର ପ୍ରଭୁତ୍ଵ ବିସ୍ତାର ଚିନ୍ତାଧାରା ଜାପାନର ଜନସଂଖ୍ୟା ହାରରେ ହ୍ରାସ ପାଇବା ଜାପାନ ପାଇଁ ଏକ ଆହ୍ଵାନ ଅଟେ । ଜାପାନର ବାଳ ବିକାଶ ମନ୍ତ୍ରୀଙ୍କ କହିବା ଅନୁସାରେ ଦେଶରେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଗାମୀ କେତୋଟି ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ସେ କହିଛନ୍ତି କି, ଦେଶଶରେ ଯଦି ଏହିଭଳି ହାରରେ ଜନ୍ମହାର ହ୍ରାସ ଜାରି ରୁହେ ତେବେ 2030 ସୁଦ୍ଧା ଯୁବକଙ୍କ ସଂଖ୍ୟା ଦୁଇ ଗୁନା ତୀବ୍ର ବେଗରେ ହ୍ରାସ ପାଇବ । ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ପୂର୍ବ ବର୍ଷ ଜାପାନରେ ଯେତିକି ପିଲା ଜନ୍ମ ନେଇଛନ୍ତି ତାହାର ଦୁଇ ଗୁନା ଲୋକଙ୍କର ମୃ-ତ୍ୟୁ ମଧ୍ୟ ହୋଇଛି । ଜାପାନରେ 8 ଲକ୍ଷରୁ କମ୍ ପିଲା ଜନ୍ମ ନେଇଥିବା ବେଳେ 1.58 ମିଲିୟନ ଲୋକଙ୍କ ମୃ-ତ୍ୟୁ ହୋଇଛି । 2008 ମସିହାରେ ଜାପାନର ଜନସଂଖ୍ୟା 12.8 କୋଟି ଥିଲା ।

ଯାହା ବର୍ତ୍ତମାନ ହ୍ରାସ ପାଇ 12.4 କୋଟି ହୋଇଯାଇଛି । ତେଣୁ ଦ୍ରୁତ ଜନସଂଖ୍ୟା ହ୍ରାସ ଜାପାନ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଜନସଂଖ୍ୟା ବୃଦ୍ଧି ଦିଗରେ ଅନେକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।