ସାବଧାନ ! ପିଲାଙ୍କୁ ବୁଝାନ୍ତୁ ନହେଲେ ଗଣିବେ 25 ହଜାର ଫାଇନ୍, ଦେଖନ୍ତୁ ଗାଡି ଚେକିଂ ସମୟର ଦୃଶ୍ୟ… ଦେଖନ୍ତୁ ideo

ଆଜିକାଲି ପିଲା 18 ବର୍ଷ ନ ହେଉଣୁ ଗାଡି ଚଲେଇବା ପାଇଁ ଉଚ୍ଛନ୍ନ ହେଉଛନ୍ତି । ପରିବାର ଲୋକେ ମଧ୍ୟ ପିଲାଙ୍କ ସବୁ ଅଳିଅଝଟ ପୂର୍ଣ୍ଣ କରୁଛନ୍ତି । ହେଲେ ଆପଣଙ୍କ ପିଲା ଯଦି ସାବାଳକ ହୋଇନାହିଁ ଏବଂ ଗାଡି ଧରି ବାହାରକୁ ଯିବାକୁ ଚାହୁଁଛି ତେବେ ତାଙ୍କୁ ଆଦୌ ଗାଡି ଦିଅନ୍ତୁ ନାହିଁ । କାରଣ ପିଲାର ଜିଦ୍ ରଖିବା ପାଇଁ ଆପଣ ଯଦି ତା’ ହାତରେ ଗାଡି ଦେଉଛନ୍ତି ତେବେ ଚାଲାଣ ନିଶ୍ଚିତ ଭାବେ ଆପଣଙ୍କ ଚାଲାଣ କଟିବ ।

ଯଦି କୌଣସି ପିଲାର ବୟସ 18 ବର୍ଷରୁ କମ୍ ହୋଇଥାଏ ତେବେ ତାଙ୍କୁ ଗାଡି ଦେଲେ ଅଭିଭାବକ ମାନଙ୍କୁ 25 ହଜାର ଟଙ୍କାର ଦଣ୍ଡ ଗଣିବାକୁ ପଡିବ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ କଡାକଡି ଚେକିଂ ଆରମ୍ଭ ହୋଇଯାଇଛି । ନାବାଳକ କିମ୍ବା ନାବାଳିକା ଗାଡି ଚଲାଉଥିବା ଦେଖିଲେ ପୋଲିସ 25 ହଜାର ଟଙ୍କାର ଚାଲାଣ କାଟିବ । ଆଜିକାଲି ପିଲାମାନେ ବିଭିନ୍ନ ବାହାନା କରି ଗାଡି ମାଗୁଛନ୍ତି ଓ ସେଥିପାଇଁ ଜିଦ୍ କରୁଛନ୍ତି ।

ହେଲେ ଅଭିଭାବକ ମାନଙ୍କୁ ହିଁ ସତର୍କ ରହିବାକୁ ପଡିବ ଓ ପିଲାଙ୍କୁ ବୁଝେଇବାକୁ ପଡିବ । ସାଙ୍ଗ ଘରକୁ ଯାଉଛି କହି କେହି ସ୍କୁଟି ମାଗିବ ତ କିଏ କଲେଜ ବାହାନାରେ ବାଇକ ମାଗିବ । ଏଭଳି ସ୍ଥିତିରେ ଆପଣ ଭାବିପାରନ୍ତି କି ମାତ୍ର ଦୁଇ କିଲୋମିଟର ରାସ୍ତାର କଥା ତେଣୁ ଗାଡି ଦେବାରେ କୌଣସି ଅସୁବିଧା ହେବନି । ହେଲେ ଗତକାଲି କଟକ ଚଣ୍ଡିଛକର ଦୃଶ୍ୟ ଉପରେ ନଜର ପକାଇଲେ ଆପଣ ଜାଣିପାରିବେ ।

ମାତ୍ର ଦେଢ କିଲୋମିଟର ରାସ୍ତା ପାଇଁ ନାବାଲାକଙ୍କ ଅଭିଭାବକଙ୍କୁ 25 ହଜାର ଟଙ୍କାର ଦଣ୍ଡ ଗଣିବାକୁ ପଡିଲା । ଶେଷରେ ବାଇକ ଚାଳକ କହିଲେ ମାତ୍ର 6 ହଜାର ଟଙ୍କା ଦେଇ ବାଇକ କିଣିଥିଲି ହେଲେ ଚାଲାଣ କଟିଲା 25 ହଜାର ଟଙ୍କା । ଏଭଳି ସ୍ଥିତିରେ ପୁରୁଣା ସେକେଣ୍ଡ ହ୍ୟାଣ୍ଡ ବାଇକଟିକୁ ନେବାକୁ ଚାଳକ ମନା କରି ଦେଇଥିଲେ । ଗାଡି ଛାଡିଦେବେ ବରଂ ଚାଲାଣ କାଟିବେନି ବୋଲି ଜିଦ୍ ରେ ରହିଥିଲେ ଚାଳକ ।

ସେହିଭଳି ଚାଲାଣ କଟିବା ପରେ ଜୋରିମାନା ଦେଉଥିବା ଜଣେ ମା’ଙ୍କ ମୁହଁ ଦେଖିଲେ ଆପଣ ଜାଣିପାରିବେ ସାମାନ୍ଯ ଭୁଲ ପାଇଁ ଝାଳବୁହା ଧନ ଦେଲେ କେମିତି ଲାଗେ । ତେଣୁ ଆପଣଙ୍କ ପିଲା ଯଦି 18 ବର୍ଷ ହୋଇନାହିଁ ତେବେ ତାଙ୍କୁ ଜମାରୁ ବି ଗାଡି ଦିଅନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।