ଏ ଛୁଆ ଜନ୍ମ ହେଲା କାହିଁକି ? ପୁରା ଖବର ଜାଣିଲେ ଆପଣ କାନ୍ଦି ପକେଇବେ…

ବନ୍ଧୁଗଣ, ମା’ ଜନ୍ମ କରିଛି ଯେତେବେଳେ ପିଲାଟିକୁ ଫୋଫାଡି ଦେବା ବା କେମିତି ? ଯେତେ ଯାହା କଲେ ମଧ୍ୟ ମା’ ର ମନ ବୁଝୁ ନାହିଁ । ଜନ୍ମ ହେଉ ହେଉ ନିରୀହ ଛୁଆ ଟି ବର୍ତ୍ତମାନ ପରିବାର ଲୋକ ଙ୍କ ପାଇଁ ବୋଝ ପାଲଟି ଯାଇଅଛି । ମା’ ଏବଂ ଛୁଆ କୁ ହସ୍ପିଟାଲ ରେ ଛାଡି ଆପଣାର ଲୋକେ ମୁହଁ ବୁଲାଇ ଚାଲିଯାଇଛନ୍ତି । କାରଣ ଛୁଆ ଠାରୁ ସେମାନଙ୍କୁ ଅଧିକ ଲୋକଲଜ୍ୟା ର ଭୟ ରହିଅଛି । ଛୁଆଟି ତୃତୀୟ ଲିଙ୍ଗ ବୋଲି ଘରୋଇ ନର୍ଶିଙ୍ଗ ହୋମ ତରଫରୁ କୁହାଯିବା ପରେ ପରିବାର ଲୋକ ଙ୍କ ଘର ଉପରେ ଆକାଶ ଝଡି ପଡିଛି ।

ଯାଜପୁର ଟାଉନ ର ଏକ ଘରୋଇ ନର୍ଶିଙ୍ଗ ହୋମ ରେ ଗତକାଲି ହରିପୂର ଅଞ୍ଚଳର ସ୍ନେହଲତା ବରାଳ ଙ୍କର କିନ୍ନର ନବଜାତ ଶିଶୁ ଜନ୍ମ ହୋଇଅଛି । ସେଥିପାଇଁ ମା’ ଏବଂ ନବଜାତ ଶିଶୁ କୁ ଛାଡି ଘର ଲୋକ ପଳାଇ ଯାଇଥିବା ସମୟରେ ଛୁଆ ର ଭବିଷ୍ୟତ ଚିନ୍ତା ଧାରିଛି ମା’ କୁ । ଶିଶୁ ଟିର ମା’ କହିଛନ୍ତି ଯେ ପିଲାର ଭବିଷ୍ୟତ ମୋର ଭବିଷ୍ୟତ । ମୋ ପିଲା କୁ ମୁଁ ଡାକ୍ତର ଙ୍କୁ ଦେଖାଇବି ତଥା ଡାକ୍ତର ଙ୍କ ର ଆଡଭାଇସ ନେବି ।

ଶିଶୁ ଡାକ୍ତର ଏହାପରେ ଗର୍ମେଣ୍ଟ ରେ କ’ଣ ସୁବିଧା ଅଛି ସେ ସବୁ ସମ୍ବନ୍ଧରେ ଭଲ ଭାବରେ ଜାଣିବି । ଏହାପରେ ମୋ ପାଇଁ କ’ଣ ସୁବିଧା ଥିବ ସବୁ ଜାଣିବି । ଶାଶୁଘର ଲୋକ କ’ଣ କହିବେ କ’ଣ ନହିଁ ? ଯେତେବେଳେ ପିଲା ଜନ୍ମ ହେଲା ୧୦ ତାରିଖ ଦିନ ସେମାନେ ୨ ଦିନ ପର୍ଯ୍ୟନ୍ତ ପଳାଇ ଯାଇଥିଲେ । ତାହାପରେ ଆସିଲେ, ମାତ୍ର ଆସିଲେ ଆଉ କ’ଣ ହେବ ? ଶାଶୁଘର ଲୋକେ କହିଛନ୍ତି ଯେ ପିଲାଟିକୁ ସେମାନେ ଗ୍ରହଣ କରିବେ ନାହିଁ ।

ମାତ୍ର ମୁଁ ଚାହୁଁଛି ମୋ ପିଲାକୁ ମୁଁ କାହାକୁ ଦେବିନି ନିଜ ପାଖରେ ରଖିବି । କିନ୍ତୁ ମା ଭାବି ସେ ନିଜ ପିଲା କୁ ରଖିବାକୁ ଚାହୁଁଥିଲେ ମଧ୍ୟ ପରିବାର ଲୋକେ ଏଥିରେ ରାଜି ହେଉ ନାହାଁନ୍ତି ବୋଲି ଶିଶୁର ମା’ କହିଛନ୍ତି । ଏହାପରେ ଯାଜପୁର କିନ୍ନର ସଂଘ ଏହି ଖବର ପାଇବା ପରେ ନବଜାତ ଶିଶୁ ର ମା’ କୁ ଭେଟିବା ସହ ସ୍ଵାନ୍ତନା ଦେଇଥିଲେ ।

ଯାଜପୁର ଜିଲ୍ଲାପାଳ ଙ୍କୁ ଭେଟି ପିଲାଟିର ମା’ ଙ୍କୁ ସହାୟତା କରିବା ସହିତ ଶିଶୁ ର ସୁରକ୍ଷା ତଥା ଆବଶ୍ୟକତା ପାଇଁ ଦାବି କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।