T20 ବିଶ୍ଵକପ ହାରିଲୁ ତ କଣ ହେଲା ଆସନ୍ତା ବର୍ଷ ଭାରତରେ ବିଶ୍ଵକପ ଇଠାଇବ ପାକିସ୍ତାନ, ହାରିବା ପରେ ମୁହଁ ଟାଣ ଦେଖାଇଲେ Shoaib Akhtar

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଆଇସିସି ଟି20 ବିଶ୍ଵକପ ଫାଇନାଲରେ ପାକିସ୍ତାନକୁ ହରାଇ ବିଶ୍ଵ ଚମ୍ପିୟାନ ହୋଇଛି ଇଂଲଣ୍ଡ । ଆଉ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନ । ଏଥିପାଇଁ ପୂର୍ବରୁ ମୁହଁ ଟାଣ ଦେଖାଉଥିବା ପୂର୍ବ ପାକିସ୍ତାନୀ କ୍ରିକେଟର ବିଚଳିତ ହୋଇ ପଡିଛନ୍ତି । ପାକିସ୍ତାନର ପରାଜୟ ପରେ ବି ମୁହଁଟାଣ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର । ସୋଏବ କହିଛନ୍ତି, ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବ ଦିନିକିଆ ବିଶ୍ଵକପ । ଆଉ ଭାରତରୁ ହିଁ ଆମେ ବିଶ୍ଵକପ ଉଠାଇବୁ ।

ତେବେ ଗତ କିଛି ବର୍ଷ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ଯାଚ ହେଉ ନଥିବା ବେଳେ ଭାରତଗସ୍ତରେ ପାକିସ୍ତାନ ଖେଳୁ ବୋଲି ପାକିସ୍ତାନୀ ଆଶାବାଦୀ ଥିବା ସୋଏବଙ୍କ କଥାରୁ ସ୍ପଷ୍ଟ ହୋଇଛି । ରାଓଲପିଣ୍ଡି ଏକ୍ସପ୍ରେସ ଭାବେ ବେଶ ଜଣାଶୁଣା ସୋଏବ ଅଖତର ଏନେଇ ଟ୍ବିଟରରେ ଏକ ଭିଡିଓ ଶେୟାର କରିଛନ୍ତି । ଆଉ ସେଥିରେ ସେ କହିଛନ୍ତି, ପାକିସ୍ତାନ ଦଳ ଟି20 ବିଶ୍ଵକପ ଫାଇନାଲରେ ହାରିବା ନେଇ ମୁଁ ନିରାଶ ଅଛି । ସାହୀନ ଆଫ୍ରିଦି ଆହତ ହେବା ଆମ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା ।

କିନ୍ତୁ ଏଥିରେ ମୁଣ୍ଡ ତଳକୁ କରିବାର ନାହିଁ । 2016 ରେ 5ଟି ଛକା ଖାଇ ଇଂଲଣ୍ଡକୁ ବିଶ୍ଵକପ ହରାଇଥିଲେ ବେନ ଷ୍ଟୋକ । ହେଲେ 2022 ରେ ସେ ଇଂଲଣ୍ଡକୁ ବିଶ୍ଵକପ ଜିତାଇଛନ୍ତି । ପାକିସ୍ତାନ ହାରିଛି ବୋଲି କଷ୍ଟ ହେଉଛି ହେଲେ କିଛି କଥା ନାହିଁ । ଭାରତରେ କିନ୍ତୁ ଆମେ ନିଶ୍ଚୟ ବିଶ୍ଵକପ ଉଠାଇବୁ । ସେ ଆହୁରି ମଧ୍ୟ କହିଥିଲେ କି, ପାକିସ୍ତାନ ବିଶ୍ଵକପ ହାରି ଯାଇଥିଲେ ମଧ୍ୟ ସେଥିରେ ବେଶ ଭଲ ପ୍ରଦର୍ଶନ କରିଛି । ପୁରା ବିଶ୍ଵକପରେ ଭଲ ବୋଲିଂ କରି ଫାଇନାଲରେ ପହଞ୍ଚିଥିଲା ପାକିସ୍ତାନ ଏବଂ ଭାଗ୍ୟ ମଧ୍ୟ ସାଥ ଦେଇଥିଲା ।

ତେଣୁ ଦୁଃଖ କରିବାର କିଛି ନାହିଁ କହି ପାକିସ୍ତାନର ମନୋବଳ ବଢାଇବା ସହ ସୋଏବ ଅଖତର ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଆସନ୍ତା ବର୍ଷ ପାକିସ୍ତାନରେ ଏସିଆ କପ ଆୟୋଜିତ ହେବାକୁ ଥିବାବେଳେ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବନାହିଁ ବୋଲି କହିଥିଲେ ଅଧ୍ୟକ୍ଷ ଜୟ ଶାହା । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଟ ମଧ୍ୟ ରାଗିଯାଇ କହିଥିଲା, ପାକିସ୍ତାନ ମଧ୍ୟ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ଵକପ ଗସ୍ତରେ ଯିବନାହିଁ ।

ହେଲେ ଏହା ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ପାକିସ୍ତାନକୁ ଏହା ଖେଳିବାକୁ ପଡିବ । ନଚେତ ଆଇସିସି ପାକିସତ୍ନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇପାରେ । ତେବେ ଦେଖାଯାଉ ଏନେଇ ଆଗକୁ କଣ ପ୍ରତିକ୍ରିୟା ରଖୁଛି ପାକିସ୍ତାନୀ କ୍ରିକେଟ ବୋର୍ଡ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।