Pintu Nanda ଙ୍କୁ ମୁଖାଗ୍ନି ଦେବାକୁ ଖଇ କଉଡି ଧରି ବାହାରିଲେଣି ବଡ ପୁଅ, ଦୃଶ୍ୟ ଦେଖିଲେ ଛାତି ଫାଟି ପଡିବ, ଦେଖନ୍ତୁ video

ପିଣ୍ଟୁ ନନ୍ଦ ଆଜି ସୁନିଆ ଛାଡି ସିନା ଚାଲିଗଲେ ହେଲେ ପ୍ରତିଟି ଓଡିଆଙ୍କ ମନରେ ଚିର ଆମର ରହିବେ । ତାଙ୍କ ଜୀବନ୍ତ ଅଭିନୟ ଲୋକଙ୍କୁ ବାନ୍ଧି ରଖେ ଓ ଦର୍ଶକଙ୍କୁ ସେ କନ୍ଦାନ୍ତି ବି ଆଉ ହସାନ୍ତି ବି । ପିଣ୍ଟୁ ନନ୍ଦ ଏକାଧାରାରେ ଜଣେ ଭଲ କଳାକାର, ଖଳ ନାୟକ ଏବଂ କମେଡିଆନ ମଧ୍ୟ । ସେ ଯେଉଁ ଚରିତ୍ରରେ ମଧ୍ୟ ଅଭିନୟ କରନ୍ତି ସମସ୍ତଙ୍କ ମନ ଜିଣି ନିଅନ୍ତି । ହେଲେ ସେ ହଠାତ ଲିଭର ଜନିତ ରୋଗରେ ପୀଡିତ ହେବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ପିଣ୍ଟୁ ନନ୍ଦ ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ଫିଲ୍ମ ପରଦାକୁ ଫେରି ଆସିବେ ବୋଲି ସମସ୍ତେ ଚାହିଁ ବସିଥିଲେ । ହେଲେ ସମସ୍ତଙ୍କୁ ନିରାଶ କରି ସବୁଦିନ ପାଇଁ ଦୁନିଆ ଛାଡି ଚାଲିଗଲେ ଏହି ପ୍ରତିଭାବାନ କଳାକାର । ଭୁବନେଶ୍ବରରୁ ଦିଲ୍ଲୀ ଯିବା ବେଳେ ପିଣ୍ଟୁ ବେଶ ଆଶାବାଦୀ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ସ୍ଥିର ଥିଲା । ଦିଲ୍ଲୀରେ ଶୀଘ୍ର ଡୋନର ମିଳିଥିଲେ ସେ ସୁସ୍ଥ ହୋଇ ଯାଇଥାନ୍ତେ । ହେଲେ ତାଙ୍କ ପରିବାରର କାହାରି ଲିଭର ମଧ୍ୟ ତାଙ୍କ ସହ ମ୍ଯାଚ କଲାନି, ଆଉ ଯାହା ମ୍ଯାଚ କଳା ସେଥିରେ ଅନ୍ୟ କିଛି ସମସ୍ଯା ଦେଖା ଦେଲା ।

ସରକାରୀ ନିୟମ ଅନୁଯାୟୀ, କେବଳ ଜଣେ ବ୍ରେନ ଡେଡ୍ ବ୍ୟକ୍ତିଙ୍କୁ ଛାଡି ବାହାର ଲୋକ ଲିଭର ଡୋନେଟ କରିପାରିବେ ନାହିଁ । ତେଣୁ ଲିଭର ଡୋନରଙ୍କ ଅପେକ୍ଷାରେ ଥିବାବେଳେ ପିଣ୍ଟୁଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡିବାରେ ଲାଗିଲା । ଶେଷରେ ଦିଲ୍ଲୀ ଡାକ୍ତର ମଧ୍ୟ ନିରାଶ ହୋଇ ତାଙ୍କୁ ହାଇଦ୍ରାବାଦ ଯିବା ପାଇଁ କହିଲେ ।

ସେଠାରେ ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଗୁରୁତର ହୋଇ ଚାଲିଥିଲା । ଶେଷରେ ଚିରନିଦ୍ରାରେ ଶୋଇଗଲା ପିଣ୍ଟୁଙ୍କ ଅମର ଆତ୍ମା । ଆଉ ଆଜି ତାଙ୍କର ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ପିଣ୍ଟୁ ନନ୍ଦଙ୍କୁ ପୁରୀ ସ୍ଵର୍ଗଦ୍ଵାର ନିଆଯିବ ଅନ୍ତିମ ସଂସ୍କାର ପାଇଁ । ଆଉ ଖଇ କଉଡି ଧରି ବାପାଙ୍କୁ ମୁଖାଗ୍ନି ଦେବାକୁ ବାହାରି ପଡିଛନ୍ତି ପିଣ୍ଟୁ ନନ୍ଦଙ୍କ ବଡ ପୁଅ । ପିଣ୍ଟୁଙ୍କୁ ମାତ୍ର 47 ବର୍ଷ ହୋଇଥିବା ବେଲେ ଦୁଇ ପୁଅଯାକ ଏବେବି ସ୍କୁଲରେ ପାଠ ପଢୁଛନ୍ତି ।

ପୁଅମାନେ ନିଜକୁ ବେଶ ଭଲଭାବେ ସମ୍ଭାଳି ନେଉଛନ୍ତି ସତ କିନ୍ତୁ ତାଙ୍କ କୋମଳମତି ମନ ଯେ ବାପାକୁ ହରାଇ କେମିତି ଅନୁଭବ ହେଉଥିବ ତାହା କେବଳ ସେମାନେ ଜାଣିଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।