ବାଃ କି ବୁଦ୍ଧି ! ଟ୍ରାଫିକ ଜାମ୍ ରେ ସାମାନ୍ଯ ବୁଦ୍ଧି ଖଟେଇ ଆମ୍ବୁଲାନ୍ସକୁ ବାଟ କଢେଇ ନେଲେ ଡ୍ରାଇଭର, ଆପଣ ବି ଦେଖିଲେ କରିବେ ପ୍ରଶଂସା, ଦେଖନ୍ତୁ Video

ଆମ ଦେଶରେ ଟ୍ରାଫିକ ଜାମ୍ ଏକ ବିରାଟ ବଡ ସମସ୍ଯା । ଯାହାଫଳରେ ଅତି ଜରୁରୀ ସମୟରେ ଅନେକ ଲୋକ ଅସୁବିଧାର ସମୁଖୀନ ହୋଇଥାନ୍ତି । କୌଣସି ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକ କିମ୍ବା ମେଡିକାଲ ଯାଉଥିବା ଲୋକେ ଠିକ ସମୟରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନପାରି ଅନେକ ହଇରାଣ ହୋଇଥାନ୍ତି । କିନ୍ତୁ ଏପରି ସମୟରେ ଉପସ୍ଥିତି ବୁଦ୍ଧି କେବେ କେବେ ଏଭଳି ସମସ୍ଯାରୁ ବାହାରିବା ପାଇଁ ବାଟ ଦେଖେଇ ଦିଏ । ଯାହାର ଏକ ଜ୍ଵଳନ୍ତ ଉଦାହରଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଏହି ଘଟଣାର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ହାଇୱେରେ ଭିଡ ଭିତରେ ଫସି ରହିଥିବା ଏକ ଆମ୍ବୁଲାନ୍ସଟି କିପରି ସମସ୍ଯା ବୁଦ୍ଧି ଖଟାଇ ଭିଡ ଭିତରୁ ବାହାରିବାରେ ସଫଳ ହୋଇ ଯାଇଥିଲା ଦେଖିଲେ ଆପଣ ତାଙ୍କୁ ବେଶ ପ୍ରଶଂସା କରିବେ । ତାଙ୍କର ଏହି କାର୍ଯ୍ୟ ଦେଖି ଭିଡିଓ ଦେଖୁଥିବା ସବୁ ଲୋକ ତାଙ୍କୁ ବାଃ ବାଃ କରୁଛନ୍ତି ।

ଫିଲ୍ମ ହେଉ ବା ଅସଲ ଜୀବନରେ ଆମେ ଅନେକ ସମୟରେ ଦେଖିବାକୁ ପାଇଥାଉ କି ତୁରନ୍ତ ଚିକିତ୍ସା ଆବଶ୍ୟକ ହେଉଥିବା ବେଳେ ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଉଥିବା ବ୍ୟକ୍ତି କିପରି ଟ୍ରାଫିକ ମଧ୍ୟରେ ଫସି ରହି ଜୀବନ ହରାଇଥାନ୍ତି ବା ଅଧିକ ସଙ୍କଟରେ ପଡିଯାନ୍ତି । ଟ୍ରାଫିକ ସମସ୍ଯା ଯୋଗୁଁ ଆପଣ ବି ଜୀବନରେ କେବେ ନା କେବେ ଅସୁବିଧାର ସମୁଖୀନ ହୋଇଥିବେ । ତେବେ ଏହି ଭିଡିଓକୁ ଥରେ ଦେଖନ୍ତୁ । କିପରି ଭିଡ ମଧ୍ୟରେ ଗୋଟିଏ ଆମ୍ବୁଲାନ୍ସ ଫସି ରହିଛି ଓ ଟ୍ରାଫିକ ଜାମ୍ ଯୋଗୁଁ ଆଗକୁ ବଢି ପାରୁନି ।

କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର ସାମାନ୍ଯ ବୁଦ୍ଧି ପ୍ରୟୋଗ କରି ଡିଭାଇଡ଼ର ଉପରେ ଗାଡି ଚଢେଇ ଆରପଟ ରାସ୍ତାକୁ ବୁଲେଇ ଦେଉଛନ୍ତି । ଜଣେ ବ୍ୟକ୍ତି ପ୍ରଥମେ ପାଖରେ ପଡିଥିବା ଗୋଟିଏ ଇଟା ଡିଭାଇଡ ପାଖରେ ଆଣି ରଖୁଛନ୍ତି । ତା’ପରେ ଡ୍ରାଇଭର ଜଣକ ଯତ୍ନ ସହକାରେ ଗାଡିର ଗୋଟେ ଚକାକୁ ସେଇ ଇଟା ଉପରେ ରଖି ଡିଭାଇଡ଼ର ଉପରେ ଗୋଟିଏ ପଟ ଗାଡି ଚଢେଇ ଦେଉଛନ୍ତି ଓ ତା’ପରେ ତିଳେ ବଳ ଲଗେଇ ଅନ୍ୟପଟ ଚକା ମଧ୍ୟ ଡିଭାଇଡ଼ର ଉପରେ ଚଢେଇ ଦେଉଛନ୍ତି ।

ଏହାପରେ ଧୀରେ କି ଗାଡିକୁ ଡିଭାଇଡରୁ ତଳକୁ ଓହ୍ଲାଇ ଦେଉଛନ୍ତି ଓ ଆରପଟ ରାସ୍ତାରେ ସୁରୁଖୁରୁରେ ପଳେଈ ଯାଉଛନ୍ତି । ଏହି ଦୃଶ୍ୟକୁ ଭିଡରେ ଥିବା କୌଣସି ବ୍ୟକ୍ତି ଶୁଟିଙ୍ଗ କରୁଥିବା ଜଣାପଡୁଛି । ତେବେ ଆପଣଙ୍କୁ ଏହିଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।