ବାଇକ ଚଲାଉଥିବା ବେଳେ ପରୀ ଭଳି ଉଡିଗଲେ ଯୁବତୀ, ଆଉ ତା’ପରେ ଯାହା ହେଲା ନା… ଦେଖନ୍ତୁ viral video

ବାଇକ ଚଲାଉଥିଲେ ଯୁବତୀ । ହେଲେ ଏମିତି ବାଇକ ଚଲେଇଲେ ଯେ ଏକଦମ ପରୀ ଭଳି ଉଡିଗଲେ । ଏହାପରେ ଯୁବତୀଙ୍କର କଣ ହେଲା ସେହି ସମୟର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆଜିକାଲି ପ୍ରାୟ ସବୁ ଝିଅମାନେ ଗାଡି ଚଳେଇବା ଶିଖିଲେଣି । ଝିଅମାନେ ଗାଡି ଚଳାଇବା ପାଇଁ ସ୍କୁଟିକୁ ଅଧିକ ପସନ୍ଦ କରୁଥିବା ବେଳେ କିଛି ଝିଅ ଆଜିକାଲି ବାଇକ ମଧ୍ୟ ଚଲାଉଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏପରି ଅନେକ ଝିଅଙ୍କ ବାଇକ ଚଲାଉଥିବା ବେଳର ଭିଡିଓ ସବୁ ନୀତିଦିନ ଦେଖିବାକୁ ମିଳୁଛି ।

ଏହାରି ଭିତରେ ଜଣେ ଝିଅ ବାଇକ ଚଲାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖି ଲୋକେ ହସି ହସି ଗଡୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ଝିଅ ବାଇକ ଚଲାଉଥିବା ବେଳେ ଆଉ ଜଣେ ଝିଅ ତାଙ୍କ ପଛରେ ବସିଛନ୍ତି । ଗାଡି ଚଲାଉଥିବା ଝିଅଟି ହଠାତ ବାଇକର ଆଗ ଚକା ଟେକି ଦେଉଛନ୍ତି । ତେବେ ଲୋକମାନେ ଏହି ଭିଡିଓ ଦେଖି ମଜାକ କରିବା ସହ କିଛି ଲୋକ ବାଇକ ଚଲାଉଥିବାରୁ ଦୁଇ ଝିଅଙ୍କର ସାହାସକୁ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି ।

ବାଇକ ଧରି ବାହାରକୁ ଯାଉଥିବା ଝିଅଙ୍କ ସହ ଏମିତି ହୁଏ ବୋଲି ଆଉ କିଛି ଲୋକ ଏହି ଭିଡିଓକୁ ନେଇ ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ଏହି ଭିଡିଓ ଦେଖିଲେ ଆପଣ ମଧ୍ୟ ନିଜ ହସକୁ ଅଟକାଇ ପାରିବେ ନାହିଁ । ସୋସିଆଲ ମିଡିଆରେ ୟୁଜର୍ସ ମାନେ ଏହି ଭିଡିଓକୁ ବେଶ ପସନ୍ଦ କରୁଥିବା ବେଳେ ବହୁଳ ମାତ୍ରାରେ ସେୟାର କରୁଛନ୍ତି । ଖାଲି ସେତିକି ନୁହେଁ ବରଂ ଝିଅମାନେ ବାଇକ ଚଳାଇବାକୁ ନେଇ ଲୋକଙ୍କ ମନରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ଏହି ଭିଡିଓଟିକୁ ପ୍ରଥମେ ଷ୍ଟାଇଲିଶ ବୋ ନାମକ ଜଣେ ଉପଭୋକ୍ତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ଶେୟାର କରିଥିଲେ । ଭିଡିଓରେ ଆପଣ ଦେଖିବେ ଯେ ଦୁଇ ଜଣ ଝିଅ ରାସ୍ତାରେ ବାଇକ ଚାଲି ଯାଉଛନ୍ତି । ମାତ୍ର କିଛି ବାଟ ଚାଲିବା ପରେ ବାଇକର ଆଗ ଚକା ଉଠିଯିବା ସହ ଓଲଟି ପଡୁଛି । ପଛରେ ବସିଥିବା ଝିଅଟି ସଂପୂର୍ଣ୍ଣ ବାଇକକୁ ତଳେ ପଡି ଯାଉଥିବା ବେଳେ ଗାଡି ଚଲାଉଥିବା ଝିଅଟି ବାଇକ ସହ ପଡି ପୁଣି ଥରେ ବାଇକକୁ ଧାରୁ ଉଠି ଯାଉଛନ୍ତି ।

ଭିଡିଓ ଦେଖିଲେ ଲାଗୁଛି କି ଝିଅଟି ବୋଧହୁଏ ବାଇକ ଚାଳାଇବା ଶିଖୁଛି । ତେବେ ବାଇକ ଧୀର ଗତିରେ ଥିବାରୁ ଏବଂ ଝିଅମାନେ ହେଲମେଟ ପିନ୍ଧିଥିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଉଛନ୍ତି ବୋଲି ଦେଖିବାକୁ ମିଳୁଛି । ଏହି ଭିଡିଓକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।