‘ଛୋଟ ପିଲାଙ୍କୁ ଯିଏ ମାରି ଦେଉଛି ତାକୁ…’, ଛାତ୍ର ବିଷୟରେ କହିବା ବେଳେ କାନ୍ଦି ପକାଇଲେ ପ୍ରଧାନ ଶିକ୍ଷକ, ଦେଖନ୍ତୁ Video

ବେଳେବେଳେ ମଣିଷ ମଣିଷପଣିଆ ଭୁଲି ଏମିତି ବର୍ବର କାର୍ଯ୍ୟ କରି ପକାଏ ଯାହା ସମସ୍ତଙ୍କ ଛାତି ଥରେଇ ଦିଏ । ସାମାନ୍ଯ ଝଗଡା ଓ କ୍ରୋଧ ପାଇଁ ମଣିଷ ନିଜ ରକ୍ତକୁ ବି ନିପାତ କରିବାକୁ ପଛେ ନାହିଁ । ସବୁ ସମ୍ପର୍କ ଭୁଲି ନିଜ ଲୋକଙ୍କୁ ବି ଜୀବନରୁ ମାରିବା ଆଗରୁ ଥରେ ଚିନ୍ତା କରିପାରେ ନାହିଁ । ଗତକାଲି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାହାଙ୍ଗାରେ । ଜମିବାଡିକୁ ଆଧାର କରି ସୁଇ ଭାଇଙ୍କ ମଧ୍ୟ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଲାଗି ରହିଥିଲା ।

ଆଉ ଶେଷରେ ନିଜର ବୁଦ୍ଧି ହଜେଇ ବଡ ସମେତ ତା’ର ପୁରା ପରିବାରକୁ ହତ୍ୟା କରି ଦେଇଛି ସାନ ଭାଇ। ଭାଇ ଓ ଭାଉଜକୁ ମାରିବା ପରେ ପୁଅ ଝିଅ ସମାନ ପୁତୁରା ଝିଆରୀ ମାନଙ୍କୁ ହତ୍ୟା କରିବା ବେଳେ ବି ତା’ ହାତ ଅଟକି ନଥିଲା । କ୍ରୋଧର ବଶବର୍ତ୍ତୀ ହୋଇ ସାନ ଭାଇ ତ ନିଜ ବଡ ଭାଇର ପରିବାର ନିପାତ କରିଦେଇଛି । ଏହାପରେ ଏକ ଭିଡିଓ ଜାରି କରି ନିଜର ଅପରାଧ ମଧ୍ୟ ସ୍ଵୀକାର କରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିବା ସହ ସାରା ରାଜ୍ୟରେ ମଧ୍ୟ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ତେବେ ଦାଦାଙ୍କ ଆକ୍ରୋଶର ଶିକାର ହୋଇଥିବା ପୁତୁରା ଜଣକ ନିକଟସ୍ଥ ନନ୍ଦକିଶୋର ବିଦ୍ୟାମନ୍ଦିରରେ ପାଠ ପଢୁଥିଲେ । ତାଙ୍କ ନାଁ ହେଉଛି ସ୍ମୃତିସେନ ସାହୁ । ଯାହା ସ୍କୁଲର ପ୍ରଧାନ ଶିକ୍ଷକ ଜଣାଇଛନ୍ତି । ସେ କହିଛନ୍ତି କି, ସ୍ମୃତିସେନ ଜଣେ ବହୁତ ଭଲ ଛାତ୍ର ଥିଲେ ।

ପାଠପଢା ଠାରୁ ଆରମ୍ଭ କରି ଖେଳକୁଦ ଓ ସବୁ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଆଗୁଆ ରହୁଥିଲେ ଓ ଅନେକ ଥର କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି । ସ୍କୁଲର ଜଣେ ଭଲ ଛାତ୍ରଙ୍କ ସହ ଏବଂ ତାଙ୍କ ପରିବାର ସହ ଏପରି ଘଟିଥିବା ଶୁଣିବା ପରେ ପ୍ରଧାନ ଶିକ୍ଷକ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ।

ଏପରିକି ଏହି ସବୁ କଥା ବଖାଣିବା ସମୟରେ ସେ କାନ୍ଦି ପକାଇଥିଲେ । ଏଭଳି ବର୍ବର କାର୍ଯ୍ୟ କରିଥିବା ବ୍ୟକ୍ତି ସମାଜ ପାଇଁ କ୍ଷତିକାରକ ଏବଂ ସେ ସମାଜରେ ରହିବା ଉଚିତ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।