ପ୍ଲେଟରୁ ହଠାତ ଚାଲିବାକୁ ଲାଗିଲା ଏକ ମାଂସ ଖଣ୍ଡ , 40 ଲକ୍ଷ ଲୋକ ଦେଖିସାରିଛନ୍ତି ଏହି ଭିଡିଓ, ଦେଖନ୍ତୁ

କଣ ଆପଣ କେବେ ମାଂସ ଖଣ୍ଡକୁ ଚାଲୁଥିବାର ଦେଖିଛନ୍ତି ? କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସାଧାରଣତଃ ଲୋକମାନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏହି ଭିଡିଓଟି ଫ୍ଲୋରିଡାର ଏକ ରେଷ୍ଟୁରାଣ୍ଟରେ ହୋଇଛି । ଏହି ଭିଡିଓରେ ଏମିତି ଏକ ଦୃଶ୍ୟ ଅଛି, ଯାହାକୁ 40 ଲକ୍ଷ ଲୋକ ଦେଖିସାରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଫିଲିପ୍ସ ନାମକ ଜଣେ ମହିଳା ଏକ ଏସିୟାନ ରେଷ୍ଟୁରାଣ୍ଟକୁ ଯାଇଥିଲେ, ସେଠାରେ ସେ ମିଟ ଅର୍ଡର କରିଥିଲେ । ଯେତେବେଳେ ମିଟର ପ୍ଲେଟ ତାଙ୍କର ଟେବଲ ଉପରେ ରଖାଗଲା, ସେତେବେଳେ ମିଟ ର ଏକ ଖଣ୍ଡ ହଠାତ ଚାଲିବାକୁ ଲାଗିଥିଲା । ଏହି ମାଂସ ଖଣ୍ଡଟି ଚାଲି ଚାଲି ପ୍ଳେଟରୁ ତଳକୁ ଖସିଯାଇଥିଲା । ମହିଳା ଜଣକ ଏହାର ପୁରା ଭିଡିଓ କରି ଫେସବୁକରେ ସେୟାର କରିଥିଲେ ।

ଏହି ଭିଡିଓ ଉପରେ ସାଇଣ୍ଟିଫିକ ଆମେରିକାନ କହିଲେ କି ଯେତେବେଳେ କୌଣସି ଜୀବକୁ ତୁରନ୍ତ ହତ୍ୟା କରାଯାଇଥାଏ ତା’ ବଡି ରେ ଥିବା ନ୍ୟୁରାନ ତୁରନ୍ତ କାମ କରିବା ବନ୍ଦ କରି ନଥାଏ । ତା ମଧ୍ୟରେ କିଛି ଘଣ୍ଟା ପର୍ଯ୍ୟନ୍ତ ରିଆକ୍ସନ ର କ୍ଷମତା ରହିଥାଏ । ଖାସ କରି ସେତେବେଳେ ଯେତେବେଳେ ସେଥିରେ ସୋଡିୟମ ଆୟନ ମିଶାଯାଏ ।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖି ଅଧିକାଂଶ ଲୋକ ଫେକ୍ କହୁଛନ୍ତି । ଭିଡିଓକୁ ଦେଖି କିଛି ଲୋକ କହୁଛନ୍ତି ଯେ ମାଂସ ଖଣ୍ଡରେ ଏକ ସୂତା ବନ୍ଧା ହୋଇଛି, ଯାହାକୁ ଟାଣିବା ଦ୍ଵାରା ମାଂସ ଚାଲିଆସୁଛି । ଏହା ପୂର୍ବରୁ ପ୍ଳେଟରେ ହଲୁଥିବା ନାନ- ଭେଜ ଆଦିର ଭିଡିଓ ଓ ଫଟୋ ଦେଖାହୋଇଛି । ଅଧିକାଂଶ ଲୋକ ଏହି ଭିଡିଓକୁ ଫେକ୍ କହୁଥିବା ବେଳେ କିଛି ଲୋକ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ହେଲେ ଏହି ଭିଡିଓକୁ ୪୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ।