ଚାହୁଁ ଚାହୁଁ ଭାଙ୍ଗିଲା ବନ୍ଧ ଆଉ ସୃଷ୍ଟି ହେଲା ଘାଇ, କେହି କିଛି ଭାବିବା ଆଗରୁ ମାଡି ଆସିଲା ପାଣି… ଦେଖନ୍ତୁ video

ଆପଣ ଥରେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଆଖି ସାମ୍ନାରେ କିଭଳି ରାସ୍ତାଟି ଫାଟି ପଡୁଛି । ଆଉ ଚାହୁଁ ଚାହୁଁ ସୃଷ୍ଟି ହୋଇଯାଉଛି ଏକ ବଡ ଘାଇ । ଆଉ ଲୋକେ କିଛି ଭାବିବା ଆଗରୁ ବନ୍ୟା ପାଣି ଘାଇ ମଧ୍ୟ ଦେଇ ମାଡି ଆସୁଛି । ତେବେ ଏହା କେଉଁ ଫିଲ୍ମର ଦୃଶ୍ୟ ନୁହେଁ । ଏହି ଦୃଶ୍ୟ ହେଉଛି ଜଗତସିଂପୁର ଜିଲ୍ଲା କୁଜଙ୍ଗ ବ୍ଲକ କାଟକୁଟ ପଞ୍ଚାୟତର ପାଇକା ନଦୀ ଅଞ୍ଚଳର । ଏହି ଦୃଶ୍ୟ ଦେଖିଲେ ମନରେ ସଂଚାର ହେଉଛି କେଉଁ ଅଜଣା ଭୟ ।

ପ୍ରକୃତିରେ କେତେ ଭୟଙ୍କର ରୂପ ନେଇପାରେ ଏହା ତାହାର ଏକ ନିଚ୍ଛକ ଉଦାହରଣ କରିବେ ଭୁଲ ହେବନାହିଁ । ଏହି ଦୃଶ୍ୟ ଦେଖିଲେ ଲାଗୁଛି ସତେ ଯେମିତି ମାଳିକା ବଚନ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି । କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ବନୟାର କରାଳ ରୂପ ଦେଖିବାକୁ ମିଳିଛି । ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ ପାଣି ମଧ୍ୟ ଖୋଲି ଦିଆଯାଇଛି ।

ମହାନଦୀ ସମେତ ରାଜ୍ୟର ପ୍ରାୟ ବଡ ନଦୀ ମାନଙ୍କରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଯୁଆଡେ ଆଖି ବୁଲେଇବ ସେଆଡେ ଖାଲି ପାଣି ହିଁ ପାଣି ଦେଖିବାକୁ ମିଳୁଛି । ଅନେକ ଗାଁ ଗଣ୍ଡାରେ ପାଣି ପଶିଯିବାରୁ ହାହାକାର ଦେଖିବାକୁ ମିଳୁଛି । ବନ୍ୟା ପାଣି ଘେରରେ ଭୋକ ଉପାସରେ ଏବଂ ପାଣିରେ ଭାସି ଆସୁଥିବା ଜୀବଜନ୍ତୁ ଭୟରେ ଲୋକଙ୍କ ଜୀବନ ବିତୁଛି ।

କେଉଁଠି ଯୋଗାଯୋଗ ବିଚ୍ଛିନ୍ନ ହୋଇ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ତ ଆଉ କେଉଁଠି ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି । ଏହି ବନ୍ୟା ବିପନ୍ନଙ୍କ ପାଖରେ ପ୍ରଶାସନ ବି ପହଞ୍ଚି ପାରୁନାହିଁ । ତଳିଆ ଅଞ୍ଚଳରେ ଏବେ ଯାଏଁ ବି ବନ୍ୟା ପାଣି କମି ନଥିବା ବେଳେ ଆଗକୁ ଆଉ ଏକ ବଡ ଲଘୁଚାପ ଆସୁଛି ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାପରେ ସ୍ଥିତି ଯେ ଆଉ କଣ ହେବ ତାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।