ପ୍ଲାସ୍ଟିକ ଅଳିଆରୁ ପେଟ୍ରୋଲ ପ୍ରସ୍ତୁତ କରିଥାନ୍ତି ଏହି ଦେଶୀ ଇଞ୍ଜିନିୟର, ଦାମ ମାତ୍ର ୪୦ ଟଙ୍କା ପ୍ରତି ଲିଟର, ଜାଣନ୍ତୁ କେମିତି

ପ୍ଲାସ୍ଟିକ ଅଳିଆ ଏକ ଏମିତି ଜିନିଷ ଅଟେ ଯେଉଁଥିରୁ ସହଜରେ ମୁକ୍ତି ମିଳେ ନାହିଁ । ଏହା ଆମର ପରିବେଶ ପାଇଁ ବହୁତ ହାନିକାରକ ହୋଇଥାଏ । କହିବାକୁ ଗଲେ ବର୍ତ୍ତମାନ ସମୁଦ୍ରରେ ମାଛ ଅପେକ୍ଷା ପ୍ଲାସ୍ଟିକ ଅଧିକ ମିଳୁଛି । କିନ୍ତୁ କହିବାକୁ ଗଲେ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଏହିଭଳି ସମସ୍ୟାର ସମଧାନ ପାଇଁ କାମ କରୁଛନ୍ତି । ଏମିତି ହିଁ ଜଣେ ବ୍ୟକ୍ତି ଅଛନ୍ତି ପ୍ରୋଫେସର ସତୀଶ କୁମାର, ଯିଏକି ପ୍ଲାସ୍ଟିକ ଅଳିଆରୁ ଶସ୍ତା ପେଟ୍ରୋଲ କରିବାର ଉପାୟ ବାହାର କରିଛନ୍ତି । ଆସନ୍ତୁ ଏହି ପୁରା ମାମଲାକୁ ବିସ୍ତାର ରୂପରେ ଜାଣିବା ।

୪୫ ବର୍ଷୀୟ ପ୍ରୋଫେସର ସତୀଶ କୁମାର ଏକ ଇଞ୍ଜିନିୟର ଅଟନ୍ତି ଓ ସେ ହାଇଦ୍ରାବାଦରେ ରୁହନ୍ତି । ସେ ପ୍ଲାସ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରିବା ପାଇଁ ନିଜର ଏକ କମ୍ପାନୀ ମଧ୍ୟ ଖୋଲିଛନ୍ତି । ଏହି କମ୍ପାନୀରେ ସବୁଦିନ ୨୦୦ ଲିଟର ପେଟ୍ରୋଲ ପ୍ରସ୍ତୁତ ହୋଇଥାଏ । ପ୍ଲାସ୍ଟିକରୁ ପେଟ୍ରୋଲ କରିବା ପାଇଁ ତିନି ପ୍ରକାରର ପ୍ରୋସେସ ହୋଇଥାଏ । ଯାହାକୁ ପ୍ଲାସ୍ଟିକ ପୈରୋଲିସିସ କୁହାଯାଏ ।

ପ୍ରୋଫେସର ସତୀଶ କୁମାର କହିଲେ କି ସବୁଦିନ ତାଙ୍କର କମ୍ପାନୀରେ ୫୦୦ କିଲୋ ପ୍ଲାସ୍ଟିକରୁ ୪୦୦ ଲିଟର ପେଟ୍ରୋଲ ପ୍ରସ୍ତୁତ କରାଯାଏ । ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏହି ପ୍ରକ୍ରିୟାରେ ନା ହିଁ ପାଣିର ବି ଆବଶ୍ୟକତା ହୋଇଥାଏ ଓ ନା ହିଁ ଏଥିରୁ କୌଣସି ଅବଶିଷ୍ଟ ପଦାର୍ଥ ବାହାରି ଥାଏ । ଏତିକି ନୁହେଁ ଏଥିରୁ ବାୟୁ ପ୍ରଦୂଷଣ ବି ହୋଇ ନ ଥାଏ । କହିବାକୁ ଗଲେ ଏହି ପ୍ରୋସେସ ଭାକୟୁମ ପ୍ରଣାଳୀ ଆଧାରିତ ଅଟେ ।

ପ୍ରୋଫେସର ସତୀଶ କୁମାର କହିଲେ କି ଏହି କାମ ଦ୍ଵାରା ତାଙ୍କର ଲକ୍ଷ୍ୟ ଟଙ୍କା ଆୟ କରିବାର ନୁହେଁ । ସେ ପରିବେଶକୁ ସରଂକ୍ଷିତ ରଖିବାକୁ ଚାହୁଁଛନ୍ତି । ଏତିକି ନୁହେଁ ସେ ଏହି ଟେକ୍ନୋଲଜୀକୁ କୌଣସି ବି ବିଜନେସ ମ୍ୟାନ ସହ ଶେୟାର କରିବାକୁ ପ୍ରସ୍ତୁତ ଅଛନ୍ତି । ଯାହା ଦ୍ଵାରା ଏହି ପ୍ଲାସ୍ଟିକ ଅଳିଆରୁ ମୁକ୍ତି ମିଳି ପାରିବ ।

କହିଦେଛୁ ଯେ ସତୀଶ କୁମାର ଏହି କାମକୁ ୨୦୧୬ରେ ଆରମ୍ଭ କରିଥିଲେ । ଏମିତିରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଟନ ପ୍ଲାସ୍ଟିକକୁ ତେଲରେ ବଦଳି ସାରିଛନ୍ତି । ଏହା ଛଡା ସେ ଏହି ପ୍ରକ୍ରିୟାରେ ସେ ଏହିଭଳି ପ୍ଲାସ୍ଟିକ ବ୍ୟବହାର କରିଛନ୍ତି ଯାହାର ରିସାଇକଲ କରାଯିବା ଅସମ୍ଭବ ଥିଲା । କହିବାକୁ ଗଲେ ପ୍ରୋଫେସର ସତୀଶ କୁମାର ଏହି ପେଟ୍ରୋଲକୁ ମାତ୍ର ୪୦ ଟଙ୍କା ଲିଟରରେ ବିକ୍ରି କରିଥାନ୍ତି ।

ଯାହାକି ବର୍ତ୍ତମାନ ସମୟର ପେଟ୍ରୋଲ ଦାମର ଅଧା ଅଟେ । ଏହି ପ୍ଲାସ୍ଟିକରୁ କେବଳ ପେଟ୍ରୋଲ ନୁହେଁ ଡିଜେଲ ଓ ଏୟାରପ୍ଲେନର ଇନ୍ଧନ ବି ପ୍ରସ୍ତୁତ କରାଯାଉଛି । କିନ୍ତୁ ପେଟ୍ରୋଲ ଇଞ୍ଜିନ ପାଇଁ କେତେ ସଠିକ ଅଟେ ଏହା ଯାଞ୍ଚ କରିବା ବର୍ତ୍ତମାନ ପର୍ଯ୍ୟନ୍ତ ବାକି ଅଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।