ATM ରେ ଦିନ କାଟୁଛନ୍ତି ବୃଦ୍ଧା, ତାଙ୍କ ଦୁଃଖ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ, ଶୁଣନ୍ତୁ ସେ କଣ କହୁଛନ୍ତି, ଦେଖନ୍ତୁ video

ମୋର କେହି ନାହାନ୍ତି ବୋଲି ମୋତେ ଘରୁ ତଡି ଦେଇଛନ୍ତି । ଏଇ ଏଟିଏମ ହେଉଛି ମୋ ଘର । ମାଗିଲେ କେହି ଯଦି କିଛି ଦେଉଛନ୍ତି ତେବେ ଯାଇ ଖାଉଛି ନହେଲେ ଉପାସ ରହୁଛି । ମୋର ପୁଅଟେ ନାହିଁ ବୋଲି ମୁଁ ଆଜି ଏତେ ହନ୍ତସନ୍ତ ହେଉଛି । ଯାହା ପାଇଁ ମୋ ମଥାରେ ସିନ୍ଦୂର ଲାଗିଛି ସେ ହିଁ ମୋତେ ଆଜି ଘରୁ ତଡି ଦେଇଛି । ମୋର ଘରବାଡି, ଦୋକାନ ଓ ବିଲ ସବୁ ନେଇଗଲେ । ସେଥିପାଇଁ ଏଇ ଏଟିଏମ ଏବେ ମୋ ପାଇଁ ସାହାରା ପାଲଟିଛି । ଏହା ହେଉଛି ଜଣେ ବୃଦ୍ଧା ମହିଳାଙ୍କ ଦୁଃଖ କାହାଣୀ ।

ଯାହାକୁ ସମ୍ପତି ଲୋଭରେ ସ୍ଵାମୀଙ୍କ ସମେତ ଶାଶୁଘର ଲୋକେ ଘରୁ ତଡି ଦେଇଛନ୍ତି । ଯାଜପୁର ଜିଲ୍ଲା ବରି ବ୍ଲକ ରାମଚନ୍ଦ୍ରପୁର ଅନ୍ତର୍ଗତ ରତୁଲାଙ୍ଗ ଗାଁର କାମିନି ମଲିକଙ୍କୁ ଏହି ବୟସରେ ସହିବାକୁ ପଡୁଛି ଏଭଳି ଦୁଃଖ । ବୟସ ତାଙ୍କର 55 ଛୁଇଁଲାଣି । ପରିବାର ଲୋକଙ୍କ ଅତ୍ୟାଚାର ସହି ନପାରି ଦୀର୍ଘ ଦିନ ହେବ ବିଞ୍ଝାରପୁର ବ୍ଯାଙ୍କ ଏଟିଏମ ରେ ଦୀର୍ଘ ମାସ ଧରି ଆଶ୍ରୟ ନେଇଛନ୍ତି କାମିନି ।

ମାଗି ଯାଚି ଖାଇ ଜୀବନ ବିତାଉଛନ୍ତି ଏହି ହତଭାଗିନୀ ବୃଦ୍ଧା । ଶୋଇବା ଠାରୁ ନେଇ ଖାଇବା ପର୍ଯ୍ୟନ୍ତ ସେଇ ଏଟିଏମ ଭିତରେ ସବୁ କରୁଛନ୍ତି କାମିନି । ସକାଳ ହେଲେ ବଜାର ସାରା ବୁଲି ଚଳିବାକୁ ଅର୍ଥ ସଂଗ୍ରହ କରୁଛନ୍ତି ଆଉ ତା’ ପରେ ଏଟିଏମ ରେ ଯାଇ ରାତି ବିଶ୍ରାମ ନେଉଛନ୍ତି । କାମିନିଙ୍କ କହିବା ଅନୁଯାୟୀ ତାଙ୍କର ଘରବାଡି ସବୁ ରହିଛି ।

କିନ୍ତୁ ତାଙ୍କର କେହି ସନ୍ତାନ ନାହାନ୍ତି ବୋଲି ତାଙ୍କୁ ଏଭଳି ଅସୁବିଧାର ସମୁଖୀନ ହେବାକୁ ପଡୁଛି ବୋଲି ସେ କହିଛନ୍ତି । ତେବେ ଗଣମାଧ୍ୟମ ବୃଦ୍ଧାଙ୍କ ବିଷୟରେ ଜାଣିବା ପରେ ସେମାନେ ସ୍ଥାନୀୟ ଥାନାଧିକାରୀଙ୍କ ସହ କଥା ହୋଇଥିଲେ । ବୃଦ୍ଧାଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ଘରକୁ ପଠାଇବା ପାଇଁ ଚେଷ୍ଟା କରିଥିଲେ ଥାନାଧିକାରୀ । ହେଲେ କାମିନି ଘରକୁ ଯିବା ପାଇଁ ମନା କରି ଦେଇଥିଲେ । ସେପଟେ ବୃଦ୍ଧାଶ୍ରମରେ କାମିନିଙ୍କୁ ଥଇଥାନ କରିବା ପାଇଁ ଥାନାଧିକାରୀ ଯୋଗାଯୋଗ କରିଛନ୍ତି ।

ଯଥାଶୀଘ୍ର ତାଙ୍କୁ ଆଶ୍ରମକୁ ପଠାଯିବ ବୋଲି ସେ କହିଛନ୍ତି । ତେବେ ପରିଣତ ବୟସରେ ଏମିତି କଷ୍ଟ କାହାରିକୁ ନମିଳୁ । ସବୁ ଥାଇ ମଧ୍ୟ ଅସହାୟ ହୋଇ ପଡି ରହିବାର ଦୁଃଖ କେବଳ କାମିନିଙ୍କ ଭଳି ବୃଦ୍ଧ ବୃଦ୍ଧାଙ୍କୁ ହିଁ ଜଣା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।