ଆମେରିକାରେ ଭାରତ ପ୍ରଥମ ଥର ଏମିତି କିଛି କରିଦେଲା ଯାହା ଆଗରୁ କେବେ ବି ହୋଇ ନଥିଲା, ସାରା ଦୁନିଆ ହେଉଛି ଆଶ୍ଚର୍ଯ୍ୟ !

ନିକଟରେ ଆମେରିକାରେ ଏପରି ଏକ ଘଟଣା ଘଟିଛି ଯାହା ଦୁନିଆକୁ ଭାରତର ତାକତ ଦେଖେଇ ଦେଇଛି । ପୁରା ବିଶ୍ଵ ଦେଖୁଥିବା ଏକ କାର୍ଯ୍ୟକ୍ରମରେ ଆମେରିକାକୁ ଆଇନା ଦେଖେଇ ଦେଇଛି ଭାରତ । ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏପରି ଏକ ବୟାନ ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହାର କାରଣ ହେଉଛି ଭାରତ ଆମେରିକାରେ ଠିଆ ହୋଇ ପାଶ୍ଚାତ୍ୟ ଦେଶ ମାନଙ୍କର ଧଜିଆ ଉଡେଇ ଦେଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ କି ଋଷ ଠାରୁ ତେଲ କିଣିବା ଭାରତର ହିତରେ ଯାଉନାହିଁ । ଆଉ ଏବେ ଏହି କଥାର ଜବାବ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଦେଇଛନ୍ତି । ଏସ. ଜୟଶଙ୍କର କହିଥିଲେ କି ଭାରତ ଗୋଟିଏ ମାସରେ ଋଷ ଠାରୁ ଯେତିକି କିଣେ ସେତିକି ତେଲ ତ ୟୁରୋପୀୟ ଦେଶମାନେ ଦ୍ଵିପ୍ରହର ଭିତରେ କିଣି ନିଅନ୍ତି ।

ସେ ଆହୁରି ମଧ୍ୟ କହିଥିଲେ କି ଯଦି କେହି ଭାରତକୁ ଋଷ ଠାରୁ ତେଲ କିଣିବାକୁ ନେଇ ଉପଦେଶ ଦେଉଛ ତେବେ ପ୍ରଥମେ ତୁମକୁ ୟୁରୋପୀୟ ଦେଶଙ୍କ ପ୍ରତି ଧ୍ୟାନ ଦେବା ଉଚିତ । ଏସ. ଜୟଶଙ୍କରଙ୍କ ଏଭଳି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବିଦେଶ ମନ୍ତ୍ରୀ କହିଥିଲେ କି ହିସାବ ଦେଖିଲେ ଭାରତ ଯେତେ ପରିମାଣର ତେଲ ଗୋଟିଏ ମାସ ମଧ୍ୟରେ ଋଷ ଠାରୁ କିଣୁଛି ସେତେବେ ପରିମାଣର ତେଲ ତ ଯେକୌଣସି ୟୁରୋପୀୟ ଦେଶ ଗୋଟିଏ ଦିନର ଦ୍ଵିପ୍ରହର ଭିତରେ କିଣି ନେଉଛନ୍ତି ।

ଏହାକୁ ନେଇ ନିକଟରେ ରୁଷୀୟ ସୁରକ୍ଷା କାଉନସିଲର ଡେପୁଟି ସେକ୍ରେଟାରୀ ମିଖାଇଲ ପୋପୋଭ ମଧ୍ୟ ଏପରି ଏକ ଦାବି କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ନିଜ ଦାବିରେ ସେ କହିଥିଲେ କି ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ଋଷ ଠାରୁ ୪୩ ପ୍ରତିଶତ ଅଧିକ ତେଲ କିଣିଛି । ଆପଣଙ୍କୁ ମନେ ଥିବ ଏହା ପୂର୍ବରୁ ମଧ୍ୟ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ପଶ୍ଚିମ ଦେଶ ମାନଙ୍କର ଋଷ ଠାରୁ ଅଧିକ ତେଲ କିଣିବା ପ୍ରସଙ୍ଗ କହିଥିଲେ ।

ଯଦି ଋଷର ଗ୍ଯାସ ଏବଂ ତେଲ ଆମଦାନୀକାରୀଙ୍କ ଲିଷ୍ଟ ଦେଖିଲେ ସେଥିରେ ଅଧିକାଂଶ ୟୁରୋପୀୟ ଦେଶମାନେ ହିଁ ସାମିଲ ଅଛନ୍ତି ବୋଲି କହିଥିଲେ ବିଦେଶ ମନ୍ତ୍ରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।