ଜେରକ୍ସ ଦୋକାନରେ କପି ପାଇଁ ମ୍ୟାଟ୍ରିକ ପିଲାଙ୍କ ଠେଲାପେଲା, ରାଜ୍ୟରେ ଶୃଙ୍ଖଳାର ସହ ହେଉଛି ତ ଦଶମ ପରୀକ୍ଷା ? ଦେଖନ୍ତୁ video

ଏବେ ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷା ଚାଲିଛି । ଆଉ ସବୁଆଡେ ସ୍ବଚ୍ଛତାର ସହ ପରୀକ୍ଷା ହେଉଛି ଗଣଶିକ୍ଷା ମନ୍ତ୍ରୀ ସମୀର ର୍ନାଜନ ଦାସ ଦାବି କରୁଛନ୍ତି । ହେଲେ ଏହି ଦୃଶ୍ୟ ବୟାନ କରୁଛି କି ତାଙ୍କର ଏହି କଥାରେ କେତେ ସତ୍ୟତା ରହିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି ପରୀକ୍ଷା ହଲ୍ ନିକଟରେ ଥିବା ଜେରକ୍ସ ଦୋକାନ ଗୁଡିକରେ ପରୀକ୍ଷା ଦିନ ଭିଡ ଜମାଉଛନ୍ତି ସ୍କୁଲ ପିଲାମାନେ ।

ଆପଣ ଏହା ଦେଖି ଅନୁମାନ କରି ପାରୁଥିବେ କି ଏହି ପିଲାମାନେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବେ । ତେବେ ଖବର ରହିଛି କି ଏହି ଜେରକ୍ସ ଦୋକାନ ଗୁଡିକ କୁଆଡେ ପରୀକ୍ଷାରେ ପଡୁଥିବା ସମ୍ଭାବ୍ୟ ଉତ୍ତର ଗୁଡିକର ଜେରକ୍ସ କପି ଯୋଗାଇ ଦେଉଛନ୍ତି । ଏଭଳି କିଛି ଅଭିଯୋଗ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଞ୍ଚଳବାସୀଙ୍କ କହିବା ଅନୁସାରେ ଏହି ଜେରକ୍ସ ଦୋକାନୀମାନେ ପିଲାଙ୍କୁ ଶସ୍ତାରେ ମାଇକ୍ରୋ ଜେରକ୍ସ ଯୋଗାଇ ପରୀକ୍ଷାରେ କପି କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି ।

ତେବେ ଜିଲ୍ଲା ପ୍ରଶାସନ ଏହି ଅଭିଯୋଗକୁ ଗୁରୁତର ସହ ନେଇଛି । ସେଥିପାଇଁ ବିଭିନ୍ନ ଜେରକ୍ସ ଦୋକାନରେ ଅଚାନକ ପହଞ୍ଚି ଚଢାଉ କରିଛି ପ୍ରଶାସନ । ଏହି ଅଭିଯୋଗ ଯଦି ସତ ହୋଇଥାଏ ତେବେ ନିଶ୍ଚିତ ଭାବେ ଏହା ଏକ ସାଂଘାତିକ ମାମଲା । ଗଣଶିକ୍ଷା ମନ୍ତ୍ରୀ କହିଥିଲେ କି ରାଜ୍ୟର ସବୁ ସ୍କୁଲରେ ଶୃଙ୍ଖଳିତ ଭାବେ ପରୀକ୍ଷା ହେଉଛି ଓ ପିଲାମାନେ ସଚ୍ଚୋଟତାର ସହ ପରୀକ୍ଷା ଦେଉଛନ୍ତି ।

ତେବେ ମନ୍ତ୍ରୀଙ୍କ ଏହି କଥା ପଛରେ ଥିବା ସତ୍ୟତା ଏକ ଅଡିଓ କଲ୍ ରୁ ବାରି ହୋଇ ପଡିଥିଲା । ଯାହାକି ଖୋଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସ୍ପଷ୍ଟ ଶୁଣିବାକୁ ମିଳିଥିଲା କି ସ୍କୁଲ ଭିତରେ କପି ଯୋଗାଇ ଦେବା ପାଇଁ ମୂଲଚାଲ ଚାଲିଥିଲା । ଏହି ଭାଇରାଲ ଅଡିଓଟି ପୁରା ଓଡିଶା ଶୁଣିଥିଲା ।

ରାଜ୍ୟରେ ଦଶମ ପରୀକ୍ଷା କେତେ ଶୃଙ୍ଖଳାର ସହ ହେଉଛି ଏହା ଏବେ ଆନନ୍ଦପୁରରୁ ଆସିଥିବା ଏହି ଖବର ବୟାନ କରୁଛି । ତେବେ ବର୍ତ୍ତମାନ ଯାଏଁ ଏହି ଦୁଇଟି ଯାକ ଖବରର ସତ୍ୟତା ସାମ୍ନାକୁ ଆସିନି । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।