ଦେଖନ୍ତୁ କଣ ହୁଏ ଯେବେ ଯମରାଜ ଛୁଟିରେ ଥାଆନ୍ତି, କ୍ୟାମେରାରେ କଏଦ ଏହି ଭିଡିଓ ଦେଖିଲେ ଜାଣିପାରିବେ, ଦେଖନ୍ତୁ video

କୁହାଯାଏ କି ଯଦି ଭାଗ୍ୟ ସାଥ୍ ଦିଏ ତେବେ ମଣିଷ ବଡରୁ ବଡ ମୁସ୍କିଲରୁ ବାହାରି ଆସିପାରେ । ଭାଗ୍ଯର ଖେଳ ସମସ୍ତେ ବୁଝିପାରନ୍ତି ନାହିଁ । କେବେ ଗରିବ ଲୋକ ରାତାରାତି ଧନୀ ହୋଇଯାଏ ତ ଆଉ କେବେ ଧନୀ ଲୋକଙ୍କୁ ସର୍ବସ୍ଵାନ୍ତ ହେବାକୁ ସମୟ ଲାଗେନି । ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ଏହିଭଳି କିଛି ଭାଗ୍ୟଶାଳୀ ଲୋକଙ୍କ ସହ ପରିଚୟ କରାଇବୁ ଯାହାଙ୍କ ଭାଗ୍ୟ କେତେ ଟାଣ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଥମ କ୍ଲିପରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ସମୁଦ୍ରରେ ପହଁରୁଥିବା ବେଳେ ଅଚାନକ ଗୋଟିଏ କୁମ୍ଭୀର ତାଙ୍କ ପାଖରେ ଆସି ପହଞ୍ଚି ଯାଉଛି । କୁମ୍ଭୀର ତାଙ୍କ ଗୋଡକୁ କାମୁଡିବାକୁ ଯିବା ବେଳେ ସେ ଗୋଡରେ ପିନ୍ଧିଥିବା ସୁଇମିଙ୍ଗ କିଟ୍ ହଲାଇବାରୁ ତାହା କୁମ୍ଭୀର ମୁହଁରେ ଯାଇ ବାଜୁଛି । ଯାହା ଫଳରେ କୁମ୍ଭୀର ସେଠାରୁ ପଳାଉଛି ଓ ତାଙ୍କ ଜୀବନ ବଞ୍ଚିଯାଉଛି ।

ଆଉ ଏକ ଭିଡିଓରେ ନଦୀ କୂଳରେ ଛଟପଟ ହେଉଥିବା ଗୋଟିଏ ମାଛକୁ ଏକ ଛୋଟ ଜଳରେ ଭର୍ତ୍ତି କରି ଜଣେ ବ୍ୟକ୍ତି ନେଇ ଯାଉଛନ୍ତି । ଠିକ ଏତିକି ବେଳେ ଏକ ବଡ ମାଛ ନଦୀରୁ ଡେଇଁ ସିଧା ଆସି ତାଙ୍କ ଜାଲ ଭିତରେ ପଡୁଛି । ଭାଗ୍ୟରେ ଥିଲେ ଏମିତି ହୁଏ ।

୨୫ ଜୁନ ୨୦୨୧ରେ ୟୁନାଇଟେଡ ଷ୍ଟେଟସ୍ ର କାନ୍ସାସ ରାଜ୍ୟର ଏକ ସହାରରେ ଘଟିଥିବା ଏହି ଘଟଣା ଦେଖିଲେ ଆପଣ ତାଜୁବ ହୋଇଯିବେ । ଭୀଷଣ ଝଡବର୍ଷା ହେଉଥିବା ବେଳେ ଏକ ଗାଡିର ଡ୍ଯାସ କ୍ୟାମେରାରେ ଏକ ଭୟଙ୍କର ଦୃଶ୍ୟ କଏଦ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା କି ଆଗରେ ଯାଇଥିବା ଜିପ୍ ଉପରେ ୨ ସେକେଣ୍ଡ ମଧ୍ୟରେ ତିନିଥର ବଜ୍ରପାତ ହୋଇଥିଲା ।

ସେଥିରେ ଏକ ଦମ୍ପତ୍ତିଙ୍କ ସହ ତାଙ୍କର ତିନିଜଣ ଛୁଆ ଥିଲେ । ତେବେ ଭାଗ୍ଯର କଥା ହେଉଛି ଏତେ ଭୟଙ୍କର ବିଜୁଳି ମାରିବା ପରେ ଏହି ୫ ଜଣ ଯାକ ଏକଦମ ଭଲରେ ଥିଲେ ଓ ବଞ୍ଚି ଯାଇଥିଲେ । ୨୧ ମେ ୨୦୨୧ରେ ଏକ ଜିମ୍ ରେ ବ୍ୟାୟାମ ପରେ ପଙ୍ଖା ତଳକୁ ପବନ ଖାଇବାକୁ ଜଣେ ବ୍ୟକ୍ତି ଆସିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ପଙ୍ଖାଟି ଘୁରୁ ଘୁରୁ ତାଙ୍କ ଉପରେ ଯାଇ ପଡିଥିଲା । ହେଲେ ଭାଗ୍ଯର କଥା ହେଉଛି ତାଙ୍କୁ କିଛି ଗୁରୁତର ଆଘାତ ଲାଗି ନଥିଲା । ବୋଧେ ହୁଏ ନିଶ୍ଚୟ ସେ କିଛି ଭଲ କର୍ମ କରିଥିବେ ।

ଆଉ ଏକ ଭିଡିଓରେ କିଛି ଲୋକ ଏକ ବସ୍ ରେ ହିଂସ୍ରକ ବାଘମାନଙ୍କ ମଧ୍ୟରେ ସଫାରିରେ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବସ୍ ର ଛାତ ଉପରେ ଚଢି ଖୋଲାରେ ଠିଆ ହୋଇ ଯାଇଥିଲେ । କିନ୍ତୁ ତାଙ୍କ ଭାଗ୍ୟ ଭଲ ଥିଲା । ଏତେ ବାଘଙ୍କ ମଧ୍ୟରୁ କେହି ବି ତାଙ୍କ ଉପରେ ଆକ୍ରମଣ କରି ନଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।