କେଉଁ ଉପାୟ କଲେ ଶୀଘ୍ର ରୋଜଗାର ପ୍ରାପ୍ତ ହୁଏ ? ଧନ ବୃଦ୍ଧି ଓ ଧନ ସମସ୍ଯା ଦୂର କରିବାକୁ ଚାହୁଁଥିଲେ କରନ୍ତୁ ନିଶ୍ଚୟ ଏହି ବାସ୍ତୁ ଉପଚାର

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏଭଳି ନିୟମ ରହିଛି ଯାହା ଦୈନନ୍ଦିନ ଜୀବନରେ ପାଳନ କରିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ଶୁକ୍ରବାର ଦିନ ଏକ ପଦ୍ମଫୁଲ ଆଣି ଲାଲ କପଡାରେ ଗୁଡାଇ ପଇସା ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ଆବଶ୍ୟକ ଅନୁସାରେ ଧନ ପ୍ରାପ୍ତି ହୋଇଥାଏ । ସନ୍ଧ୍ୟା ସମୟରେ ଶୁଖି ଯାଇଥିବା କୂଅ ପାଖେ ଦୀପ ପ୍ରଜ୍ଵଳନ କରି ପଛକୁ ନ ଅନାଇ ଆସିବା ଶୁଭପ୍ରଦ ହେବାସହ ଅଚାନକ ଧନ ପ୍ରାପ୍ତି ହୁଏ ଏବଂ ଶତ୍ରୁଦମନ ମଧ୍ୟ ହୋଇଥାଏ ।

ଯଦି ଅଚାନକ ଧନ ପ୍ରାପ୍ତିର ଆବଶ୍ୟକତା ହୁଏ ତେବେ ଓସ୍ତ ଗଛରେ ଧଳା ରଙ୍ଗର ପତାକା ଲଗାଇବା ଦ୍ଵାରା ମଙ୍ଗଳକାରୀ ଓ ଲାଭପ୍ରଦ ହୋଇଥାଏ । ଯଦି କାର୍ଯ୍ୟରେ କୌଣସି ବାଧାବିଘ୍ନ ଆସୁଥାଏ ଏବଂ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁ ନଥାଏ ତେବେ ଶୁକ୍ରବାର ଦିନ କଳା ପିମ୍ପୁଡିକୁ ଚିନି ଖାଇବାକୁ ଦେବା ଦ୍ଵାରା ଲାଭପ୍ରଦ ହୋଇଥାଏ । ଘରେ ସ୍ଥାୟୀ ଭାବେ ସୁଖ ସମୃଦ୍ଧି ପ୍ରାପ୍ତ କରିବାକୁ ହେଲେ ଓସ୍ତଗଛ ମୂଳରେ ଠିଆ ହୋଇ ଜଳରେ କ୍ଷୀର, ଘିଅ ଓ ମିଶ୍ରି ମିଶାଇ ଅର୍ପଣ କଲେ ଲାଭପ୍ରଦ ହୋଇଥାଏ ।

ଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯଦି ବାରମ୍ବାର ମନୋମାଳିନ୍ୟ ଦେଖାଦେଉଛି ତେବେ ଶୁକ୍ରବାର ଦିନ ଶୋଇବା ଘରେ ପକ୍ଷୀ ଯୋଡାଙ୍କ ଫଟୋ ଲଗାଇବା ଦ୍ଵାରା ଲାଭପ୍ରଦ ହୋଇଥାଏ । ସକାଳୁ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯିବା ସମୟରେ ମିଠା ଦହି ଖାଇକରି ଯିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ କାର୍ଯ୍ୟର ଫଳ ମିଳିଥାଏ ।

ଘରେ ମହିଳାଙ୍କ ସହ ଦୁର୍ବ୍ୟବହାର କରିବା ଦ୍ଵାରା ଅମଙ୍ଗଳକାରୀ ହୋଇଥାଏ ଏବଂ କଳହ, ନିରାଶ, ଦୁଃଖ ଓ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ଶୁକ୍ରବାର ଦିନ ଶ୍ରଦ୍ଧାର ସହ ମାତା ଲକ୍ଷ୍ମୀଙ୍କ ପୂଜା ଆରାଧନା କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଓ ଘରେ ସୁଖଶାନ୍ତି ଏବଂ ଐଶ୍ଵର୍ଯ୍ୟର ଅଭାବ ହୋଇ ନଥାଏ ।

ଘରେ ବାରମ୍ବାର ଧନହାନି ହେଉଥିଲେ ଗୁରୁବାର ଦିନ ଘରର ମୁଖ୍ୟଦ୍ଵାରରେ ଅବୀର ପକାଇ ଗୋଟିଏ ଦ୍ଵିମୁଖୀ ଦୀପ ପ୍ରଜ୍ଵଳନ କରିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଅଚାନକ ଧନ ପ୍ରାପ୍ତି କରିବାକୁ ହେଲେ କିମ୍ବା ଶୋଇଥିବା ଭାଗ୍ୟ ଜାଗ୍ରତ କରିବାକୁ ହେଲେ ବୁଧବାର ଦିନ ଦେଢ କିଲୋ ବାଜରା ଅଟାରେ ଦେଢ କିଲୋ ଗୁଡ ମିଶାଇ ଗାଈକୁ ଖୁଆଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ଗୁପ୍ତଧନର ସଂକେତ ପାଇବାକୁ ଚାହୁଁଥିଲେ ନୂଆ କପଡାଟିଏ କିଣି ଲାଲ କପଡାରେ ବାନ୍ଧି ବୁଧବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ବେଲଗଛ ମୂଳରେ ଏକ ଫୁଟ ଗାତ ହକୋଳି ପୋତିବା ଦ୍ଵାରା ମିଳିଥାଏ । ପ୍ରତ୍ଯେକ ଶନିବାର ଦିନ ଓସ୍ତଗଛ ମୂଳେ ଜଳ ଅର୍ପଣ କରି ପୂଜା କରିବା ଦ୍ଵାରା ଶୁଭ ଓ ମଙ୍ଗଳକାରୀ ହୋଇଥାଏ ଏହାସହ ଧନ ସମ୍ପଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ମିଠା ଅନ୍ନ ପ୍ରସ୍ତୁତ କରି କାଉକୁ ଖାଇବାକୁ ଦେବା ଦ୍ଵାରା ଶୀଘ୍ର ରୋଜଗାର ମିଳିବା ସହ ଘରକୁ ଧନର ଆଗମନ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।