ପ୍ୟାନକାର୍ଡଧାରୀଙ୍କ ପାଇଁ ଆଶ୍ଵସ୍ତି, ବଢିଲା ପ୍ୟାନ-ଆଧାର ଲିଙ୍କ ସମୟସୀମା, PAN-AADHAAR ଲିଙ୍କ ନକଲେ ଯାଇ ପାରନ୍ତି ଜେଲ !

ପ୍ୟାନ ଆଧାର ଲିଙ୍କ ସମୟସୀମାକୁ ନେଇ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବନି । କାରଣ ସରକାର ଏ ଦିଗରେ ପୁଣି ଥରେ ପଦକ୍ଷେପ ନେଇଛନ୍ତି । 31 ମାର୍ଚ୍ଚ 2023 ପ୍ୟାନ ଆଧାର ଲିଙ୍କ କରେଇବାର ଶେଷ ତାରିଖ ହୋଇଥିବା ବେଳେ ଏହି ସମୟସୀମାରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ସମୟସୀମାରେ ତିନି ମାସ ବୃଦ୍ଧି କରାଯାଇ 30 ଜୁନ 2023 ପର୍ଯ୍ୟନ୍ତ ରଖାଯାଇଛି ।

ଏନେଇ କେନ୍ଦ୍ରୀୟ ପ୍ରତ୍ଯକ୍ଷ ଟିକସ ବୋର୍ଡ (CBDT) ଏକ ବିଜ୍ଞପ୍ତି ଜାରି କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟଳୟ (PIB) ମଧ୍ୟ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି । ଯଦି ଆପଣ ଏ ଯାଏଁ ପ୍ୟାନ ଆଧାର ଲିଙ୍କ କରାଇ ନାହାନ୍ତି ତେବେ ଏହି ଜରୁରୀ କାମ କରିବା ପାଇଁ ଆପଣଙ୍କ ପାଖେ ଆହୁରି ତିନି ମାସ ଅଧିକ ସମୟ ରହିଛି । ଆୟକର ବିଭାଗର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଯାଏଁ ଆହୁରି ପ୍ରାୟ 2 କୋଟି ପ୍ୟାନକାର୍ଡଧାରୀ ପ୍ୟାନ ଆଧାର ଲିଙ୍କ କରାଇ ନାହାନ୍ତି ।

ତେଣୁ ସେହି ପ୍ୟାନକାର୍ଡଧାରୀଙ୍କୁ ସରକାର ଆଶ୍ଵସ୍ତି ଦେଇ ଏହି ସମୟସୀମାରେ ପୁଣି ଥରେ ବୃଦ୍ଧି କରିଛନ୍ତି । ତେବେ ଗତ କିଛି ବର୍ଷ ହେବ ସରକାର ଲଗାତାର ଏହି ସମୟସୀମାରେ ବୃଦ୍ଧି କରି ଚାଲିଛନ୍ତି । ତେବେ ପୂର୍ବରୁ ପ୍ୟାନ ଆଧାର ଲିଙ୍କ କରିବାକୁ କୌଣସି ମୂଲ୍ୟ ଦେବାକୁ ପଡୁ ନଥିବା ବେଳେ 30 ଜୁନ 2022 ପରଠାରୁ 1000 ଟଙ୍କା ଜୋରିମାନା ଦେଇ ପ୍ୟାନ ଆଧାର ଲିଙ୍କ କରିବାକୁ ପଡୁଛି ।

ତେବେ ଏହି ସମୟସୀମାରେ ପୁଣି ଥରେ ବୃଦ୍ଧି ହୋଇଥିବା ବେଳେ ସମାନ ହଜାର ଟଙ୍କା ଦେଇ ଆପଣଙ୍କୁ ପ୍ୟାନ ଆଧାର ଲିଙ୍କ କରିବାକୁ ପଡିବ । ଇନକମ ଟାକ୍ସ ଧାରା 1961 ଅନୁସାରେ ଆଧାରକାର୍ଡ ସହ ପ୍ୟାନକାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ । 30 ଜୁନ 2023 ସୁଦ୍ଧା ଯଦି ଆପଣ ଏହା ନ କରନ୍ତି ତେବେ ଆପଣଙ୍କ ପ୍ୟାନକାର୍ଡ ନିଷ୍କ୍ରିୟ ହୋଇଯିବ । ଫଳରେ ଆପଣ ଟଙ୍କା ପଇସା କାରବାର ଏବଂ ବ୍ଯାଙ୍କ ସମ୍ବନ୍ଧିତ ଯେକୌଣସି କାର୍ଯ୍ୟ ପାଇଁ ଅସୁବିଧାର ସମୁଖୀନ ହେବେ ।

ପ୍ୟାନକାର୍ଡ ନିଷ୍କ୍ରିୟ ହେବା ପରେ ଯଦି କେହି ଏହାକୁ ଡକ୍ୟୁମେଣ୍ଟ ହିସାବରେ ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଠକେଇ ମାମଲାରେ ବ୍ୟକ୍ତି 6 ମାସ ଜେଲ ଦଣ୍ଡ ଭୋଗିବା ସହ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ଦେବାକୁ ପଡିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।