ଓଲିଉଡ ଲୋକପ୍ରିୟ ଗାୟିକା Aseema Panda ଙ୍କୁ ଘେରିଲେ ପୋଲିସ, ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ video

ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ଅନୁଷ୍ଠିତ ହୋଇଛି ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । କାର୍ତ୍ତିକ ମାସ ଶେଷ ହେଲେ କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ କଟକ ବାଲିଯାତ୍ରା ପଡିଆରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଏହି ପାରମ୍ପରିକ ମେଳା । ଓଡିଶାର କୋଣ ଅନୁକୋଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଦର୍ଶକ ଏହି ମେଳା ବୁଲିବା ପାଇଁ ଆସନ୍ତି । ତେବେ ମହାମାରୀ ଯୋଗୁଁ 2020 ଏବଂ 2021 ରେ ବାଲିଯାତ୍ରା କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବେଶ ଧୁମଧାମରେ ବାଲିଯାତ୍ରା ଉପଭୋଗ କରୁଛନ୍ତି ଓଡିଶାବାସୀ ।

ବାଲିଯାତ୍ରାରେ ବିଭିନ୍ନ ପ୍ରକାର ଆସବାବପତ୍ର, ଘରୋଇ ଉପକରଣ, ଘରସଜ୍ଜା ଜିନିଷ, ଝିଅଙ୍କର କେତେ କଣ ଷ୍ଟେସନାରୀ ସାମଗ୍ରୀ, ପିଲାଙ୍କର ଖେଳଣା, ଭଳିକି ଭକି ଖାଇବା ଓ ଦୋଳି ଆଦିର ମେଳା ଲାଗିଥାଏ । ଲୋକମାନେ ବୁଲିବା ସହ ମନପସନ୍ଦର ଜିନିଷ କିଣନ୍ତି ଏବଂ ସୁଆଦିଆ ଖାଦ୍ଯ ଖାଆନ୍ତି । ଦୋଳିରେ ମଧ୍ୟ ବସିବାକୁ ଲୋକଙ୍କର ବେଶ ଭିଡ ଜମେ । ତେବେ ଏହା ସାଙ୍ଗକୁ ବାଲିଯାତ୍ରାରେ ତିଆରି ହୁଏ ମଞ୍ଚ ।

ଯେଉଁଠି ବିଭିନ୍ନ ପ୍ରକାର ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଆଉ ମଞ୍ଚକୁ ସବୁଦିନ ଲୋକପ୍ରିୟ କଳାକାର ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଏ । ପୋଲିସ ପ୍ରଶାସନ ମଧ୍ୟ ଲୋକଙ୍କ ସୁରକ୍ଷା ପ୍ରତି ସଜାଗ ରହିଥାନ୍ତି । ତେବେ ଚଳିତ ବାଲିଯାତ୍ରାରେ ଗଣକବି ବୈଷ୍ଣବ ପାଣି ମଞ୍ଚକୁ ନିମନ୍ତ୍ରଣ କରା ଯାଇଥିଲା ଲୋକପ୍ରିୟ ଓଲିଉଡ ଗାୟିକା ଅସୀମା ପଣ୍ଡାଙ୍କୁ । ଅସୀମା ଓଲିଉଡ ଜଗତର ଏକ ବେଶ ଚିହ୍ନା ମୁହଁ । ଦକ୍ଷ ଗାୟିକା ସହ ସେ ଜଣେ ଭଲ ହୋଷ୍ଟ ମଧ୍ୟ ।

ତେବେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇ ସେ ଦର୍ଶକଙ୍କ ମନରେ ରାଜ୍ କରୁଛନ୍ତି । ବାଲିଯାତ୍ରାରେ ମଧ୍ୟ ଅସୀମା ଷ୍ଟେଜରେ ତାଙ୍କ କଣ୍ଠର ଜାଦୁରେ ଦର୍ଶକଙ୍କୁ ବିମୋହିତ କରି ପକାଇଥିଲେ । ଅସୀମା ଗୀତ ଶୁଣିବା ପାଇଁ ଏବଂ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଦର୍ଶକମାନେ ବହୁଳ ସଂଖ୍ଯାରେ ଭିଡ ଜମାଇଥିଲେ । ତେବେ ସାଧାରଣ ଦର୍ଶକଙ୍କ କଥା ତ ଅଲଗା, ଅସୀମାଙ୍କ ସହ କଥା ହେବା ପାଇଁ ଏବଂ ତାଙ୍କ ସହ ଫଟୋ ଉଠାଇବା ପାଇଁ ପୋଲିସକର୍ମୀ ମାନେ ମଧ୍ୟ ତାଙ୍କୁ ଘେରି ପକାଇଥିଲେ ।

ଯାହାର ଏକ ଭିଜୁଆଲ ସାମ୍ନାକୁ ଆସିଛି । ଅସୀମା ସେମାନଙ୍କ ସହ ବେଶ କିଛି ସମୟ ଧରି ବାର୍ତ୍ତାଳାପ କରିଥିବାର ଦେଖିବାକୁ ମିଳିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।