ଖାଦ୍ଯରେ କେତେ ତେଲ ଖାଇବା ଆମ ଶରୀର ପାଇଁ ଭଲ ? ଜାଣନ୍ତୁ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ Dr Sambit Das ଙ୍କ କିଛି ଟିପ୍ସ

ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସେହିପରି ଖାଦ୍ଯରେ କେଉଁ ତେଲ ଏବଂ କେତେ ପରିମାଣରେ ତେଲ ବ୍ୟବହାର କରୁଛନ୍ତି ତାହା ମଧ୍ୟ ଅତ୍ୟନ୍ତ ଜରୁରୀ । ସେଥିପାଇଁ କୁହାଯାଏ, “ୟୁ ଆର ହ୍ଵାଟ ୟୁ ଇଟ୍” । ତେବେ ଖାଦ୍ଯରେ କେତେ ତେଲ ଖାଇବା ଆମ ଶରୀର ପାଇଁ ଉଚିତ ତାହା ଆମେ ଜାଣି ରଖିବା ଦରକାର । ଆସନ୍ତୁ ଜାଣିବା ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ ଦାଶଙ୍କ କିଛି ଖାସ୍ ଟିପ୍ସ ।

ଆମ ଖାଦ୍ୟର ୨୦ରୁ ୩୦% ମଧ୍ୟରେ ତେଲ ଖାଇବା ଉଚିତ । ଏହା ମଧ୍ୟରୁ ସାଚୁରେଟେଡ ଫ୍ୟାଟଗୁଡିକ ଆମେ ସବୁଠୁ କମ୍ ନେବା ଉଚିତ । ସାଚୁରେଟେଡ ଫ୍ୟାଟ କହିଲେ ଯେଉଁ ତେଲ ରୁମ୍ ଟେମ୍ପ୍ରେଚର ବା ନର୍ମାଲ ଘରେ ବସିଯାଏ ଯେମିତିକି ଘିଅ, ବନସ୍ପତି ଘିଅ, ନଡିଆ ତେଲ । ଏହି ଜିନିଷ ଗୁଡିକ ଆମ ଶରୀର ପାଇଁ ବହୁତ ଖରାପ, ତେଣୁ ଯେତେ କମ୍ ପାରୁଛନ୍ତି ଖାଆନ୍ତୁ ।

ଏହାପରେ ଟ୍ରାନ୍ସ ଫ୍ୟାଟକୁ ମଧ୍ୟ ସବୁଠୁ କମ୍ ରେ ରଖିବା ଉଚିତ କିମ୍ବା ବିଲକୁଲ ଖାଇବା ଉଚିତ ନୁହେଁ । କୌଣସି ତେଲକୁ ବାରମ୍ବାର ରାନ୍ଧିଲେ ତାହା ଟ୍ରାନ୍ସ ଫ୍ୟାଟ ହୋଇଯାଏ । ଯେମିତିକି ବଜାରରେ ମିଳୁଥିବା ତେଳଛଣା ଖାଦ୍ୟ ସବୁ ବଳକା ତେଲରେ ବାରମ୍ବାର ଛଣା ହୋଇଥାଏ ।

ଏହିପରି ବାରମ୍ବାର ବଳକା ତେଲକୁ ବ୍ୟବହାର କରିବା ଦ୍ଵାରା ତାହା ଟ୍ରାନ୍ସ ଫ୍ୟାଟରେ ପରିଣତ ହୋଇଯାଏ । ଏହି ଟ୍ରାନ୍ସ ଫ୍ୟାଟ ଆମ ହାର୍ଟର ଧମନୀକୁ ବ୍ଲକ କରିଥାଏ ଏବଂ ହାର୍ଟ ପାଇଁ ବହୁତ ଖରାପ ଅଟେ । ତେଣୁ ଖାଦ୍ୟରେ ସାଚୁରେଟେଡ ଫ୍ୟାଟ ଏବଂ ଟ୍ରାନ୍ସ ଫ୍ୟାଟକୁ ସଂପୂର୍ଣ୍ଣ ବନ୍ଦ କରିବେ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଖାଉଥିବା ଖାଦ୍ୟରେ ତେଲର ପରିମାଣକୁ ଜାଣିରଖିବେ । ଡାକ୍ତରଅଙ୍କ ଅନୁଯାୟୀ ପ୍ରତି ବ୍ୟକ୍ତି ଏକ ମାସରେ ୫୦୦ମିଲି ତେଲ ଖାଇବା ଦରକାର । ଯଦି ଗୋଟିଏ ପରିବାରରେ ତିନିଜଣ ଲୋକ ଅଛନ୍ତି ତେବେ ସେହି ପରିବାରର ମାସିକ ତେଲ ଖର୍ଚ୍ଚ ମାତ୍ର ଦେଢ ଲିଟର ହେବା ଦରକାର ।

ଘରର ଗୃହିଣୀ ଏହାକୁ ଧ୍ୟାନରେ ରାଖୀ ତେଲ ବ୍ୟବହାର କଲେ ସମସ୍ତଙ୍କ ଭଲ ରହିବ । ତେଲ ମଧ୍ୟରେ ଅନସାଚୁରେଟେଡ, ମନୋ ଅନସାଚୁରେଟେଡ ଏବଂ ପଲି ଅନସାଚୁରେଟେଡ ତେଲ ଆମ ଶରୀର ପାଇଁ ଭଲ । ଏଥିରେ ଓମେଗା-୩ ଏବଂ ଓମେଗା-୬ ଫ୍ୟାଟି ଏସିଡ ରହିଥାଏ । ଏଥିପାଇଁ ସୋରିଷ ତେଲ, ସୂର୍ଯ୍ୟମୂଖୀ ତେଲ ଏବଂ ଓଲିଭ ଅଏଲ ଭଲ ।

ଆମ ଭାରତୀୟ ଖାଦ୍ୟ ଅଭ୍ଯାସ ହିସାବରେ ଆପଣ ଯଦି ସନଫ୍ଲାୱାର ତେଲ ସାଙ୍ଗେ ରାଇସ ବ୍ରାନ ଅଏଲ ମିଶେଇକି ନେଉଛନ୍ତି ଏବଂ ଏହା ବ୍ୟକ୍ତି ପିଛା ମାସକୁ ୫୦୦ମିଲି ଖର୍ଚ୍ଚ ହେଉଛି ତେବେ ଭଲ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।