ଦେଖୁ ଦେଖୁ ମାଡି ଆସିଲା କାର୍ ଆଉ ସ୍ଵାମୀ ସ୍ତ୍ରୀଙ୍କୁ ପିଟି ଦେଲା, ଭୟରେ କାର୍ ଛାଡି ଦୌଡୋଳା ଡ୍ରାଇଭର, ଭାଇରାଲ ହେଉଛି ସିଷ୍ଟିଭି ଫୁଟେଜ୍, ଦେଖନ୍ତୁ video

ହଠାତ ଦ୍ରୁତଗତିରେ ମାଡି ଆସିଲା କାର୍ ଟି, ଆଉ କେହି କିଛି ବୁଝିବା ପୂର୍ବରୁ ବଡ ଅଘଟଣ ଘଟିଗଲା । ସାମ୍ନାରୁ ଆସୁଥିବା ଏକ ବାଇକକୁ କାର୍ ଟି ଜୋରରେ ପିଟିଦେଲା । ସେହି ବାଇକରେ ଦୁଇଜଣ ସ୍ଵାମୀ ସ୍ତ୍ରୀ ଥିଲେ । ବିପରୀତ ଦିଗରୁ ଆସୁଥିବା କାର୍ ଟି ସ୍ଵାମୀ ସ୍ତ୍ରୀ ବସିଥିବା ବାଇକକୁ ଏତେ ଜୋରରେ ପିଟିଲା ଯେ ସେଥିରେ ଥିବା ସ୍ଵାମୀ ସ୍ତ୍ରୀ ଦୁହେଁ ଛିଟିକି ପଡିଥିଲେ । ହେଲେ କାର୍ ଡ୍ରାଇଭର ସେମାନଙ୍କୁ ପିଟିବା ପରେ କାର୍ ଛାଡି ଦୌଡି ପଳାଇଲା ।

ତେବେ କାର୍ ଡ୍ରାଇଭର ଦୌଡିବାର କାରଣ ହେଉଛି, କାର୍ ଭିତରେ ମଦ ରହିଥିଲା । ସେହି ସମୟର ସିସିଟିଭି ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେଉଛି । ଢେଙ୍କାନାଳ ଡୁବୁରି ଟାଉନ ଭିତରେ ଦ୍ରୁତଗତିରେ ଯାଉଥିବା ଏକ କାର୍ ନିକଟସ୍ଥ ଏକ ଏଟିଏମ ପାଖରେ ଗୋଟିଏ ବାଇକକୁ ଦେଖାଦେଲା । ଉକ୍ତ ଦୁର୍ଘଟଣାରେ ଆହତ ହୋଇଥିବା ସ୍ଵାମୀ ସ୍ତ୍ରୀ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଦୁର୍ଘଟଣା ଘଟିବା ପରେ ସାହିଲୋକେ କାର୍ ଟିକୁ ଘେରିଯିବା ପରେ କାର୍ ଡ୍ରାଇଭର ଓ ଅନ୍ୟଜଣେ ବ୍ୟକ୍ତି ପାଖରେ ଥିବା କୁଟୁଣିଆ ଜଙ୍ଗଲକୁ ଦୌଡି ପଳାଇ ଯାଇଥିଲେ । ଏହା ପୂର୍ବରୁ ଏହି କାର୍ କୈବଲ୍ୟ ବଜାର ର ପରିବା ବଜାର ଠାରେ ଏକ ଇଣ୍ଡିକା କାର୍ କୁ ଦେଇ ଆସିଥିଲା । ଏହାପରେ କାର୍ ଟି ଦେଉଳସାହି ଓ ଜୁବୁଲି ଟାଉନ ଗଳିରେ ପଶି ଭାପୁର ଆଡକୁ ପଳାଇ ଯିବାକୁ ଚେଷ୍ଟା କରୁଥିଲା ।

ଏତିକି ବେଳେ ଡୁବୁରି ଟାଉନ ଭିତରେ ଏହି ଦୁର୍ଘଟଣା ଘଟାଇ ଥିଲା କାର୍ । ଯାହାର ସିସିଟିଭି ଫୁଟେଜ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରର ଭାଇରାଲ ହେବାରେ ଲାଗିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ଟାଉନ ଥାନା ପୋଲିସ କାର୍ ଟିକୁ ଜବତ କରି ନେଇଛି । ଉକ୍ତ କାର୍ ଭିତରୁ ପୋଲିସକୁ ପ୍ରବଳ ମାତ୍ରାରେ ଦେଶୀ ମଦ ମିଳିଛି । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ହେବ ବୋଲି କୁହାଯାଉଛି ।

କାର୍ ନମ୍ବରରୁ ଏହା ଅନୁଗୁଳର ବୋଲି ଲୋକେ ଅନୁମାନ କରୁଥିବା ବେଳେ ଗାଡିଟି କୋରଙ୍ଗା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କାର୍ ମଦ ଥିଲା ବୋଲି କାର୍ ର ଡ୍ରାଇଭର ଓ ଅନ୍ୟଜଣେ ବ୍ୟକ୍ତି ନିଜ ମୋବାଇଲ ମଧ୍ୟ ଘଟଣାସ୍ଥଳରେ ଫିଙ୍ଗି ପଳାଇଥିଲେ । ପୋଲିସ ମୋବାଇଲକୁ ମଧ୍ୟ ଜବତ କରି ତଦନ୍ତ ଆରମ୍ଭ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।