PM Modi ଏମିତି ଶୁଭେଚ୍ଛା ଜଣାଇଲେ ଯେ ଜୀବନରେ କେବେବି ଭୁଲି ପାରିବେ ନାହିଁ ନୂଆ ପାକିସ୍ତାନୀ PM, ଦେଖନ୍ତୁ ଏହି ରିପୋର୍ଟ

ପାକିସ୍ତାନର ଏକ ପରମ୍ପରା ରହିଛି କି କାହାକୁ ବି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ କାଶ୍ମୀରକୁ ନେଇ ବୟାନ ଦେବାର ଅତ୍ୟନ୍ତ ଜରୁରୀ ରହିଛି । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଏହି ପରମ୍ପରାକୁ ଖୁବ ଭଲଭାବେ ନିଭାଇଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ବିବେଚିତ ହେବା ପରେ ଶେହବାଜ ଶରିଫ ଭାରତ ବିରୋଧରେ ଜମେଇକି ବୟାନବାଜି ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ଭାବେ ପାକିସ୍ତାନର ସାଂସଦରେ କହିଛନ୍ତି କି ଆମେ ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ ।

କିନ୍ତୁ କାଶ୍ମୀର ପ୍ରସଙ୍ଗ ସମାଧାନ ହେବା ପୂର୍ବରୁ ଏହା ସମ୍ଭବ ହେବ ନାହିଁ । ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରି କହିଛନ୍ତି କି, ଆସନ୍ତୁ ଆମେ କାଶ୍ମୀର ସମସ୍ୟାର ସମାଧାନ ଖୋଜିବା ଓ ଜନତାଙ୍କୁ ଦାରିଦ୍ର୍ଯ ଏବଂ ବେରୋଜଗାରରୁ ବାହାର କରିବା । ତେବେ ବର୍ତ୍ତମାନ କାଶ୍ମୀରରେ ଯାହା ସବୁ ବିକାଶ ହୋଇଛି ସାରିଛି ସେତିକି ପୁରା ପାକିସ୍ତାନରେ ହୋଇନାହିଁ ବୋଲି ଶେହବାଜ ଶରିଫଙ୍କୁ ବେଶ ଭଲ ଭାବେ ଜଣା । ପାକିସ୍ତାନରେ ଲୋକେ ଭୋକିଲା ମରୁଛନ୍ତି ଓ ବିଦେଶୀ କରଜରେ ଦେଶ ଚାଲିଛି ।

ଏପରି ସ୍ଥିତିରେ ଦୁନିଆର କୌଣସି ଦେଶ ପାକିସ୍ତାନରେ ନିବେଶ କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ପାକିସ୍ତାନ ନିଜର ଆଭ୍ଯନ୍ତରୀଣ ସମସ୍ଯା ପ୍ରତି ଦୃଷ୍ଟି ନଦେଇ କାଶ୍ମୀର ଉପରେ ହିଁ ନଜର ରଖୁଛି । ଶେହବାଜ ଶରିଫ ତ କାଶ୍ମୀରର ନାଁ ନେଇ ରାଜନୀତିରେ ପଶିଗଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମିତି ଏକ ଟ୍ବିଟ କରି ତାଙ୍କର ସ୍ଵାଗତ କରିଛନ୍ତି ଯାହା ସେ କେବେବି ଭୁଲି ପାରିବେନି ।

ପିଏମ ମୋଦି ଶିଷ୍ଟାଚାର ଦେଖାଇ ଶେହବାଜ ଶରିଫକୁ ଶୁଭେଚ୍ଛା ତ ଜଣାଇଲେ, କିନ୍ତୁ ଆତଙ୍କବାଦ ପ୍ରସଙ୍ଗରେ ଏକ ବଡ ଚେତାବନୀ ମଧ୍ୟ ଦେଇଛନ୍ତି । ନିଜ ଟ୍ବିଟରେ ପିଏମ ମୋଦି ଲେଖିଛନ୍ତି କି, ଭାରତ ଶାନ୍ତି ଏବଂ ସ୍ଥିରତା ଚାହେଁ ଯେଉଁଠି ଆତଙ୍କ ପାଇଁ କୌଣସି ଜାଗା ରହିବ ନାହିଁ । ଏପରି ହେଲେ ଯାଇ ଆମେ ବିକାଶ ରୂପୀ ଚ୍ୟାଲେଞ୍ଜ ଉପରେ ଜୋର ଦେଇପାରିବା ଓ ନିଜ ନିଜ ଲୋକଙ୍କର ମଙ୍ଗଳ କରିପାରିବ ।

ଶୁଭେଚ୍ଛା ଜଣାଇବା ସହିତ ଆତଙ୍କବାଦର ପ୍ରସଙ୍ଗ ଉଠାଇଥିବାରୁ ମୋଦିଙ୍କର ଏହି ଟ୍ବିଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ସେ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି କି ଏବେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।