୭୦ ବର୍ଷ ବୟସରେ ବି କିଡନୀ ଓ ଲିଭର କୁ ସୁସ୍ଥ ରଖିବାକୁ ଚାହୁଞ୍ଚନ୍ତି, ତେବେ ଆଜିଠୁ ସେବନ କରନ୍ତୁ ଏହି ପତ୍ର

ସମସ୍ତଙ୍କୁ ଆମ୍ବ ଖାଇବା ପସନ୍ଦ ହୋଇଥାଏ । କଣ ଆପଣଙ୍କୁ ଜଣା ଅଛି କି ଆମ୍ବ ପତ୍ର ବି ଆମ୍ବ ଭଳି ଅଦ୍ଭୁତ ଲାଭ ଦେଇଥାଏ । ଆମ୍ବ ପତ୍ର ଔଷଧୀୟ ଓ ଉପଚାରିକ ଗୁଣରେ ଭରପୁର ଥାଏ । ଏହି ପତ୍ର ଭିଟାମିନ C , ଭିଟାମିନ B ଓ ଭିଟାମିନ E ରେ ପରିପୂର୍ଣ୍ଣ ଥାଏ । ଏହି ପତ୍ରରେ ଅନ୍ୟ ପୋଷକ ତତ୍ତ୍ଵ  ମଧ୍ୟ ଥାଏ । ଆମ୍ବ ପତ୍ରରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ । ଆପଣ ଏହାର ବ୍ୟବହାର ପୂଜା ପାଠ ପାଇଁ କରିଥିବେ କିନ୍ତୁ ଏହାର ସେବନ କରିବା ଦ୍ଵାରା ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁତ ରୋଗରୁ ମୁକ୍ତି ପାଇ ପାରିବେ ।

ତେବେ ଆସନ୍ତୁ ଜାଣିବା କି ଆମ୍ବ ପାତ୍ର ଦ୍ଵାରା ଆମେ କେଉଁ କେଉଁ ରୋଗକୁ ଦୂର କରି ପାରିବା ।

ଡାଇବେଟିସ

ଆମ୍ବ ପତ୍ର ଡାଇବେଟିସ ପାଇଁ ରାମବାଣ ଭଳି କାମ କରିଥାଏ । ଆମ୍ବ ପତ୍ରକୁ ଶୁଖାଇ ପେସି ନିଅନ୍ତୁ ଓ ସେହି ପାଉଡର କୁ ବ୍ୟବହାର କରନ୍ତୁ । ଏହା ମଧୁମେହର ରକ୍ତ ନଳିର ରୋଗ ଓ ମଧୁମେହର ରେଟିନୋପାଥି ର ଚିକିଶ୍ଚା କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ରାତି ସାରା ଏକ କପ ପାଣିରେ ପତ୍ରକୁ ଭିଯାଇ ରଖନ୍ତୁ । ମଧୁମେହର ଲକ୍ଷଣକୁ ଦୂର କରିବା ପାଇଁ ସକାଳେ ଏହି ପାଣିକୁ ଛାଣି କି ପିଅନ୍ତୁ ।

ରକ୍ତଚାପ

ଆମ୍ବ ପତ୍ର ରକ୍ତଚାପକୁ କମ କରିବାରେ ସାହାର୍ଯ୍ୟ କରିଥାଏ କାରଣ ଏଥିରେ ରକ୍ତଚାପକୁ କମ କରିବାର ଗୁଣ ଥାଏ । ଏହା ରକ୍ତବାହିକାକୁ ମଝବୁତ କରିବାରେ ସହାୟକ ହୋଇଥାଏ ।

ଆମ୍ବ ପତ୍ର ଆପଣଙ୍କ ଚିନ୍ତାକୁ ଦୂର ରଖିବାରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ । ଚିନ୍ତା କାରଣରୁ ମୁଣ୍ଡ ସ୍ଥିର ରହୁ ନଥିବା ଲୋକଙ୍କ ପାଇଁ ଆମ୍ବ ପତ୍ର ଏକ ଭଲ ଘରୋଇ ଉପାୟ ଅଟେ । ଗାଧୋଇବା ପାଣିରେ ୨-୩ ଗ୍ଳାସ ଆମ୍ବ ପତ୍ରରେ ତିଆରି ହୋଇଥିବା ଚା’ ପକାନ୍ତୁ । ଏଥିରୁ ଆପଣଙ୍କ ସ୍ଵାସ୍ଥ୍ୟର ଚିକିଶ୍ଚା ହୋଇଥାଏ ଓ ଶରୀର ତାଜା ଅନୁଭବ କରିଥାଏ ।

କିଡନୀ ଷ୍ଟୋନ

ଆମ୍ବ ପତ୍ର ଆପଣଙ୍କ କିଡନୀ ଷ୍ଟୋନ ଓ ପିତ୍ତ ଷ୍ଟୋନ ର ଚିକିଶ୍ଚା କରିବାରେ ସହାୟକ ହୋଇଥାଏ । ଆମ୍ବ ପତ୍ରରେ ତିଆରି ହୋଇଥିବା ପାଉଡର ର ଦୈନିକ ସେବନ କରନ୍ତୁ । ଧ୍ୟାନ ରଖିବେ ଆମ୍ବ ପତ୍ର ଛାଇରେ ଶୁଖା ଯାଇଥିବା ଜରୁରୀ ଅଟେ । ରାତିରେ ଗୋଟିଏ ଗ୍ଲାସ ପାଣିରେ ପାଉଡର ମିଶାଇ ରଖନ୍ତୁ । ଏହା ଷ୍ଟୋନ କୁ ତରଳାଇବାରେ ଓ ତାହାକୁ ବାହାର କରିବାରେ ସହାୟକ ହୋଇଥାଏ ।

କାଶ ପାଇଁ

ଆମ୍ବ ପତ୍ର ସେବନ କାଶ ର ଦେଶୀ ଚିକିଶ୍ଚା ଅଟେ । ଆମ୍ବ ପତ୍ର ସବୁ ପ୍ରକାରର ଶ୍ଵାସ ସମ୍ବନ୍ଧୀୟ ସମସ୍ୟା ପାଇଁ ଉପକାରୀ ହୋଇଥାଏ । ଏହା ବିଶେଷ ରୂପରେ ଥଣ୍ଡା, ଜ୍ଵର ଓ ଆଜ୍ମା ରେ ପୀଡିତ ଲୋକଙ୍କ ପାଇଁ ଉପଯୋଗୀ ଅଟେ । କିଛି ମହୁ ସାଥିରେ ଆମ୍ବ ପତ୍ରକୁ ସିଝାଇ କାଡା ତିଆରି କରନ୍ତୁ ଓ ଏହି କାଡା ପିଇବା ଦ୍ଵାରା ଆପଣଙ୍କ ଥଣ୍ଡା କାଶକୁ ଠିକ କରିବାରେ ସାହାର୍ଯ୍ୟ ମିଳିଥାଏ । ଗଳା ବସି ଯିବା ପାଇଁ ଏହା ସବୁଠୁ ଭଲ ଚିକିଶ୍ଚା ବୋଲି କୁହାଯାଏ ।