ଫିଲ୍ମ ରିଲିଜ ପୂର୍ବରୁ ହଲ୍ ରେ ପଶି “ପଠାନ୍” ପୋଷ୍ଟର ଫାଡିଲେ ଉତ୍ତ୍ୟକ୍ତ ବଜରଙ୍ଗ ଦଳ, ଭାଇରାଲ ହେଉଛି ଭିଡିଓ, ଦେଖନ୍ତୁ video

ଦୀର୍ଘ ଦିନ ଧରି ବଡ ପରଦାରୁ ଦୂରେଇ ରହିଥିଲେ ବଲିଉଡର ବାଦଶାହ ଶାହରୁଖ ଖାନ । ଦୀର୍ଘ ଦିନ ବ୍ଯବଧାନରେ ଆନତା ଜାନୁୟାରୀ 25 ତାରିଖ ରିଲିଜ ହେବାକୁ ଯାଉଛି କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ପଠାନ” । ଶାହରୁଖଙ୍କ ଫ୍ୟାନ୍ସ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିବାଦ ଦେଖା ଦେଇଛି । ପୂର୍ବରୁ ପଠାନ ଫିଲ୍ମର ଦୁଇଟି ଗୀତ ରିଲିଜ ହୋଇ ସାରିଥିବା ବେଳେ ଏହାର ଗୀତକୁ ନେଇ ବିବାଦ ମୁଣ୍ଡ ଟେକିଥିଲା ।

ତେବେ ଫିଲ୍ମ ରିଲିଜ ହେବାକୁ ଆଉ ମାତ୍ର 20 ଦିନ ବାକି ଥିବା ବେଳେ ଫିଲ୍ମ ବିରୋଧରେ ପ୍ରତିବାଦ ଉଠିବା ନିହାତି ଭାବେ ଫିଲ୍ମ ପ୍ରଯୋଜକଙ୍କୁ ଚିନ୍ତାରେ ପକାଇପାରେ । କାରଣ ଅହମ୍ମଦାବାଦରେ ପଠାନ ଫିଲ୍ମକୁ ବିରୋଧ କରି ଫିଲ୍ମ ହଲରେ ପଶି ପୋଷ୍ଟର ଚିରିବା ସହ ଭଙ୍ଗାରୁଜା କରିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ତେବେ ବଜରଙ୍ଗ ଦଳ ଏପରି କରିଥିବା ଜଣାପଡିଛି । ଅହମ୍ମଦାବାଦରେ ପ୍ରଥମେ ଏଭଳି ଆରମ୍ଭ ହୋଇଥିବା ବେଳେ ଦେଶବ୍ୟାପୀ ଏଭଳି ହେବା ନେଇ ଭୟ ରହିଛି ।

ଏଭଳି ସ୍ଥିତିରେ ଫ୍ୟାନ୍ସ ମାନେ ହଲକୁ ଯିବାକୁ ଭୟ କରିବେ । ପଠାନ ଫିଲ୍ମରେ ଶାହରୁଖ ଖାନଙ୍କ ସହ ଟପ୍ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ତେବେ ଫିଲ୍ମର ଗୀତ “ବେଶରମ୍ ରଙ୍ଗ” କୁ ନେଇ କିଛି ଆପତ୍ତି ଉଠାଇଥିଲେ ଲୋକେ । ଅନେକ ମାତ୍ରାରେ ଲୋକେ ଏହାକୁ ପସନ୍ଦ କରିଥିବା ବେଳେ କେହି କେହି ଦୀପିକାଙ୍କର ଗେରୁଆ ରଙ୍ଗର ବିକିନି ପିନ୍ଧିବା ନାପସନ୍ଦ କରିଥିଲେ ।

ବଲିଉଡରେ ଉଭୟ ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଫିଲ୍ମ “ଓମ୍ ଶାନ୍ତି ଓମ୍” ରେ ଦୁହେଁ ଏକାଠି ନଜର ଆସିଥିବା ବେଳେ ତାହା ଦୀପିକାଙ୍କ ଡେବ୍ଯୁ ଫିଲ୍ମ ଥିଲା । ଏହାପରେ 2013 ରେ ଉଭୟ ଫିଲ୍ମ “ଚେନ୍ନାଇ ଏକ୍ସପ୍ରେସ” ରେ ନଜର ଆସିଥିଲେ ।

ଦୀର୍ଘ ବର୍ଷ ବ୍ଯବଧାନରେ ପୁଣି ଥରେ ଦୀପିକା ଓ ଶାହରୁଖଙ୍କ ଯୋଡିକୁ ପରଦାରେ ଦେଖିବା ପାଇଁ ଫ୍ୟାନ୍ସ ପାଇଁ ଅନେଇ ବସିଛନ୍ତି । ଏସବୁ ମଧ୍ୟରେ ଫିଲ୍ମକୁ ନେଇ ବଜରଙ୍ଗ ଦଳର ଏଭଳି ପ୍ରତିକ୍ରିୟା ଏବେଠୁ ଫ୍ୟାନ୍ସଙ୍କ ମନରେ କୋକୁଆ ଭୟ ସୃଷ୍ଟି କଲାଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।