ହିନ୍ଦୁ ହୋଇ କରୁଛନ୍ତି କି ଏମିତି ଭୁଲ୍ ? ଯାହା ହେଉ ପଛେ ମନ୍ଦିରରେ ଏମିତି ଭୁଲ୍ କେବେବି କରନ୍ତୁ ନାହିଁ, ବାବା ଦିବାକର ଦାସ

ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କେତୋଟି ନିୟମ ରହିଛି ଯାହା ନିହାତି ଭାବେ ପାଳନ କରିବା ଉଚିତ । ସେହି ସବୁ ନିୟମକୁ ସାମାନ୍ୟ ଭାବି ଆମେ ଧ୍ୟାନ ଦେଇ ନଥାଉ । କିନ୍ତୁ ଏହାଦ୍ବାରା ଭଗବାନଙ୍କ ସହ ଧର୍ମର ଅପମାନ ହୋଇଥାଏ । ମନ୍ଦିରରେ ଦିଅଁଙ୍କ ସମୁଖରେ କେବେବି ଚପଲ ରଖନ୍ତୁ ନାହିଁ ଓ ପାଦକୁ ଭଲ ଭାବେ ଧୋଇ ଶୁଦ୍ଧ ହୋଇ ମନ୍ଦିର ଭିତରକୁ ଯାଆନ୍ତୁ । ମନ୍ଦିର ପାହାଚ ଉଠିବା ବେଳେ ପାହାଚକୁ ଦକ୍ଷିଣ ହାତରେ ଛୁଇଁ ପ୍ରମାଣ କରି ତା’ ପରେ ଚଢନ୍ତୁ ।

ପ୍ରଥମେ ମନ୍ଦିର ବାହାରେ ଥିବା ବାହାନଙ୍କୁ ସ୍ପର୍ଶ କରି ତା’ପରେ ଯାଇ ଆରାଧ୍ୟଙ୍କ ପାଖକୁ ଯାଆନ୍ତୁ । ମନ୍ଦିରରେ ଦିଅଁଙ୍କ ସମୁଖରେ କେବେବି ଗୋଡ ଲମ୍ବାଇ ବସନ୍ତୁ ନାହିଁ କି ଶୁଅନ୍ତୁ ନାହିଁ । ମନ୍ଦିରର ଘଣ୍ଟି ବଜାଇବା ପରେ ପ୍ରଣିପାତ କରନ୍ତୁ ଓ ସବୁଠୁ ବଡ କଥା ହେଲା ମନ୍ଦିର ବନ୍ଦ ଥିବା ସମୟରେ କେବେବି ଘଣ୍ଟି ବଜାନ୍ତୁ ନାହିଁ । ସିନ୍ଦୂର ଲଗାଇ ସାରିବା ପରେ ହାତକୁ କେବେବି କାନ୍ଥରେ ବୋଳନ୍ତୁ ନାହିଁ ।

ଯଦି ମନ୍ଦିରରେ କିମ୍ବା ଅନ୍ୟ କେଉଁଠି ପାଦୁକ, ବେଲପତ୍ର ଓ ତୁଳସୀ ପତ୍ର ଆଦି ପଡିଥିବାର ଦେଖନ୍ତି ତେବେ ତାହା ଉଠାଇ ଅନ୍ୟତ୍ର ପକାଇ ଦିଅନ୍ତୁ । ସେଗୁଡିକ ଯେପରି କାହା ପାଦ ସ୍ପର୍ଶରେ ନଆସେ ଏହାର ଧ୍ୟାନ ରଖନ୍ତୁ । ଯଦି ମନ୍ଦିର ଧୂଳିମଳି ଅବସ୍ଥାରେ ଦେଖୁଛନ୍ତି ତେବେ ନିଜେ ଝାଡୁ ଧରି ମନ୍ଦିର ପରିଷ୍କାର କରିବାର ଅଭ୍ଯାସ କରନ୍ତୁ ।

କାହିଁକି ନା ମନ୍ଦିର ଆମର ଓ ମନ୍ଦିର ଯତ୍ନ ଓ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ଵ । ମନ୍ଦିରର ଗର୍ଭ ଗୃହରେ ଥିବେଳେ କୌଣସି ଜିନିଷ ଖାଆନ୍ତୁ ନାହିଁ କି ବଡ ପାଟିରେ ମଧ୍ୟ କଥାବାର୍ତ୍ତା କରନ୍ତୁ ନାହିଁ । ଆବଶ୍ୟକ ସ୍ଥଳେ ମନ୍ଦିର ବାହାରେ କିଛି ମନ୍ତ୍ର ପାଠ ଆମେ କରିଥାଉ, କିନ୍ତୁ ଜୋତା ସମୁଖରେ ରଖି କୌଣସି ମନ୍ତ୍ର ପାଠ କରନ୍ତୁ ନାହିଁ ।

କାରଣ ଏସବୁ ହିନ୍ଦୁ ଧର୍ମର ଅସଲତାକୁ ଦର୍ଶାଏ । ପୁରୁଷମାନେ ମଧ୍ୟ ଯଥାସମ୍ଭବ ମନ୍ଦିରରେ ପୂର୍ଣ୍ଣାଙ୍ଗ ଲୋଟି ଦଣ୍ଡବତ କରିବା ଉଚିତ । ଆଗରୁ ଶୋଇ ପ୍ରମାଣ କରୁଥିଲେ, ତା’ପରେ ଲୋକେ ନଇଁକି ପ୍ରମାଣ କଲେ ଏବେ ଠିଆ ଠିଆ ପ୍ରଣାମ କରୁଛନ୍ତି । ଆଉ ଦିନ ଆସିବ ଲ୍କେ ପ୍ରଣାମ କରିବା ମଧ୍ୟ ଭୁଲିଯିବେ ।

ଆଗରୁ ଗୋଡ ବାଜିଲେ ପିଲାମାନେ ବିଷ୍ଣୁ ବୋଲି କହୁଥିଲେ । କିନ୍ତୁ ଏବେ ତାହା ମଧ୍ୟ ଲୋପ ପାଇଗଲାଣି । ଆମ ପିଲାଙ୍କୁ ଏସବୁ କଥାର ମର୍ମ ଶିକ୍ଷା ଦେବା ଉଚିତ । ଗୀତା, ଭାଗବତ ପାଠ କରିବା ଓ ସେସବୁର ନିୟମ ମାନିବା ପିଲାବେଳୁ ଶିକ୍ଷା କରିବା ଉଚିତ ।

ନଚେତ ସମୟ ସହିତ ସେସବୁ ଲୋପ ପାଇଯାଉଛି । ଫଳରେ ହିନ୍ଦୁତ୍ଵ ମଧ୍ୟ ଲୋପ ପାଉଛି । ଭଗବାନଙ୍କ ପାଇଁ ଭକ୍ତି ସହକାରେ ସମସ୍ତ କିଛି କରନ୍ତୁ ଓ ଆଶୀର୍ବାଦ ପାଆନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।