ବନ୍ୟା ଜଳରେ ଭାସି ଯାଉଛନ୍ତି ମଇଁଷି ପଲ ଆଉ ଚରାଳି, ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ଭିଜିଯିବ, ଦେଖନ୍ତୁ video

ବନ୍ୟା ଜଳରେ ମଇଁଷି ପଲ ଭାସୁଥିବାର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ଦେଖିଲେ ଆପଣଙ୍କ ମନରେ ମଧ୍ୟ ଭୟ ଆସିବ ଓ ସେହି କଥା କହି ପାରୁ ନଥିବା ପଶୁଙ୍କ ପାଇଁ ମନରେ ଦୟା ବି ଆସିବ । ଗତ କିଛିଦିନ ଧରି ରାଜ୍ୟରେ ଲଗାଣ ବର୍ଷା ହୋଇଥିଲା । ଯାହାଫଳରେ ରାଜ୍ୟରେ ପ୍ରମୁଖ ନଦୀନାଳ ସବୁ ଫୁଲି ଯାଇଛି । ହୀରାକୁଦ ଡ୍ୟାମରେ ମଧ୍ୟ ପ୍ରାୟ ୩୦ଟି ଗେଟ୍ ଖୋଲି ଦିଆଯାଇଛି । ଯାହାଫଳରେ ରାଜ୍ୟରେ ଏକ ପ୍ରକାର ବନ୍ୟାର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

ଆଉ ଏହି ବନ୍ୟା ଜଳ ଅନେକଙ୍କ ସଂସାର ଉଜାଡି ଦେଇଛି ଓ ଲୋକଙ୍କ ମୁଣ୍ଡରୁ ଛାତ ମଧ୍ୟ ଛଡେଇ ନେଇଛି । ବନ୍ୟା ଯୋଗୁଁ ଉଭୟ ମଣିଷ ଏବଂ ପଶୁ ସମସ୍ତେ ହଇରାଣ ହେଉଛନ୍ତି । ଅନେକ ଗାଁ ଗଣ୍ଡାମାନଙ୍କୁ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଗାଁ ଗୁଡିକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଓ ଭୋକ ଉପାସରେ ଦିନ କାଟୁଛନ୍ତି । ସେମାନଙ୍କ ପାଖକୁ ପ୍ରଶାସନ ମଧ୍ୟ ପହଞ୍ଚିବାରେ ସକ୍ଷମ ହେଉନାହିଁ ।

ତେବେ ଏ ତ ଥିଲା ମଣିଷଙ୍କ କଥା । କିନ୍ତୁ ପଶୁମାନେ ମଧ୍ୟ ନିଜ ମାଲିକ ଓ ବାସସ୍ଥାନ ଆଦି ବନ୍ୟାରେ ହରାଇଛନ୍ତି । ବର୍ତ୍ତମାନ ବନ୍ୟା ଜଳରେ ଫସି ରହିଥିବା ଏକ ମଇଁଷି ଗୋଠର ଭିଡିଓ ଏବେ ଭାଇରାଲ ହେଉଛି । ଯାହା ଦେଖିଲେ ଯେକୌଣସି ସହୃଦୟ ବ୍ୟକ୍ତିଙ୍କ ହୃଦୟ ଫାଟି ପଡିବ ।

ଏହି ଦୃଶ୍ୟ ଦେଖିଲେ ଜଣାପଡୁଛି କି, ମଇଁଷି ଚରାଳି ଜଣକ ବୈଧ ହୁଏ ମଇଁଷି ମାନଙ୍କୁ ନେଇ ଚରେଇବାକୁ ଯାଇଥିଲେ । ହେଲେ ହଠାତ ମାଡି ଆସିଥିଲା ବନ୍ୟା ପାଣି । ବୋଧ ହୁଏ ସେଥିପାଇଁ ମଇଁଷି ପଲ ଓ ମଇଁଷି ଚରାଳି ସେଠାରୁ ଶୀଘ୍ର ଆସି ପାରି ନଥିଲେ । ଶେଷରେ ନିଜ ଜୀବନକୁ ବାଜି ଲଗେଇ ମଇଁଷି ପଲଙ୍କୁ ଭରା ପାଣିରେ ଅଡେଇ ଅଡେଇ ଆଣୁଛନ୍ତି ଗାଈଚରାଳି ।

ଜୀବନ ବଞ୍ଚାଇ କୁଳକୁ ଆସିବା ପାଇଁ ଭରା ପାଣିରେ କିପରି ସଂଗ୍ରାମ ଚାଲିଛି ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ତେବେ ଆମେ ଆଶା କରୁଛୁ ମଇଁଷି ପଲ ଓ ଚରାଳି ସମସ୍ତେ କୁଶଳରେ ସ୍ଥଳଭାଗକୁ ପଳେଇ ଆସିଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।