ପିତାମାତା ନିଜ ପିଲାଙ୍କୁ ଏହି 10 ଶିକ୍ଷା ନିହାତି ଦେବା ଉଚିତ, ନିଶ୍ଚୟ ଜାଣି ରଖନ୍ତୁ ଏହିସବୁ କଥା (Parenting Tips)

ନମସ୍କାର ବନ୍ଧୁଗଣ, ସଂସାରକୁ ଗୋଟିଏ ନବଜାତ ଶିଶୁ ଆସିବା ପରେ ସେହି ଶିଶୁ ପାଇଁ ସବୁକିଛି ତା ବାପା ମାଆ ହୋଇଥାନ୍ତି । ଗୋଟିଏ ପିଲାକୁ ଉଚିତ ଶିକ୍ଷା ଦେଇ ମୂଳଦୁଆ ମଜୁବୁତ କରିଥାନ୍ତି ବାପା ମାଆ । ତେବେ ବାପା ମାଆଙ୍କୁ ନିଜ ପିଲାଙ୍କ ସହ କିଭଳି ରହିବା ଦରକାର କିଭଳି ତାଙ୍କ ମନ ବୁଝିବା ଦରକାର ଏବଂ କେଉଁ ସବୁ ଶିକ୍ଷା ଦେବା ଦରକାର ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ପ୍ରଥମ: ସର୍ବପ୍ରଥମେ ଆପଣ ନିଜ ପିଲାକୁ ସମ୍ମାନ ଦେବା ଶିଖାନ୍ତୁ । ଅନ୍ୟକୁ ଇଜ୍ଜତ ଦେବା ସହ ଆପଣଙ୍କୁ ଇଜ୍ଜତ ଦେବା ଶିଖାନ୍ତୁ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଏହିସବୁ କଥାର ଧ୍ୟାନ ରଖିବା ଆବଶ୍ୟକ । ଦିତୀୟ: ଆପଣ ପିଲାକୁ ମୁକ୍ତତା ଦେବା ଆବଶ୍ୟକ । ଖୋଲା ଜୀବନ ବଞ୍ଚିବା ପାଇଁ ସୁଯୋଗ ଦେବା ଆବଶ୍ୟକ । ସବୁ କ୍ଷେତ୍ରରେ ନ ହେଲେ ବି ତାଙ୍କ ମନ ବୁଝି ତାଙ୍କ ମନବୁତାବିକ କିଛି କଥା ପାଇଁ ଖୋଲା ଛାଡିବା ଆବଶ୍ୟକ । ତେବେ ଯାଇ ସିଏ ନିସ୍ପତି ନେବା ପାଇଁ ସକ୍ଷମ ହେବେ । ନେହେଲେ ସର୍ବଦା ଅନ୍ୟ ଉପରେ ନିର୍ଭର କରିବାକୁ ଲାଗିବେ ଆପଣଙ୍କ ପିଲା ।

ତୃତୀୟ: ଆପଣ ନିଜ ପିଲାଙ୍କ ସହ ଖୋଲା ହୋଇ ମିଶନ୍ତୁ ସାଙ୍ଗ ଭଳି । ଆପଣ ଏହା କରିବା ଫଳରେ ଆପଣଙ୍କ ପିଲା ଆପଣଙ୍କୁ ତାଙ୍କ ଜୀବନର ଅସୁବିଧା ଜଣାଇବା ପାଇଁ ସୁରକ୍ଷିତ ମନେ କରିବେ । ଏଭଳି ମିଶନ୍ତୁ ଯେଭଳି ସେ ଆପଣଙ୍କୁ ସାଙ୍ଗ ଭାବିବା ସହ ତାଙ୍କ ମନରେ ଆପଣଙ୍କ ପାଇଁ କେଉଁଠି ନା କେଉଁଠି ଡର ପାଇବା ବି ରହୁଥିବ ।

ଚତୁର୍ଥ: ଆପଣ କରୁଥିବା କାର୍ଯ୍ୟକୁ ପିଲାମାନେ ସର୍ବଦା ଅନୁକରଣ କରିଥାନ୍ତି । ତେଣୁ ଆପଣ ଭଲ କାର୍ଯ୍ୟମାନ କରିବା ଆବଶ୍ୟକ ଯାହାକୁ ଦେଖି ସେ ବି ଭଲ କାର୍ଯ୍ୟ କରିବାକୁ ଲାଗିଥାନ୍ତି । ପଞ୍ଚମ: ପିଲାଙ୍କୁ ଅନ୍ୟର ଯତ୍ନ ନେବା ଶିଖାନ୍ତୁ । ଦୟାଳୁ ଭାବନା ତାଙ୍କ ମନରେ ସୃଷ୍ଟି କରନ୍ତୁ । ସେଥିପାଇଁ ଆପଣଙ୍କୁ ମଧ୍ୟ ଯତ୍ନବାନ ଏବଂ ଦୟାଳୁ ହେବା ଆବଶ୍ୟକ ।

ଷଷ୍ଠ: ସ୍ଵାର୍ଥପରତା ଭାବନା ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ । ତାଙ୍କ ପାଖରେ ଥିବା ଜିନିଷକୁ ବାଣ୍ଟିବା ଶିଖାନ୍ତୁ । ତୋର ମୋର ଭଳି ଭାବନା ତାଙ୍କ ମନରେ ଆଣନ୍ତୁ ନାହିଁ । ପିଲାଙ୍କ ମନରେ ଅନ୍ୟମାନଙ୍କ ପ୍ରତି ଭଲ ପାଇବା ଭାବନା ଆଣନ୍ତୁ । ଏହା କୌଣସି କଷ୍ଟ ସାଧ୍ୟ କାମ ନୁହେଁ । ଆପଣ ଯେମିତି ବ୍ୟବହାର କରିବେ ଅନ୍ୟ ସହ ତାହା ଦେଖି ହିଁ ଆପଣଙ୍କ ପିଲା ଶିଖିଯାଏ ଆରମରେ ।

ସପ୍ତମ: କେବେ ବି ନିଜ ପିଲାକୁ ଅନ୍ୟ ପିଲା ସହ ତୁଳନା କରିବେ ନାହିଁ । ଏହା ପିଲାଙ୍କ ମନବଳ ଭାଙ୍ଗିଦେଇଥାଏ । ଅନ୍ୟ ସହ ତୁଳନା ନକରି ତାଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।