ପିତାଙ୍କ ମୃତ୍ୟୁ ପରେ ମା’ ପରିଶ୍ରମ କରି ଝିଅକୁ ପାଳିଲେ, 21 ବର୍ଷ ବୟସରେ ଝିଅ…

ପରିଶ୍ରମ କେବେ ବି ବିଫଳ ହୋଇ ନଥାଏ… ଆଜି ନୁହେଁ ତ କାଲି ଆପଣଙ୍କ ପରିଶ୍ରମର ଫଳ ନିଶ୍ଚୟ ମିଳିବ । ଯଦି ମନରେ କିଛି କରିବାର ଆଶା ଓ ପରିଶ୍ରମର ଶକ୍ତି ଥାଏ ତେବେ କେହି ଆପଣଙ୍କୁ ସଫଳ ହେବାରେ ଅଟକାଇ ପାରିବେ ନାହିଁ । ଏହି କଥାକୁ ପ୍ରମାଣ କରି ଦେଖେଇ ଛନ୍ତି ମଧ୍ୟପ୍ରଦେଶ ର ଗୋଟିଏ ସଫଳ ଝିଅ ନିକିତା । ଖରଗୌନ ସହରର କୁନ୍ଦ୍ରା ନଗରରେ ରହୁଥିବା ନିକିତା ପ୍ରଥମ ପ୍ରୟାସରେ ହିଁ ପିଏସସି ର ପରୀକ୍ଷା ପାସ କରିଛନ୍ତି ଓ ଡେପୁଟି କଲେକ୍ଟର ପଦରେ ଚୟନୀତ ହୋଇଛନ୍ତି । ପତ୍ରିକାର ରିପୋର୍ଟ ଅନୁସାରେ ନିକିତା ଏସଟି ବର୍ଗରେ ଏମପି ରେ ଟପ କଲେ ଓ ପ୍ରଦେଶରେ ଓଭର ଅଲ 23  ରାଙ୍କ ହାସିଲ କରିଛନ୍ତି ।

ଭଗବାନପୁରା ବ୍ଲକ ର ସୁଖପୁରୀ ରେ ମଣ୍ଡଲୋଇଙ୍କର ପରିବାର ରୁହେ । ନିକିତା ଙ୍କର ପିତା ମଙ୍ଗଲ ସିଂହ ଟିଚର ଥିଲେ ଓ ସେ ନିଜ ଝିଅକୁ ଡେପୁଟି କଲେକ୍ଟର ବା କଲେକ୍ଟର କରିବାର ସ୍ଵପ୍ନ ଦେଖିଥିଲେ । କିଛି ବର୍ଷ ପୂର୍ବେ କୁନ୍ଦ୍ରା ନଗରରେ ଘର କରି ଏଠାରେ ରହିବାକୁ ଲାଗିଲେ । ସାତ ବର୍ଷ ପୂର୍ବେ ପିତାଙ୍କର ଦେହାନ୍ତ ହୋଇଗଲା ।

ଯାହା ପାଇଁ ତିନିଟି ପିଲାଙ୍କର ଦ୍ଵାଇତ୍ଵ ମା ରାଧା ମଣ୍ଡଲୋଇଙ୍କ ଉପରକୁ ଆସିଗଲା । ମୁଣ୍ଡରୁ ପିତାଙ୍କର ଛାୟା ଉଠିବା ପରେ ବି ନିକିତା ଧୈର୍ଯ୍ୟ ହରାଇ ନଥିଲେ ଓ ଭଲ ଭାବେ ପଢି ପିତାଙ୍କର ସ୍ଵପ୍ନ ପୁରା କରିଲେ । ନିଜ ଝିଅର ଏହି ସଫଳତାରେ ପରିବାରାର ସବୁ ସଦସ୍ୟ ବହୁତ ଖୁସି ଅଟନ୍ତି । ନିକିତାଙ୍କର ପ୍ରାରମ୍ଭିକ ପଢା ସହରର ବିଦ୍ୟାଳୟରେ ହୋଇଥିଲା ।

ଏହା ପରେ ସେ ଇନ୍ଦୋର ର ଜିଏସଆଇଟିଏସ କଲେଜ ରେ ବାୟୋ ମେକାନିକାଲ ରେ ଇଞ୍ଜିନିୟରିଂ କଲେ । କଲେଜ ରେ ପଢିବା ସମୟରେ ହିଁ ତାଙ୍କର ଚୟନ ପ୍ରାଇଭେଟ କମ୍ପାନୀ ଦ୍ଵାରା କରା ଯାଇଥିଲା । ଯାହା ଦ୍ଵାରା ଲକ୍ଷ ଲକ୍ଷ ପ୍ୟାକେଜ ରେ ବିଦେଶରେ ଚାକିରି ର ଅଫର ମିଳିଥିଲା, କିନ୍ତୁ ନିକିତା ଏହି ଅଫର କୁ ଛାଡିଦେଲେ ଓ ପିଏସସି ପ୍ରସ୍ତୁତିରେ ଲାଗି ପଡିଲେ । ନିକିତା ଅଢେଇ ବର୍ଷ ପରିଶ୍ରମରେ ପରୀକ୍ଷା ପାସ କରିଲେ ।

ନିକିତା ତାଙ୍କ ସନ୍ଦେଶରେ କହିଲେ କି ପଢା ସମୟରେ ଏକ ନିର୍ଦ୍ଧିଷ୍ଟ ଲକ୍ଷ ଓ ତାକୁ ହାସଲ କରିବାର ଜିଦ୍ଦି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଭିତରେ ରହିବା ଆବଶ୍ୟକ । ଯାହା ଦ୍ଵାରା କଠିନ ରୁ କଠିନ ପରିସ୍ଥିତି ଆସିଲେ ମଧ୍ୟ ଆପଣ ସଫଳ ହେବେ ।