ପିଲାଟି ର ବ୍ୟାଙ୍କ ଖାତାରେ ଆସିଲା ହଟାତ ସାଢେ 5 କୋଟି ଟଙ୍କା, ଆଉ ତା ପରେ..

ଯଦି ଆପଣଙ୍କ ଖାତାରେ ଅଚାନକ ରେ କୋଟି କୋଟି ଟଙ୍କା ଆସିଯାଏ ତେବେ କଣ ହବ ?? ବୋଧେ ଏହା ଆପଣଙ୍କ ପାଇଁ ଏକ ସ୍ଵପ୍ନ ଭଳି ହେବ ! କିନ୍ତୁ ଏହି ଘଟଣା ୟୁପି ର ଏକ ପିଲା ସହ ସତରେ ହୋଇଛି । ୟୁପି ର ଲକ୍ଷ୍ନୌ ରେ ଏକ ପିଲା ର ଖାତାରେ ଅଚାନକ ସାଢେ ୫ କୋଟି ଟଙ୍କା ଖାତାରେ ଆସିଗଲା । ତାଙ୍କ ପରିବାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେମାନେ ଏହାର ସତ୍ୟତା ଜାଣିବା ପାଇଁ ଚେଷ୍ଟା କାଲେ ଏବଂ ଏହା ସତ ଅଟେ ।

୧୬ ମାର୍ଚ ରେ ଆସିଥିଲା ଟଙ୍କା

ଲକ୍ଷ୍ନୌ ସହରରେ ଆବାସ ବିକାଶ କଲୋନୀ ରେ ରହୁଥିବା ନରେନ୍ଦ୍ର ଶର୍ମା ତେଲ ର ଡିପୋରେ ସହାୟକ ପ୍ରବନ୍ଧକ ଥିଲେ । ନରେନ୍ଦ୍ର ଏହି ମାମଲାରେ ମିଡିୟା ରେ କହିଲେ କି ତାଙ୍କ ପୁଅ କେଶବ ଶର୍ମାଙ୍କ ଖାତାର ସଂଖ୍ୟା ୩୪୫୬୪୫୧୦୦୯୭ ରେ ୧୬ ମାର୍ଚ ରେ ୫ କୋଟି ୫୫ ଲକ୍ଷ ୫୫ ହଜାର ୫୫୫ ଟଙ୍କା ଆସିବାର ମେସେଜ ମିଳିଲା ।

ସେହି ମେସେଜ କୁ କେଶବ ୧୭ ମାର୍ଚ ରେ ଦେଖିଲେ ଏବଂ ତାଙ୍କ ବାପଙ୍କୁ କହିଲେ । ନରେନ୍ଦ୍ର ପ୍ରଥମେ ନେଟବ୍ୟାକିଙ୍ଗ କରି ଦେଖିଲେକି ଖାତାରେ ୫,୫୭,୫୫,୫୫୫ ଟଙ୍କା ଦେଖାଉଛି । ଏହା ପରେ ସେ ବ୍ୟାଙ୍କ ର ଟୋଲ ଫ୍ରୀ ନମ୍ବରରେ ଯେତେବେଳ ଫୋନ ଲଗାଇଲେ, ସେମାନେ କହିଲେ କି କେଶବ ର ଖାତା କୁ ହୋଲ୍ଡ କରିଦିଆ ଯାଇଛି ।

ବ୍ୟାଙ୍କ ର ଟୋଲ ଫ୍ରୀ ନମ୍ବର ରେ ଜଣା ଗଲା ଯେ ବେଶି ଟଙ୍କା ଜମା ହୋଇଥିବା କାରଣରୁ କେଶବଙ୍କର ଖାତା ହୋଲ୍ଡ କରି ଦିଆ ଯାଇଛି । ପରିବାର ଲୋକେ କହିଲେ କି ଛାତ୍ର ର ଖାତାରେ ପ୍ରଥମେ ୧.୨୬ ଲକ୍ଷ ଟଙ୍କା ଥିଲା । ଏହା ପରେ ପରିବାର ଲୋକମାନେ ବ୍ୟାଙ୍କ ସାଖା ପ୍ରବନ୍ଧକ ସହ କଥାବାରତା କରିଲେ ତାଙ୍କ କହିବା ଅଟେ କି ଛୁଟି ଥିବା କାରଣରୁ ତାହର ସୂଚନା ନାହିଁ ।

ବ୍ୟାଙ୍କ ଅଧିକାରୀ କହିଲେ କି ସିଷ୍ଟମ ଫଲ୍ଟ ଯୋଗୁ ଏମିତି ହେଇଛି

ସେଠି ଏହି ମାମଲାରେ ଏସବିଆଇ ର ଅଧିକାରୀମାନେ କହିଲେ କି ଏହି ମେସେଜ କୌଣସି ଟଙ୍କା ଆସିବା ଯୋଗୁ ନୁହେଁ, ଖାତାରେ କଣ ଅସୁବିଧା ଥିବ ସେଥିପାଇଁ ହୋଲ୍ଡ କରିଦିଆଯାଇଛି । ଜେତବେଳେ ସେହି ଲୋକଟି ବ୍ୟାଙ୍କ ଆସି ନିଜର ଅଭିଲେଖ ପୂରଣ କରିଦେବେ ପୁଣି ଥରେ ତାଙ୍କର ଖାତା ଚାଲିବ । ଅଧିକାରୀଙ୍କ କହିବା ମୁତବକ ବ୍ଯାଙ୍କ ରେ ଆଜିକାଲି ସବୁ ଖାତାର ଜାଞ୍ଚ ଚାଲିଛି, ସେମିତିରେ ସିସ୍ଟେମ ଫଲ୍ଟ ଯୋଗୁ ଏମିତି ଘଟଣା ଘଟିଥାଇ ପାରେ, ଯାହାର ଜାଞ୍ଚ ସେମାନେ ତୁରନ୍ତ କରିବେ ।