କଣ ଏକ ସାଧାରଣ ମଣିଷ ହୋଇପାରିବ ପେଟ୍ରୋଲ ପମ୍ପର ମାଲିକ, ଜାଣନ୍ତୁ କଣ ଅଛି ନିୟମ

ଆଜି ଆମେ ଆପଣମାନଙ୍କୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଥିବା ସବୁ ନିୟମ ଗୁଡିକ ବିଷୟରେ କହିବୁ । ଏହି ମଉକା ସରକାରୀ କମ୍ପାନୀ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, ଇଣ୍ଡିଆନ ଅଏଲ କର୍ପୋରେସନ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦେଇଛି । ଦେଶର ୨୩ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରିଟେଲ ଆଉଟଲେଟ ଡିଲରଙ୍କ ଆବେଦନ ମଗା ଯାଇଛି ।

ସେହି ସବୁ ରାଜ୍ୟ ଗୁଡିକ ହେଉଛି ହରିୟାଣା, ଦିଲ୍ଲୀ, ଅରୁଣାଚଳ ପ୍ରଦେଶ, ଆସାମ, କେରଲ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡିଶା, ପୁଡୁଚେରି, ପଞ୍ଜାବ, ସିକିମ, ତ୍ରିପୁରା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଦମନ ଓ ଦୀପ, ୟୁଟି ଅଫ ଡିଏନଏଚ, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ ଓ ମହାରଷ୍ଟ୍ରରେ ନୂଆ ପେଟ୍ରୋଲ ପମ୍ପ ଖୋଲିବ । ଆପଣ www.petrolpumpdealerchayan.in ୱେବ ସାଇଟ କୁ ଯାଇ ଆବେଦନ କରିପାରିବେ ।


ଏଥିପାଇଁ ଆପଣଙ୍କୁ ଅନ୍ଲାଇନ ପେମେଣ୍ଟ ସହିତ ୨୪ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ରିଟେଲ ଆଉଟଲେଟ ଡିଲରଶିପ ପାଇଁ ଆପ୍ଲାଏ କରିବାକୁ ହେବ । ଆବେଦନ କରିବାର ଅନ୍ତିମ ଦିନରେ କଟ ଅଫକୁ ତୁରନ୍ତ ବନ୍ଦ କରାଯିବ । ପେଟ୍ରୋଲ ପମ୍ପର ମାଲିକ ହେବା ପାଇଁ ଆପଣଙ୍କୁ ଏକ ଭାରତୀୟ ହେବା ଜରୁରୀ । ଆବେଦନ କରିବା ପାଇଁ ବ୍ୟକ୍ତିର ବୟସ ୨୧ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ନିହାତି ଆବଶ୍ୟକ ଓ କମ ସେ କମ ୧୦ମ ଶ୍ରେଣୀ ପାସ ହୋଇଥିବ ।

ଯେଉଁ ଏରିଆରେ ପେଟ୍ରୋଲ ପମ୍ପ ଖୋଲା ହେବାର ଥିବ ସେଥିପାଇଁ କମ୍ପାନୀ ନ୍ୟୁଜ ପେପରରେ ତାହାର ଆଡ ଦେଇଥିବ । ଆଡରେ ସବୁ ନିୟମ ଓ ସର୍ତ୍ତ ବିଷୟରେ ଉଲ୍ଲେଖ କରାଯାଇଥିବ । ଏହି ନିୟମକୁ ପୂରଣ କରିବା ପରେ ବ୍ୟକ୍ତି କମ୍ପାନୀର ଡିଲରଶିପ ପାଇଁ ଅନ୍ଲାଇନ ଆପ୍ଲାଏ କରିପାରିବ । ଏହା ପରେ କମ୍ପାନୀର ଅଧିକାରୀ ନିରିକ୍ଷଣ କରିଥାଏ ।


ପେଟ୍ରୋଲ ପମ୍ପ ପାଇଁ ହାଇୱ୍ୱେରେ କମ ସେ କମ ୧୨୦୦ ରୁ ୧୬୦୦ ବର୍ଗମିଟରର ଜମି ଥିବା ଆବଶ୍ୟକ । ଯଦି ସହର ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲିବେ ତେବେ ୮୦୦ ବର୍ଗମିଟର ଜମିର ଆବଶ୍ୟକତା ରହିଛି । ଯଦି ଆପଣଙ୍କର ନିଜର ଜମି ନଥିବ ତେବେ ଆପଣ ଲିଜରେ ମଧ୍ୟ ଜମି ଆଣିପାରିବେ, ହେଲେ ଆପଣଙ୍କୁ ସେହି ଜମିର କାଗଜ ପତ୍ର କମ୍ପାନୀକୁ ଦେଖାଇବାକୁ ହେବ । ସେହି ଜମିରେ ପରିବାରର କୌଣସି ସଦସ୍ୟଙ୍କ ନାମ ଥିବା ଜରୁରୀ ।

google

ପେଟ୍ରୋଲ ପମ୍ପ ଖୋଲିବାର କିଛି ନିୟମରେ ସରକାର ବହୁତ ସହଜ କରିଦେଇଛନ୍ତି । ଏହି ନିୟମ ଅନୁସାରେ ଆପଣଙ୍କ ପାଖରେ ଜମି ବା ଅଧିକ ଟଙ୍କା ନଥିଲେ ମଧ୍ୟ ଆପଣ ପେଟ୍ରୋଲ ପମ୍ପ ପାଇଁ ଆବେଦନ କରିପାରିବେ ।