ସ୍କୁଲରେ ପିଲା ପାଠ ପଢୁଥିଲେ ହଠାତ ହେଲା ବଜ୍ରପାତ, ଚଟାଣ ଫାଳ ଫାଳ ହୋଇ ଯାହା ଅବସ୍ଥା ହେଲା ନା… ଜାଣିଲେ ଆପଣ ବି ଭୟ କରିବେ, ଦେଖନ୍ତୁ Video

ବିଦ୍ୟାଳୟରେ ପାଠ ପଢା ଚାଲିଥିବା ବେଳେ ହଠାତ ଘଟିଥିଲା ବଜ୍ରପାତ । ଏହା ଫଳରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ସମସ୍ତେ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ କୁଟୁରାପସି ପ୍ରାଥମିକ ବିଦ୍ୟାଳୟରେ । ଅପରାହ୍ନ ପ୍ରାୟ ୧ଟା ସମୟରେ ନିଜ ନିଜ ଶ୍ରେଣୀଗୃହରେ ବସି ପିଲାମାନେ ପାଠ ପଢୁଥିଲେ । ଏତିକି ବେଳେ ହଠାତ ସ୍କୁଲ ଛାତ ଉପରେ ବଜ୍ରପାତ ଯୋଗୁଁ ଶ୍ରେଣୀ କୋଠରିରେ ପାଠ ପଢୁଥିବା ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ପ୍ରାୟ ୧୭ ଜଣ ଛାତ୍ର ଛାତ୍ରୀଙ୍କ ଆହତ ହୋଇଛନ୍ତି ।

ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଆଉ ସେମାନଙ୍କ ମଧ୍ୟରୁ ପ୍ରାୟ ୭ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ପିଲାମାନେ ମଧ୍ୟ ଖୁବଭୟଭୀତ ଅଛନ୍ତି । ଶାରୀରିକ ସ୍ୱାସ୍ଥ୍ୟ ସହ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହି ବଜ୍ରପାତ ଭଳି ଅଭାବନୀୟ ଘଟଣାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ତେବେ ଆହତ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡକା ଯାଇଥିଲା ।

ସେ ସମସ୍ତଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ବଜ୍ରପାତ ଯୋଗୁଁ ସେହି ବିଦ୍ୟାଳୟର ଶ୍ରେଣୀ କୋଠରି ମଧ୍ୟ କଣା ହୋଇଥିବା ବେଳେ ଚଟାଣ ଫାଟି ଫାଳ ଫାଳ ହୋଇଯାଇଛି । ଏଥିସହିତ ବିଦ୍ୟୁତ ଉପକରଣର ଜିନିଷ ଗୁଡିକ ମଧ୍ୟ ପୋଡିବା ସହ ନଷ୍ଟ ହୋଇଯାଇଛି ।

ଅନ୍ୟପରେ ଚିକିତ୍ସାଧୀନ ଛାତ୍ର ଛାତ୍ରୀଙ୍କ ଶରୀର ଜଳାପୋଡା ହେଉଥିବା ସାଙ୍ଗକୁ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ସୂଚନା ମିଳିଛି । ତେବେ ଏହି ଖବର ପାଇବା ପରେ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଦେବଗଡ ବିଧାୟକ, ଏସପି, ଡିଓ ଓ ତହସିଲଦାର ପ୍ରମୁଖ ପହଞ୍ଚି ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିଛନ୍ତି ।

ଏଭଳି ଏକ ଅଭାବନୀୟ ଘଟଣା ଯେ କେତେ ଭୟଙ୍କର ତାହା ଆପଣ ଅନୁମାନ କରୁଥିବେ । କୋମଳମତି ପିଲାମାନଙ୍କ ମନରେ ଏହା ନିଶ୍ଚିତ ଭାବେ ଗଭୀର ଆଘାତ ଦେଇଥିବ । ସବୁ ଛାତ୍ର ଛାତ୍ରୀମାନେ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।