Pintu Nanda ଙ୍କ ସହ ଶେଷଥର ଏମିତି କଥା ହୋଇଥିଲେ Bobby Mishra, ପିଣ୍ଟୁଙ୍କ ଶେଷ ଭଏସ୍ ଶୁଣିଲେ ଆପଣ ବି ଭାବୁକ ହୋଇଯିବେ…

ଓଲିଉଡର ଦିଗଜ ଅଭିନେତା ପିଣ୍ଟୁ ନନ୍ଦଙ୍କ ମୃ-ତ୍ୟୁକୁ ପ୍ରାୟ 15 ଦିନ ବିତିଗଲାଣି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଜଣେ ପ୍ରତିଭାଶାଳୀ ଅଭିନେତାଙ୍କୁ ହରାଇଛି ଯାହା ଓଲିଉଡ ପାଇଆନ ଅପୂରଣୀୟ କ୍ଷତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ମିହିର ଦାସଙ୍କ ଦେହାନ୍ତ ପରେ ପିଣ୍ଟୁ ନନ୍ଦ କେବଳ ତାଙ୍କ ସ୍ଥାନ ନେଇପାରିବେ ବୋଲି ଓଡିଆ ଫିଲ୍ମ ପ୍ରେମୀଙ୍କ ମନରେ ଆଶା ଥିବାବେଳେ ପିଣ୍ଟୁ ମଧ୍ୟ ସମସ୍ତଙ୍କୁ ପର କରି ଦୁନିଆ ଛାଡି ଚାଲିଗଲେ ।

ପିଣ୍ଟୁ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ ଲିଭର ଟ୍ରାନ୍ସପ୍ଳାଣ୍ଟ ହେଲେ ସେ ବଞ୍ଚିପାରିବେ ବୋଲି ଡାକ୍ତର କହିଥିଲେ । କିନ୍ତୁ ପିଣ୍ଟୁଙ୍କୁ ଠିକ ସମୟରେ ଲିଭର ମିଳିପାରିଲା ନାହିଁ । ପିଣ୍ଟୁଙ୍କ ଦେହ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିବା ପରଠାରୁ ତାଙ୍କର ଭଲ ବନ୍ଧୁ ତଥା ଅନ୍ଯତମ ଓଲିଉଡ ଅଭିନେତା ବବି ମିଶ୍ର ପିଣ୍ଟୁ ନନ୍ଦଙ୍କ ସହ ଯୋଗାଯୋଗରେ ରହୁଥିଲେ ଓ ତାଙ୍କ ସ୍ୱାସ୍ଥ୍ୟ ଖବର ରଖୁଥିଲେ ।

ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଡାକ୍ତର ପିଣ୍ଟୁଙ୍କୁ ଦିଲ୍ଲୀ ଯିବାକୁ ପରାମର୍ଶ ଦେଇଥିବା ବେଳେ ବବି ମିଶ୍ର କିନ୍ତୁ ଚାହୁଁଥିଲେ କି ପିଣ୍ଟୁ ହାଇଦ୍ରାବାଦ ଯାଆନ୍ତୁ ବୋଲି । ପିଣ୍ଟୁ ପରେ ହାଇଦ୍ରାବାଦ ଆସିଥିଲେ ସତ କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । ଏନେଇ ବବି ମିଶ୍ର ଅସନ୍ତୋଷ ପ୍ରକାଶ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏପରିକି ପିଣ୍ଟୁଙ୍କ ମୃ-ତ୍ୟୁକୁ ନେଇ ସେ କିଛି ବଡ ଖୁଲାସା କରିବେ ବୋଲି ମଧ୍ୟ ଗଣମାଧ୍ୟମରେ କହିଥିଲେ ।

ତେବେ ପିଣ୍ଟୁଙ୍କ ଏକଦଶାହ ଓ ବାର ଉପଲକ୍ଷେ ସମସ୍ତେ ଏକାଠି ହୋଇଥିବା ବେଳେ ବବି ମିଶ୍ର ମଧ୍ୟ ଏହି ଶୋକ ସଭାରେ ଯୋଗ ଦେବାକୁ ଆସିଥିଲେ । ଆଉ ଏହି ଅବସରରେ ବବି ମିଶ୍ର ପିଣ୍ଟୁଙ୍କ ସହ ଶେଷ ଥର ପାଇଁ କଣ କଥା ହୋଇଥିଲେ ସେସବୁ ଶୁଣାଇଛନ୍ତି । ଶେଷ ଥର ପାଇଁ ପିଣ୍ଟୁଙ୍କ ଭଏସ ଶୁଣିବାକୁ ମିଳିଛି । ବବି ମିଶ୍ର ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ବିଷୟରେ କହିବା ସହ ତାଙ୍କ ପାଖରେ ଅନେକ ଲୋକ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା କଥା କହିଥିଲେ ।

ଏପରିକି ପିଣ୍ଟୁ ହ୍ଵାଟ୍ସଆପରେ କିଛି ପଠାଇଲେ ଦେଖୁ ନାହାନ୍ତି ବୋଲି ବବି ମିଶ୍ର ଅଭିମାନ କରିଥିଲେ । ହେଲେ ପିଣ୍ଟୁ ଉତ୍ତର ଦେଇଥିଲେ କି, ସେ ତାଙ୍କର ବ୍ଲୁ ଟିକ୍ ବନ୍ଦ କରି ଦେଇଛନ୍ତି କିନ୍ତୁ ସବୁ ଦେଖୁଛନ୍ତି । ଶେଷ ଥର ପାଇଁ ପିଣ୍ଟୁ ନନ୍ଦଙ୍କ ଭଏସ ଶୁଣିବା ପରେ ଏହା ତାଙ୍କ ସମ୍ପର୍କୀୟ ଓ ପ୍ରଶଂସକଙ୍କୁ ଭାବୁକ କରି ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।