ପ୍ଲେ’ ସ୍କୁଲକୁ କଡା ଟକ୍କର ଦେଉଛନ୍ତି ଏହି ଅଙ୍ଗନବାଡି ଦିଦି, ନାଚି ଖେଳି ଏମିତି ପଢାଉଛନ୍ତି ପାଠ ଦେଖିଲେ ଦିଲଖୁସ୍ ହୋଇଯିବ, ଦେଖନ୍ତୁ video

ଆଜିକାଲି ପିଲା 3 ବର୍ଷ ବଯସର ହେବା ମାତ୍ରେ ପିତାମାତା ମାନେ ପିଲାଙ୍କୁ ପ୍ଲେ’ ସ୍କୁଲ ତଥା ଇଂରାଜୀ ମିଡିୟମ ସ୍କୁଲରେ ଭର୍ତ୍ତି କରି ଦେଉଛନ୍ତି । ଆଜିର ସମୟରେ ବହୁତ କମ୍ ପିତାମାତା ତାଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟ ଏବଂ ଅଙ୍ଗନବାଡିକୁ ଛାଡୁଛନ୍ତି । ସ୍କୁଲରେ ପ୍ରାଥମିକ ଶିକ୍ଷା ପାଇଁ ନାମ ଲେଖାଇବା ପୂର୍ବରୁ ପିଲା ଯେପରି ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରିବ ଏବଂ ପୂର୍ବରୁ ହିଁ ଶିକ୍ଷା ପ୍ରାପ୍ତ ହେବ ସେଥିପାଇଁ ଛୋଟପିଲାଙ୍କୁ ଏଭଳି ଶିକ୍ଷା ଦେବାକୁ ପଡିଥାଏ ।

ତେବେ ଆଜିକାଲି ପ୍ଲେ ସ୍କୁଲର ଚାହିଦା ଅଧିକ ଥିବା ସମୟରେ ଅନେକ ଅଙ୍ଗନବାଡି କେନ୍ଦ୍ର ରହିଛି ଯେଉଁଠି ପିଲାଙ୍କୁ ସହଜ ଉପାୟରେ ଶିକ୍ଷା ଦେବାକୁ ଶିକ୍ଷକ ଶିକ୍ଷୟତ୍ରୀ ପ୍ରୟାସ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ଏଭଳି ଜଣେ ଅଙ୍ଗନବାଡି ଦିଦିଙ୍କ ଭିଡିଓ ଭାଇରାଲ ହେଉଛି ଯିଏ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ହସି ଖେଳି ନାଚ ଗୀତ ମାଧ୍ୟମରେ ପାଠ ପଢୁଥିବାର ଦେଖିବାକୁ ମିଳିଛି ।

ଯାହାଫଳରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପାଠ ପଢିବାକୁ ବେଶ ଉତ୍ସାହ ଦେଖା ଦେଇଛି ଏବଂ ସେମାନେ ମଧ୍ୟ ଖୁସି ମନରେ ନାଚି ଗାଇ ଶିକ୍ଷା ଗ୍ରହଣ କରୁଛନ୍ତି । ପିଲାଙ୍କୁ ଏହିପରି ଶିକ୍ଷା ଦେବା ଦ୍ଵାରା ପିଲାଙ୍କ ଉଭୟ ଶାରୀରିକ ଏବଂ ବୌଦ୍ଧିକ ବିକାଶ ହୋଇଥାଏ । ପାଠପଢା ପ୍ରତି ପିଲା ମାନଙ୍କର ଯାହା ଭୟ ରହିଥିଲା ସେସବୁ ମଧ୍ୟ ଦୂର ହୋଇଥିବା ଦେଖିବାକୁ ମିଳିଛି ।

ଅନେଇ ଅଙ୍ଗନବାଡି ଦିଦି କହିଛନ୍ତି କି ସେ ଅଭିନୟ, ଭଳିକି ଭଳି ଗପ ଓ ଖେଳ ଏବଂ ନୃତ୍ୟ ଗୀତ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି । କେବଳ ସେତିକି ନୁହେଁ ବରଂ ପିଲାଙ୍କୁ ଚିତ୍ର ଆଙ୍କିବା ଏବଂ ଚିତ୍ରକୁ ରଙ୍ଗ ଦେବା ମଧ୍ୟ ଶିକ୍ଷା ଦେଉଛନ୍ତି । ଫଳରେ ଖେଳିବା ଏବଂ ପାଠ ପଢିବା ଏକାସାଙ୍ଗେ କରିବା ଦ୍ଵାରା ସେମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ହେଉଛି ।

ପାଠ ପଢିବା ସହ ପିଲାଙ୍କ ଶାରୀରିକ ବୃଦ୍ଧି ପାଇଁ ପୌଷ୍ଟିକ ଆହାର ମଧ୍ୟ ଯୋଗାଇ ଦିଆଯାଉଛି । ଏପରିକି ପିଲାଙ୍କୁ ୟୁନିଫର୍ମ ଏବଂ ଜୋଟା ଆଦି ମଧ୍ୟ ଯୋଗାଇ ଦିଆଯାଉଛି । ପ୍ଲେ’ ସ୍କୁଲ ଠାରୁ ଅଙ୍ଗନବାଡିରେ ଅଧିକ ସୁବିଧା ମିଳୁଛି ବୋଲି ଦିଦି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।