ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ଯୋଜନାରେ ଆପଣଙ୍କ ନାମ ଅଛି କି ନାହିଁ, ଜାଣିବା ପାଇଁ କରନ୍ତୁ ଖାଲି ଏହି କାମ

ଚଳନ୍ତି ବର୍ଷ 2019 – 2020 ଅନ୍ତରିମ ବଜେଟରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ଅଧିକାରିକ ୱେବସାଇଟ ଲଞ୍ଚ ହୋଇ ଯାଇଛି । ଏହି ୱେବସାଇଟ ମାଧ୍ୟମରେ ଆପଣ ଘରେ ବସି ସହଜରେ ଜାଣି ପାରିବେ କି ଆପଣ ଏହି ଯୋଜନାର ପାତ୍ର ଅଟନ୍ତି କି ନୁହେଁ ।

ୱେବସାଇଟ କୁ ଆପଣ ନିଜ ମୋବୀଇଲ ବା କମ୍ପ୍ୟୁଟର ରେ ଖୋଲି ପାରିବେ । କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ନିଜ ନିଜ ରାଜ୍ୟର ଏହି ଯୋଜନାର ପାତ୍ର କିଶାନ ମାନଙ୍କର ନାମ 25 ଫେବୃୟାରୀ 2019 ମଧ୍ୟରେ ଦେବା ପାଇଁ ଆଦେଶ ଦେଇ ଛନ୍ତି । 25 ଫେବୃୟାରୀ ପରେ ଆପଣ ଏହି ୱେବସାଇଟ କୁ ଯାଇ ନିଜର ନାମ ଅଛି କି ନାହିଁ ଦେଖି ପାରିବେ । ମନେ ରଖିବେ କି ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ଅନ୍ତର୍ଗତ ଗରିବ ଚାଷୀଙ୍କୁ ପ୍ରତି ବର୍ଷକୁ 6000 ଟଙ୍କା ଦେବାର ପ୍ରବନ୍ଧ ହୋଇଛି । ଏହି ପଇସା 2000 – 2000 ର ତିନିଟି କିସ୍ତି ରେ ଚାଷି ମାନଙ୍କୁ ଦିଆଯିବ ।

ଏହି ୱେବ ସାଇଟ ହେଲା http://pmkisan.nic.in

ଏହି ଯୋଜନା ଅନୁସାରେ 2 ହେକ୍ଟର ପର୍ଯ୍ୟନ୍ତ ଚାଷ କରୁଥିବା ଚାଷୀଙ୍କୁ 6000 ଟଙ୍କା ପ୍ରତିବର୍ଷ ଦେବାର ଘୋଷଣା କରା ଯାଇଛି । ଏହି ଯୋଜନାକୁ ଡିସେମ୍ବର ରୁ ପ୍ରଭାବୀ କରା ଯାଇଛି । ମାର୍ଚ୍ଚ 2019 ରେ ଏହି ଯୋଜନାର ପ୍ରଥମ କିସ୍ତି ଚାଷୀ ମାନଙ୍କର ଖାତାରେ ଆସିବାର ଘୋଷଣା କରା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଏହି ଯୋଜନା ଆରମ୍ଭ କରି ଛନ୍ତି ।

ରାଜ୍ୟ ସରକାରଙ୍କୁ କୁହା ଯାଇଛି କି ଲାଭାର୍ଥୀ ଚାଷୀ ମାନଙ୍କର ଡାଟାବେସ ରେଡି କରନ୍ତୁ । ଡାଟାବେସ ରେ ନାମ, ଲିଙ୍ଗ, ଜାତି, ଆଧାର, ବ୍ୟାଙ୍କ ଖାତା ସଂଖ୍ୟା, ମୋବାଇଲ ନମ୍ବର ଆଦିର ସୂଚନା ଦିଆଯିବ, ସେହି ଚାଷୀ ଯାହା ପାଖରେ ସରକାରୀ ଡାଟାବେସ ଅନୁସାରେ 2 ହେକ୍ଟର ପର୍ଯ୍ୟନ୍ତ ଚାଷ ଯୋଗ୍ୟ ଭୂମି ଥିବ । ଜଣାଇ ଦେଉଛୁ କି ମୋଦୀ ସରକାର ଚାଷୀ ମାନଙ୍କୁ ଲାଭ ଦେବା ପାଇଁ ଅନ୍ତରିମ ବଜେଟ 2019 – 2020 ରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ଯୋଜନାର ଘୋଷଣା କରିଥିଲେ ।

ଆଶା କରୁଛୁ ଆମର ଏହି ସୂଚନା ନିଶ୍ଚୟ ଆପଣଙ୍କ କାମରେ ଆସିବ । ସୂଚନାଟି ପସନ୍ଦ ହୋଇଥିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଅଧିକ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।