ଯେତେବେଳେ ପିଲାଙ୍କ ଉପରେ ରାଗ ଆସିଥାଏ, ସେତେବେଳେ କଣ କରିବା ଉଚିତ

ସାଧାରଣତଃ ପରିବାରରେ ପିତା ମାତା ପିଲାଙ୍କର କିଛି ଭୁଲରେ କ୍ରୋଧିତ ହୋଇଥାନ୍ତି । ଯାହାଫଳରେ ସେମାନେ ପରବର୍ତ୍ତୀ ସମୟରେ ଦୁଃଖିତ ହୁଅନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାଦ୍ୱାରା ଆପଣ ନିଜର କ୍ରୋଧକୁ ନିୟନ୍ତ୍ରିତ କରିପାରିବେ ଓ ଏକ ସୁସ୍ଥ ସୁଖମୟ ଜୀବନ ବଞ୍ଚିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ୪ ଟି ଉପାୟ କହିବୁ, ଯାହାକୁ ଆପଣ ଉପଯୋଗ କଲେ ଆପଣଙ୍କ କ୍ରୋଧରେ ବହୁତ ଶୀଘ୍ର ସୁଧାର ଆସିଯିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ପ୍ରଥମ ଉପାୟ-

ଏହି ଉପାୟ ହେଉଛି ଆପଣ ସମସ୍ତଙ୍କୁ ଖୁସିରେ ରଖନ୍ତୁ ନାହିଁ । ସାଧାରଣତଃ ମା’ ମାନେ ନିଜ ପରିବାର ଓ ପଡୋଶୀ ଲୋକଙ୍କୁ ଖୁସି କରିବା ଉଚିତ ନୁହେଁ । କାରଣ ମା’ ମାନେ ସେମାନଙ୍କୁ ଖୁସି କରାଇ ନିଜ ମଧ୍ୟରେ ଥିବା ଷ୍ଟ୍ରେସକୁ ନିଜ ପିଲାଙ୍କ ଉପରେ ଉପଯୋଗ କରନ୍ତି । ତେଣୁ ଆପଣଙ୍କ ପ୍ରଥମ ପ୍ରାୟୋରୀଟି ଆପଣଙ୍କ ପିଲା ହେବା ଦରକାର, ଅନ୍ୟମାନେ ଦୁଃଖ ଅନୁଭବ କଲେ ଚଳିବ । ହେଲେ ଆପଣଙ୍କ ପାଇଁ ଆପଣଙ୍କ ପିଲା ହେଉଛି ସବୁଠୁ ଗୁରୁତ୍ଵପୂର୍ଣ୍ଣ ।

ଦ୍ଵିତୀୟ ଉପାୟ-

ଆପଣ ସବୁବେଳେ ନିଜ ପିଲାଙ୍କ ସହ ପ୍ରମିଜ ଗେମ୍ ଖେଳନ୍ତୁ । ଏହି ଗେମ୍ ହେଉଛି ଆପଣ ସବୁବେଳେ ସକାଳେ ଉଠିବା ପରେ ନିଜ ପିଲା ସହ କିଛି ନା କିଛି ପ୍ରମିଜ କରନ୍ତୁ । ପ୍ରମିଜ ହେଉଛି ଆଜିର ଦିନରେ ଆପଣ ରାଗିବେ ନାଆହିଁ କି ଆପଣଙ୍କ ପିଲା ରାଗିବ ନାହିଁ । ଏହି ପ୍ରମିଜ ମାଧ୍ୟମରେ ଆପଣ ନିଜ ରାଗକୁ ଓ ନିଜ ପିଲାଙ୍କର ରାଗକୁ ବହୁତ ସହଜରେ ନିୟନ୍ତ୍ରଣ କରିପାରିବେ ।

ତୃତୀୟ ଉପାୟ-

 

ଆପଣ ନିଜର ଯତ୍ନ ନେବା ଉଚିତ । ଅଧିକାଂଶ ମା ମାନେ ନିଜର ଯତ୍ନ ନେଇପାରନ୍ତି ନାହିଁ । ସେମାନେ ପରିବାର ର ଯତ୍ନ ନେବାରେ ରହିଯାନ୍ତି । ହେଲେ ଆପଣ ଯେତେ ନିଜର ଯତ୍ନ ନେବେ ଆପଣ ସେତିକି ଖୁସିରେ ରହିବେ ଓ ପରିବାରର ମଧ୍ୟ ଯତ୍ନ ଖୁସିରେ ନେଇ ପାରିବେ । ଯଦି ଆପଣ ନିଜର ଯତ୍ନ ନେବେ ନାହିଁ, ତେବେ ଏହା ଦ୍ଵାରା ଆପଣଙ୍କୁ ମାନସିକ ଚିନ୍ତା ଓ କ୍ରୋଧ ଆଦି ଆସିପାରେ । ତେଣୁ ଆପଣ ନିଜର ଯତ୍ନ ନେବା ନିହାତି ଆବଶ୍ୟକ ।

ଚତୁର୍ଥ ଉପାୟ-

ପିଲାଙ୍କ ସହିତ ଫ୍ରେଣ୍ଡଲି ରହିବା ନିହାତି ଆବଶ୍ୟକ । ସାଧାରଣତଃ ପିଲାମାନେ ଟିଭି ଓ ଭିଡିଓ ଗେମ୍ ଆଦିରେ ବ୍ୟସ୍ତ ରହିଯାନ୍ତି । ଏହାର ମୁଖ୍ୟ କାରଣ ହେଉଛି ପିଲା ମାନେ ନିଜ ମନରେ ଥିବା ଦୁଃଖ ବା କୌଣସି କଥାକୁ ସେୟାର କରନ୍ତି ନାହିଁ । ତେଣୁ ଆପଣ ଯଦି ପିଲାଙ୍କ ସହ ମିଶି ତାଙ୍କର ସବୁ କଥା ଶୁଣିବେ ଓ ତାଙ୍କୁ ପ୍ରୋତ୍ସାହନ ଦେବେ, ତେବେ ଏହା ଦ୍ଵାରା ଆପଣଙ୍କ ପିଲା କୌଣସି ଭୁଲ କରିବନି । ଯାହାଫଳରେ ଆପଣ ପିଲାଙ୍କ ଉପରେ କ୍ରୋଧ କରିବେ ନାହିଁ ।

ଏହି ସବୁ ଉପାୟକୁ ଭଲଭାବରେ କାର୍ଯ୍ୟକାରୀ କରନ୍ତୁ ଓ ଆପଣଙ୍କ ଚିନ୍ତାମୟ ଜୀବନକୁ ଖୁସିରେ ଭରିଦିଅନ୍ତୁ ।