ଶିଶୁ ସାମ୍ନାରେ ମାର ସାମୁହିକ ବଳତ୍କାର, କହିଲେ– ସ୍ଵାମୀ ମୋତେ ଟଙ୍କା ପାଇଁ

ବର୍ତ୍ତମାନ ସମୟରେ କେରଳର ୨୪ ବର୍ଷର ମହିଳା ସହିତ ହୋଇଥିବା ଏକ ଅମାନବୀୟ ଘଟଣା ସାମ୍ନାକୁ ଆସୁଛି । ଖବର ଅନୁସାରେ ୭ ଜଣ ଲୋକ ମହିଳାକୁ ତାହାର ସନ୍ତାନ ସାମ୍ନାରେ ହିଁ ଗ୍ୟାଙ୍ଗରେପ କରିଛନ୍ତି । ପୋଲିସ ଏହି ମାମଲାରେ ୫ ଜଣ ଲୋକଙ୍କୁ ଗିରଫ୍ କରିଛନ୍ତି । ଅନ୍ୟ ପଟେ ମହିଳା ଏହି ଘଟଣାରେ ତାହାର ସ୍ଵାମୀର ହାତ ଅଛି ବୋଲି କହିଛି । ମହିଳା ଜଣକ ଏହା ବି କହିଲେ କି ତାହାର ସ୍ଵାମୀ ଗ୍ୟାଙ୍ଗରେପ କରିଥିବା ଆରୋପିମାନଙ୍କ ମଧ୍ୟରୁ ଜଣଙ୍କ ଠାରୁ ଟଙ୍କା ନେଇ ଥିଲା ।

ମହିଳା ଜଣକ କହିଲା କି, ‘ମୋର ସ୍ଵାମୀ ବୁଧବାର ଦିନ ମୋତେ ଓ ମୋର ପିଲାମାନଙ୍କୁ ୱେଟ୍ଟୁଥୁରା ସମୁଦ୍ର କୂଳକୁ ନେଇ ଯାଇଥିଲେ । ଏହା ପରେ ଆମେ ସମସ୍ତେ ପାଖରେ ରହୁଥିବା ରାଜନ ସେବେସ୍ଟିୟନ ଘରକୁ ଗଲୁ । ଏହି ସମୟରେ ମୁଁ ଦେଖିଲି କି ରାଜନ ସେବେସ୍ଟିୟନ ମୋ ସ୍ଵାମୀଙ୍କୁ କିଛି ଟଙ୍କା ଦେଉଛନ୍ତି ।‘ ମହିଳା ଜଣକ ଆଗକୁ କହିଲେ କି ଗୁରୁବାର ସନ୍ଧ୍ୟା ସମୟରେ ତାଙ୍କର ପରିବାର ରାଜନ ସେବେସ୍ଟିୟନ ଘରକୁ ପୁଣି ଥରେ ଗଲେ, ଯେଉଁଠି ପୂର୍ବରୁ ହିଁ ୫ ଜଣ ଲୋକ ଥିଲେ ।

ସେମାନେ ସମସ୍ତେ ମଦ ପିଇ ଥିଲେ ଓ ସେମାନେ ତାକୁ ବି ମଦ ପିଇବା ପାଇଁ ବାଧ୍ୟ କରୁଥିଲେ । ଏହା ପରେ ମହିଳା ଜଣକ ଆଗକୁ କହିଲେ କି ସେହି ସମୟରେ ଆରୋପିମାନେ ତାକୁ ଖରାପ ଭାବରେ ଛୁଇଁବାକୁ ଚେଷ୍ଟା କରିଲେ । ଯାହାର ସେ ବିରୋଧ ବି କରିଲେ । କିନ୍ତୁ କିଛି ସମୟ ପରେ ମହିଳାର ସ୍ଵାମୀ ଓ ରାଜନ ସେବେସ୍ଟିୟନ ଘରୁ ବାହାରକୁ ଚାଲିଗଲେ ।

ପୁଣି ମହିଳାକୁ ଅନ୍ୟ ଏକ ବ୍ୟକ୍ତି କହିଲା କି ତାହାର ସ୍ଵାମୀ ସହ ବାହାରେ କାହାର ଝଗଡା ହୋଇ ଯାଇଛି ଓ ସେହି ଝଗଡାରେ ତାକୁ ବି ଯିବାକୁ ପଡିବ । ଏହା ପରେ ସୂର, ଅକବର ଶାହ, ଅରଶଦ ଓ ନୋଫାଲ ନାମକ ଆରୋପି ମହିଳାକୁ ଓ ତାହାର ତିନି ବର୍ଷର ସନ୍ତାନକୁ ନେଇ ବାହାରକୁ ଚାଲିଗଲେ । ମହିଳାର ଅନ୍ୟ ପିଲାମାନେ ସେହି ଘରେ ହିଁ ରହିଲେ । ଏହା ପରେ ମହିଳା ଜଣକ ଆଗକୁ କହିଲା କି ସେହି ଲୋକମାନେ ତାକୁ ଏକ ଭଙ୍ଗା ଘରକୁ ନେଇ ଗଲେ ଓ ସେଠି ତାହା ସହିତ ରେପ କରିଲେ ।

ସେମାନେ ମହିଳାର ଫୋନ ଓ ଏକ ହଜାର ଟଙ୍କା ବି ନେଇ ଗଲେ । କିନ୍ତୁ କିଛି ସମୟ ପରେ ମହିଳା ଜଣକ ସେଠୁ ଫେରାର ହେବାରେ ସଫଳ ହୋଇଗଲା । ଏହା ପରେ କିଛି ଯୁବକମାନେ ସେହି ମହିଳାକୁ ଘରକୁ ନେଇ ଗଲେ ଓ ପୋଲିସ ଆସିବାର ଅପେକ୍ଷା କରିଲେ । ମହିଳାର ସ୍ଵାମୀ କିଛି ସମୟ ପରେ ପିଲାମାନଙ୍କୁ ନେଇ ଘରେ ପହଞ୍ଚିଲା । ପୋଲିସ ଏହି ମାମଲାରେ ମଂସୂର, ଅକବର ଶାହ, ସେବେସ୍ଟିୟନ, ଅରଶଦ ଓ ମହିଳାର ସ୍ଵାମୀକୁ ବି ଗିରଫ୍ କରିଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।