ବ୍ୟକ୍ତିଙ୍କ ପେଟରୁ ବାହାରିଲା 1 କେଜିରୁ ଉର୍ଦ୍ଧ୍ଵ କଏନ୍, କେମିତି ଏହା ରୋଗୀଙ୍କ ପେଟ ଭିତରକୁ ଆସିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…!

ଆଠେଣି ଠାରୁ ନେଇ 10 ଟଙ୍କିଆ କଏନ ପର୍ଯ୍ୟନ୍ତ ପେଟ ଭିତରୁ ବାହାରିଲା 187ଟି କଏନ୍ । ଯାହାର ଓଜନ ରହିଛି 1 କେଜି 200 ଗ୍ରାମ । କର୍ଣ୍ଣାଟକର ବାଗଲକୋଟରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଆଜ୍ଞା ହଁ, କର୍ଣ୍ଣାଟକରେ ଜଣେ ବ୍ୟକ୍ତିଙ୍କ ପେଟରୁ 187ଟି କଏନ ବାହାରିଛି । ପେଟ ଯନ୍ତ୍ରଣା ଓ ବାନ୍ତି ହେବାର ଅଭିଯୋଗ ଆଣି ମେଡିକାଲରେ ଯାଇ ପହଞ୍ଚିଥିଲେ ବ୍ୟକ୍ତିଜଣକ । ଯାହାପରେ ଡାକ୍ତର ତାଙ୍କର ଅଲଗା ଲଗା ଟେଷ୍ଟ ସବୁ କରାଇଥିଲେ ।

ଶେଷରେ ଇଣ୍ଡୋସ୍କୋପି ରିପୋର୍ଟରୁ ଜଣା ପଡିଥିଲା କି, ବ୍ୟକ୍ତିଙ୍କ ପେଟରେ ଅନେକ ଗୁଡି କଏନ ଭରି ରହିଛି । ଅପରେସନ କରିବା ପରେ ବ୍ୟକ୍ତିଙ୍କ ପେଟରୁ ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଓ ଦଶ ଟଙ୍କିଆ କଏନ ସବୁ ବାହାରିଥିଲା । ଅପରେସନ କରି ବ୍ୟକ୍ତିଙ୍କ ପେଟ ଭିତରୁ ମୋଟ 462 ଟଙ୍କାର 187ଟି କଏନ ବାହାର କରିଛନ୍ତି ଡାକ୍ତରମାନେ । ଡାକ୍ତରଙ୍କ କହିବା ମୁତାବକ ବ୍ୟକ୍ତିଜଣଙ୍କୁ ସିଜୋଫୋମିଆ ନାମକ ରୋଗ ରହିଛି ।

ଏହି 85 ବର୍ଷୀୟ ବ୍ୟକ୍ତିଙ୍କ ନାମ ହେଉଛି ଦୟମୋପ୍ପା ହରିଜନ । ସେ ରାୟପୁର ଜିଲ୍ଲାର ଏକ ସହରରେ ରୁହନ୍ତି । ଗତ 26 ନଭେମ୍ବର ଶନିବାର ଦିନ ପେଟ ଯନ୍ତ୍ରଣା ହେଉଥିବା କହି ମେଡିକାଲ ଆସିଥିଲେ ଦୟମୋପ୍ପା । ପୁଅ ରବିକୁମାର ତାଙ୍କୁ ଏଚଏସକେ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ସବୁ ଲକ୍ଷଣକୁ ଦେଖି ଇଣ୍ଡୋସ୍କୋପି ଓ ଏକ୍ସରେ କରାଇଥିଲେ ଡାକ୍ତର ।

ସ୍କାନ ପରେ ଜଣା ପଡିଥିଲା କି ଉକ୍ତ ବ୍ୟକ୍ତିଙ୍କ ପେଟରେ 1.2 କିଗ୍ରା କଏନ ରହିଛି । ଏହାପରେ ଅପରେସନ କରି ତାଙ୍କ ପେଟରୁ କଏନ କାଢିବାର ନିଷ୍ପତ୍ତି ନିଆ ଯାଇଥିଲା । ଡାକ୍ତରଙ୍କ କହିବା ମୁତାବକ ସିଜୋଫୋମିଆ ରୋଗରେ ପୀଡିତ ଥିବାରୁ ଦୟମୋପ୍ପାଙ୍କୁ କଏନ ଗିଳି ଦେବାର ଅଭ୍ଯାସ ଥିଲା । ସିଜୋଫୋମିଆ ରୋଗୀମାନେ ଖୁବ ଅସାମାନ୍ଯ ଭାବେ ବ୍ୟବହାର ଓ ଚିନ୍ତା କରନ୍ତି ଏବଂ ଅସାମାନ୍ଯ ଅନୁଭବ ମଧ୍ୟ କରନ୍ତି ।

ତେବେ ରହି ରୋଗୀଜଣକ ଗିଳିଥିବା କଏନରେ 56ଟି 5 ଟଙ୍କିଆ କଏନ, 51ଟି ଦୁଇ ଟଙ୍କିଆ କଏନ 80ଟି ଟଙ୍କିକିଆ କଏନ ଥିଲା । ଆପଣ କେବେ ଏଭଳି ବିରଳ ରୋଗ ବିଷୟରେ ଶୁଣିଛନ୍ତି କି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।