ବଡ ପୁଅ ପରେ ଝିଅ ବି ଚାଲିଗଲା, ଫୋନ କରି କଥା ହେବାର ଦୁଇ ଘଣ୍ଟା ହେବାର ପରେ ଖବର ଆସିଲା ଝିଅ ଆଉ ନାହିଁ… ଦେଖନ୍ତୁ କଣ କହୁଛନ୍ତି ବାପମା’…

ମା’କୁ ଫୋନ କରି କଥା ହେବାର ଦୁଇ ଘଣ୍ଟା ପରେ ଖବର ଆସିଲା ଆପଣଙ୍କ ଝିଅ ଆଉ ଏ ଦୁନିଆରେ ନାହିଁ । ଏଭଳି ଖବର ପାଇବା ପରେ ବାପାମା’ଙ୍କ ଗୋଡ ତଳୁ ମାଟି ଖସିପଡିଛି । ହସଖୁସିର ସଂସାର ମଧ୍ୟରେ ହଠାତ ବିପଦ ମାଡି ଆସିଲର ମଣିଷ ସହିବାର ଶକ୍ତି ହରେଇ ବସେ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦି ବାଉଁଶମୂଳ ପଞ୍ଚାୟତ ଅନ୍ତର୍ଗତ ଢୋଲମରା ଗାଁ’ରେ । ସେହି ଗାଁ’ର ପରମେଶ୍ଵର ପ୍ରଧାନଙ୍କ ଭାଗ୍ୟରେ ଏଭଳି ଦୁଃଖ ମାଡିଆସିଛି ।

ପୂର୍ବରୁ ତାଙ୍କ ବଡ ପୁଅ ମାତ୍ର 25 ବର୍ଷ ବୟସରେ ପ୍ରାଣ ହରାଇଥିବା ବେଳେ ଝିଅ ରାଜକନିକାରେ କଲେଜ ପାଠପଢା ଶେଷ କରିବା ପରେ ବାଙ୍ଗାଲୋରରେ ଯାଇ ଚାକିରି କରିଥିଲେ । ଝିଅ 3:40 ରେ ଫୋନ କରି କେତେ କଣ କଥା ହୋଇଥିଲା କିନ୍ତୁ 5ଟା ବେଳକୁ ତାଙ୍କୁ ଖବର ଆସିଥିଲା କି ତାଙ୍କ ଝିଅ ଆଉ ନାହିଁ । ଏଭଳି ଦୁଃଖଦ ଖବର ପାଇବା ପରେ ଘରେ କାନ୍ଦବୋବାଳି ଲାଗି ରହିଛି । ଝିଅ ସହ ବଡ ପୁଅର ଫଟୋ ଧରି ମା’ ଭୁଇଁରେ ଗଡି ଗଡି କାନ୍ଦୁଛନ୍ତି ।

ପରମେଶ୍ଵର ପ୍ରଧାନଙ୍କ ନିଜ ଗାଁ ସାତଭାୟା ଗାଁରେ ହୋଇଥିବା ବେଳେ ସମୁଦ୍ର ଗର୍ଭରେ ତାଙ୍କ ଘରଟି ଲୀନ ହୋଇଯାଇଛି । ତେଣୁ ଦୀର୍ଘ 10 ବର୍ଷ ଧରି ପରମେଶ୍ଵର ନିଜ ଶ୍ଵଶୁର ଘର ଗାଁ ଢୋଲମରାରେ ରହି ଆସୁଛନ୍ତି । ଗତ ବର୍ଷ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପରମେଶ୍ଵରଙ୍କ ବଡ ପୁଅ ପ୍ରକାଶ ପ୍ରଧାନ ପ୍ରାଣ ହରାଇଥିଲେ । ଯାହାପରେ ପରିବାରରେ ଅଭାବ ଅନଟନ ଲାଗି ରହିଥିଲା ।

ତେଣୁ ସାନ ଝିଅ ପାର୍ବତୀ ପ୍ରଧାନ ଗ୍ରାଜୁଏସନ ପରେ ପରିବାରକୁ ସାହାଯ୍ୟ କରିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ କମ୍ପ୍ୟୁଟର ସେକ୍ସନରେ କାମ କରି ଘରକୁ ଟଙ୍କା ପଠାଉଥିଲେ । ହେଲେ ଗତ 12 ନଭେମ୍ବର ସନ୍ଧ୍ଯା 5ଟା ସମୟରେ ଘରକୁ ଫୋନ ଆସିଥିଲା କି ଝିଅର ଦେହ ଅସୁସ୍ଥ ଅଛି ତାକୁ ଆମେ ମେଡିକାଲ ନେଉଛୁ । ଆଉ ତା’ର କିଛି ସମୟ ପରେ ଫୋନ ଆସିଥିଲା କି ଝିଅ ଆଉ ଏ ଦୁନିଆରେ ନାହିଁ ।

ଯାହାପରେ ଢୋଲମରା ଗାଁରେ ଦୁଃଖର ଲହରୀ ଦେଖିବାକୁ ମିଳିଛି । ଏହାପରେ ଝିଅର ମୃତ୍ୟୁ କିଭଳି ହେଲା ସେନେଇ ତଦନ୍ତ କରିବା ପାଇଁ ସେମାନେ ବେଙ୍ଗାଲୁରୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।