ଡାଡିଙ୍କ କଥା କହି ଭୋ ଭୋ ହୋଇ କାନ୍ଦିଲେ Gudu, ଦେଖିଲେ ଆପଣ ବି କୋହ ସମ୍ଭାଳି ପାରିବେନି, ଦେଖନ୍ତୁ ଦୃଶ୍ୟ

ପିଣ୍ଟୁ ନନ୍ଦଙ୍କ ଶେଷ ଦର୍ଶନ କରିବାକୁ ଓଲିଉଡ ଜଗତର ଅନେକ କଳାକାର ଆସିଛନ୍ତି । ସ୍ଵର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସମସ୍ତଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଚାଲି ଯାଇଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ପ୍ରତିଭାବାନ ଅଭିନେତା । ତାଙ୍କ ସହ ବିତାଇଥିବା ଅନେକ ମୂହୁର୍ତ୍ତକୁ ମନେପକାଇ ସମସ୍ତେ କାନ୍ଦୁଛନ୍ତି । ଏତିକି ବେଳେ ପିଣ୍ଟୁ ନନ୍ଦଙ୍କ ସହ ଅନେକ ଫିଲ୍ମରେ କାମ କରିଥିବା ଅଭିନେତା ଗୁଡୁ କଇଁ କଇଁ ହୋଇ କାନ୍ଦୁଥିବା ଦେଖୁଥିବା ମିଳିଛି ।

କାହାସହ ଫୋନରେ କଥା ହେବା ବେଳେ ଗୁଡୁ ଅସମ୍ଭାଳ ହୋଇ କାନ୍ଦୁଛନ୍ତି । ଏତେ କାନ୍ଦିଲେଣି ଯେ ତାଙ୍କ ଆଖିରୁ ଲୁହ ବି ଶୁଖି ଗଲାଣି । ଗୁଡୁ ପିଣ୍ଟୁ ନନ୍ଦଙ୍କୁ ଡାଡି ବୋଲି ଡାକନ୍ତି । ପିଣ୍ଟୁଙ୍କ ସହ ସେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ଓ ତାଙ୍କୁ ଖୁବ ମାନନ୍ତି । ପିଣ୍ଟୁ ନନ୍ଦ ଯେଉଁଠି ଥାଆନ୍ତି ସେଇଠି ଏମିତି ମାହୋଲ ବନେଇ ଦିଅନ୍ତି ଯେ ଦୁଃଖରେ ଥିବା ଲୋକ ବି ନ ହସି ରହି ପାରନ୍ତି ନାହିଁ । ସେ ଶୁଟିଙ୍ଗ ସେଟକୁ ଆସିବେ ମାନେ ଭିତରେ ଥିବା ଲୋକ ବି ଜାଣି ଯାଆନ୍ତି କି ପିଣ୍ଟୁ ନନ୍ଦ ଆସିଲେ ବୋଲି ।

ବହୁତ ମଜାମସ୍ତି କରନ୍ତି ଓ ହସମିଜାଜ ସ୍ଵଭାବରେ ଲୋକ ଥିଲେ ପିଣ୍ଟୁ । ସମସ୍ତଙ୍କ ସହ ମିଶିକି ରୁହନ୍ତି ଓ ଖୁବ ଭଲପାଇବା ଦିଅନ୍ତି । ସେ ଅଧିକ ପିଆପିଇ କରିବା ଦେଖି ସମସ୍ତେ ତାଙ୍କୁ ସେଥିପାଇଁ ବୁଝାନ୍ତି ଓ ମନା କରନ୍ତି । ଗୁଡୁ ନିଜେ ମଧ୍ୟ ଅନେକ ଥର ପିଣ୍ଟୁ ନନ୍ଦଙ୍କୁ ବୁଝାଇଥିବା କୁହନ୍ତି ।

ହେଲେ ପିଣ୍ଟୁ ନନ୍ଦ କାହା କଥା ଶୁଣନ୍ତି ନାହିଁ ବରଂ ମଜାରେ ନେଇଯାନ୍ତି । ହେଲେ ସେ ଯେତେବେଳକୁ ଏକଥା ବୁଝିଲେ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । ସ୍ୱାସ୍ଥ୍ୟ କଥା ବୁଝିବା ବେଳକୁତାଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଲା । ଲିଭର ସମସ୍ଯା ଅଧିକ ବଢି ଯିବାରୁ ଏକଦମ ଅସୁସ୍ଥ ହୋଇପଡିଲେ ପିଣ୍ଟୁ ନନ୍ଦ । ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ସମୟ ଆସିବା ବେଳକୁ ତାଙ୍କୁ ନିରାଶ ହୋଇ ହେବାକୁ ପଡିଲା ।

ଶେଷରେ ଦିଲ୍ଲୀ ଡାକ୍ତର କ୍ଷମା ମାଗିବା ସହ ଫେରାଇ ଦେଲେ । ଆଉ ହାଇଦ୍ରାବାଦରେ ଚିକିତ୍ସିତ ଅବସ୍ଥାରେ ସବୁଦିନ ପାଇଁ ଆଖି ବୁଜି ଦେଲେ ପିଣ୍ଟୁ ନନ୍ଦ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।