ପିନ୍ଧୁଥିବା ବସ୍ତ୍ର ଅନ୍ୟକୁ ଦାନ କଲେ କେଉଁ କ୍ଷତି ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ରଲିଖିତ ଅନୁଚିନ୍ତା ଏବଂ ଉପାୟ (Vastu & Astro Tips for Life)

ଜୀବନକୁ ସୁଖମୟ କରିବା ପାଇଁ ଆସନ୍ତୁ ଜାଣିବା କିଛି ଶାସ୍ତ୍ରଲିଖିତ ଉପାୟ ବିଷୟରେ । ଭାରି ଜିନିଷ ଉଠାଇବା କିମ୍ବା ଆଧିକ ସମୟ ଉଠାଇବା ଅଭ୍ଯାସ ତ୍ୟାଗ କରିବା ଉଚିତ, ଏହା ବେକ ଏବଂ ପିଠିରେ ସ୍ୱାସ୍ଥ୍ୟ ସମସ୍ଯା ସୃଷ୍ଟି କରିଥାଏ । ଆଧିକ ସମୟ ଟିଭି ଦେଖିବା ଏକ ଖରାପ ଅଭ୍ଯାସ ହୋଇଥାଏ, ଏହାଦ୍ବାରା ହୃଦରୋଗ ଏବଂ ମେଦ ବହୁଳତା ଦେଖାଦିଏ । ଦୈନିକ 6-8 ଘଣ୍ଟା ନଶୋଇବା ଖରାପ ଅଭ୍ଯାସ ହୋଇଥାଏ, ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ ।

ନାକରେ ବାରମ୍ବାର ଆଙ୍ଗୁଳି ପୂରେଇବା ଏବ ଖରାପ ଅଭ୍ଯାସ ଅଟେ , ଯାହା ସ୍ୱାସ୍ଥ୍ୟ ଓ ସାମାଜିକ ଶିଷ୍ଟାଚାର ବିରୁଦ୍ଧ ଅଟେ । ତରବର ହୋଇ ଖାଦ୍ଯ ଖାଇବା ଏକ ଖରାପ ଅଭ୍ଯାସ, ଏହାଦ୍ବାରା ଖାଦ୍ଯ ଠିକ ଭାବେ ହଜମ ହୁଏନି ଓ ପେଟ ସମସ୍ଯା ସୃଷ୍ଟି କରେ । ନଖକୁ ଦାନ୍ତରେ ଛିଣ୍ଡାଇବା ଖରାପ ଅଭ୍ଯାସ, ଏହା ମଧ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ଯାର କାରଣ ହୋଇଥାଏ । ସକାଳୁ ଜଳଖିଆ ନଖାଇବା କିମ୍ବା ଡେରିରେ ଖାଇବା ଏକ ଖରାପ ଅଭ୍ଯାସ, ଯାହା ଆମ ପାଚନତନ୍ତ୍ରକୁ ଖରାପ କରିଥାଏ ।

ଛୋଟ ସ୍ୱାସ୍ଥ୍ୟ ସମସ୍ୟାରେ ମଧ୍ୟ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବା ଖରାପ ଅଭ୍ଯାସ, ଯାହା ଆମ ଶରୀର ପାଇଁ କ୍ଷତିକାରକ ଅଟେ । ଆଧିକ ମିଛ କହିବା ବହୁତ ଖରାପ ଅଭ୍ଯାସ ଅଟେ । ଏହା ମନରେ ଦୁଶ୍ଚିନ୍ତା ଏବଂ ଭୟ ସୃଷ୍ଟି କରି ସ୍ୱାସ୍ଥ୍ୟ ସମସ୍ଯାର କାରଣ ହୁଏ । ଯେକୌଣସି କାର୍ଯ୍ୟରେ ନକରାତ୍ମକ ଚିନ୍ତାଧାରା କରିବା ଅଭ୍ଯାସ ତ୍ୟାଗ କରିବା ଉଚିତ, ଏହାଦ୍ବାରା କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହୁଏନାହିଁ ।

ନିଶାଦ୍ରବ୍ୟ ସେବନ ଅଭ୍ଯାସ ତ୍ୟାଗ କରିବା ଉଚିତ, ଏହା ମଣିଷର ଚିନ୍ତନଶକ୍ତି ନଷ୍ଟ କରିଥାଏ ଏବଂ ବିବେକ ଜାଗ୍ରତ ହୁଏନାହିଁ । ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ଆଳସ୍ୟ କରିବା ଅଭ୍ଯାସ ତ୍ୟାଗ କରିବା ଉଚିତ, ଏହାଦ୍ବାରା କେବେ ସଫଳତା ମିଳେନାହିଁ । ବସିବା କିମ୍ବା ଶୋଇବା ବେଳେ ଗୋଡ ହଲାଇବା ଅଭ୍ଯାସ ଛାଡିବା ଉଚିତ, ଏହାଦ୍ବାରା କର୍ମକ୍ଷେତ୍ରରେ ନିରାଶା ମିଳିଥାଏ ।

ଥାଳିରେ ଖାଉଥିବା ଖାଦ୍ଯ ଛାଡିବା ଅଭ୍ଯାସ ତ୍ୟାଗ କରିବା ଉଚିତ, ଏହା ଘରେ ବିଭିନ୍ନ ଅଭାବ ଅସୁବିଧାକୁ ଜନ୍ମ ଦିଏ । ବାହାରୁ ଘରକୁ ଆସିବା ପରେ ପାଦ ନଧୋଇ ଘରେ ପଶନ୍ତୁ ନାହିଁ, ଏହାଦ୍ଵାରା ମନ ଅଶାନ୍ତ ରହିଥାଏ । ବାହାରକୁ ଯାଇଥିବା ବେଳେ ଘରକୁ ଫେରିବା ବେଳେ ଖାଲି ହାତରେ ଫେରିବା ଅନୁଚିତ, ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

 

ଘରେ ଲଗା ଯାଇଥିବା ଗଛରେ ସକାଳେ ଓ ସନ୍ଧ୍ୟାରେ ପାଣି ଦେବା ଉଚିତ । ଏହା ଅବସାଦ ଦୂର କରିବା ସହ ଜୀବନ ଭୟଶୂନ୍ୟ କରିଥାଏ । ଘରକୁ ଆସିଥିବା ଲୋକଙ୍କୁ ପିଇବା ପାଣି ନଯାଚିବା ଖରାପ ଅଭ୍ଯାସ, ଏହାଦ୍ବାରା ଘରେ ଅଚାନକ ସମସ୍ଯା ଦେଖାଦିଏ ।

ଖାଇବା ପରେ ଥାଳିରେ ହାତ ଧୋଇବା ଖରାପ ଅଭ୍ଯାସ, ଏହାଦ୍ବାରା କାର୍ଯ୍ୟରେ ସଫଳତା କଷ୍ଟସାଧ୍ୟ ହୋଇଥାଏ । ପିନ୍ଧିଥିବା ବସ୍ତ୍ର କେବେ ଅନ୍ୟକୁ ଦାନ କରିବା ଉଚିତ ନୁହେଁ, ଏହାଦ୍ବାରା ଆର୍ଥିକ ସମସ୍ଯା ଦେଖା ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।