Vastu Tips:- ତୁଳସୀ ଗଛ ପାଖେ ରଖି ଦିଅନ୍ତୁ ଏହି ଜିନିଷ, ଚୁମ୍ବକ ପରି ଟାଣି ଆଣିବ ଧନ

ତୁଳସୀଙ୍କ ଚମତ୍କାରିତା ବିଷୟରେ ଆମେ ସମସ୍ତେ ଜାଣିଛୁ । ଏହାଙ୍କ ନିକଟରେ ନିତ୍ୟ ପୂଜାର୍ଚ୍ଚନା କଲେ ଆମେ ଶୁଭଫଳ ଲାଭ କରିଥାଉ । ସକାଳେ ତୁଳସୀ ମୂଳେ ଜଳ ଦେବା ସହ ସନ୍ଧ୍ୟାବେଳେ ତୁଳସୀ ଚଉରା ମୂଳେ ଶୁଦ୍ଧ ଘିଅର ଦୀପ ଜଳାଇବା ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ତୁଳସୀଙ୍କ ପୂଜାକୁ ନେଇ ସାଧାରଣ ବିଧିବିଧାନ ରହିଛି ଯାହା ପାଳନ କରିବା ଦ୍ଵାରା ଭଗବାନ ଶ୍ରୀହରି ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେସବୁ କଣ ।

ଏହି ସହଜ ଏବଂ ସରଳ ଉପାୟ ଦ୍ଵାରା ଆପଣଙ୍କ ଘରେ ନିଶ୍ଚିତ ଭାବେ ଧନ ସମ୍ପତ୍ତି ବୃଦ୍ଧି ପାଇବ ଓ ଯାହାବି ସମସ୍ଯା ଅଛି ତାହା ଦୂର ହୋଇଯିବ । ଗୁରୁବାର ଦିନ ସକାଳୁ ସ୍ନାନ ସାରିବା ପରେ ଆପଣଙ୍କୁ ଏହି ବିଶେଷ ଉପାୟଟି କରିବାକୁ ହେବ । ଗୁରୁବାର ଦିନ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଓ ମଥାରେ ହଳଦୀ ଟିକା ଲଗାନ୍ତୁ । ଏହାପରେ ଆପଣଙ୍କୁ ଯେକୌଣସି ତୁଳସୀ ଗଛରେ ଜଳ ଅର୍ପଣ କରିବାକୁ ହେବ ।

ଏହି ଉପାୟ ପାଇଁ ଆପଣ ସବୁଦିନ ପୂଜା କରୁଥିବା ତୁଳସୀ ଗଛକୁ ଛାଡି ଘରେ ଯଦି ଆଉ କିଛି ତୁଳସୀ ଗଛ ଅଛି ତେବେ ତାହାକୁ ବ୍ୟବହାର କରନ୍ତୁ । ତୁଳସୀ ଗଛ ମୂଳେ ଜଳ ଢାଳିବା ପରେ ସେହି ତୁଳସୀ ଗଛର କିଛି ଚେରକୁ ନେଇ ପ୍ରଥମେ ପରିଷ୍କାର ଭାବେ ଧୋଇ ଦିଅନ୍ତୁ ଓ ଏହାପରେ ତାକୁ ଗଙ୍ଗାଜଳରେ ପବିତ୍ର କରନ୍ତୁ । ଏହାପରେ ଏହି ଚେରକୁ ଧୂପଦୀପ ଦେଇ ପୂଜା କରିବା ପରେ ଆପଣ ଘରେ ଯେଉଁଠି ବି ଧନ ରଖୁଛନ୍ତି ସେହି ସ୍ଥାନରେ ରଖି ଦିଅନ୍ତୁ ।

ଏହି ଚେର ନେଇ ଯିବା ବେଳେ ଆପଣଙ୍କୁ ମନରେ ବିଶ୍ବାସ ରଖିବାକୁ ପଡିବ କି ଆପଣ ମା ଲକ୍ଷ୍ମୀଙ୍କୁ ସ୍ଥାପନା କରୁଛନ୍ତି, ତା’ହେଲେ ଶୀଘ୍ର ଆପଣଙ୍କ ଘରକୁ ଧନର ଆଗମନ ହେବ । ଆପଣ ଯେଉଁ ତୁଳସୀ ଗଛକୁ ପ୍ରତିଦିନ ପୂଜା କରୁଛନ୍ତି ଓ ପ୍ରତିଦିନ ଜଳ ଅର୍ପଣ କରୁଛନ୍ତି ସେହି ତୁଳସୀ ଗଛମୂଳେ ଯଦି କୌଣସି ଗଛ ଉଠୁଛି କିମ୍ବା ମଞ୍ଜି ପଡି ଅନ୍ୟ ଏକ ତୁଳସୀ ଗଛ ଉଠିଛି ତେବେ ସେହି ଗଛକୁ ମଧ୍ୟ ଆଣି ନିଜ ଧନ ରଖିବା ଜାଗାରେ ରଖନ୍ତୁ ।

ଆପଣଙ୍କୁ ଗୁରୁବାର ଦିନ ହିଁ ଏହି ଉପାୟକୁ କରିବାକୁ ହେବ । ସ୍ନାନ ସାରିବା ପରେ ତୁଳସୀ ପୂଜା ସାରି ତା’ ତଳେ ଉଠିଥିବା ଗଛକୁ ଆଣି ଭଲ ଭାବେ ଧୋଇ ଦିଅନ୍ତୁ ଓ ଏହାପରେ ଧୂପଦୀପ ଦେଇ ପୂଜା କରି ତାକୁ ଧନ ରଖୁଥିବା ସ୍ଥାନରେ ବିଶ୍ବାସର ସହ ରଖି ଦିଅନ୍ତୁ ।

ତୁଳସୀ ଗଛମୂଳେ ଉଠିଥିବା ଗଛ ମଧ୍ୟ ତୁଳସୀ ପରି ଶ୍ରେଷ୍ଠ ଅଟେ । ଏହାକୁ ଆଣି ଧନ ରଖୁଥିବା ସ୍ଥାନରେ ରଖିବା ଦ୍ଵାରା ଘରର ଧନ ଜନିତ ଏବଂ ଅନ୍ୟ ସମସ୍ତ ସମସ୍ଯା ମଧ୍ୟ ଦୂର ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।