ପେଟ ଫୁଲୁଥିବାର ଦେଖି ମା ପଚାରିଲେ ଇଏ କଣ ? ତ ଝିଅ କହିଲା – ‘ମୁଁ ମୁହଁ ଦେଖାଇବା ଯୋଗ୍ୟ ନାହିଁ ମା’ !

କହିବାକୁ ଗଲେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି । ଯେଉଁଠି ରେପ ପରେ ନାବାଳିକ ଝିଅ ୬ ମାସର ଗର୍ଭବତୀ ଅଟେ ବୋଲି ଖବର ସାମ୍ନାକୁ ଆସୁଛି । ମାମଲା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ପେଟ ଫୁଲୁଥିବାର ଦେଖି ମା’ ପଚାରିଥିଲେ । ଏହା ପରେ ପରିଜନମାନେ ପୋଲିସ ଷ୍ଟେସନରେ ଆରୋପି ଯୁବକ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ଓ ତାକୁ ଗିରଫ ବି କରି ନିଆଯାଇଛି ଓ ବର୍ତ୍ତମାନ ପୀଡ଼ିତାକୁ ମେଡିକାଲ ଚେକଅପ ପାଇଁ ପଠାଇ ଦିଆଯାଇଛି ।

ଲଲିତପୁରର ଜଖୌରା ଥାନା କ୍ଷେତ୍ରରେ ୧୬ ବର୍ଷର କଳ୍ପନା (ବଦଳିଥିବା ନାମ) ୧୩ ଜାନୁୟାରୀ ର ଦ୍ଵିପ୍ରହରରେ ଚାଷ ଜମିରେ ଏକୁଟିଆ ଥିଲା । ଏହି ସମୟରେ ଗ୍ରାମର ନିବାସୀ ବୀର ସିଂହ କୋଦାଳ ନେଇ ଆସିଲା ଓ ଜୀବନରୁ ମାରି ଦେବାର ଧମକ ଦେଇ ତାହା ସହିତ ରେପ କରିଲା । ଏହା ପରେ ତାକୁ ଧମକ ବି ଦେଲା କି ଯଦି ସେ କାହାକୁ କିଛି କହିବ ତେବେ ସେ ତାକୁ ଜୀବନରୁ ମାରିଦେବ ।

ପୀଡ଼ିତା ଅନୁସାରେ, ଆରୋପି କହିଲା କି ତାହାର ଭାଇ ପୂର୍ବରୁ ହିଁ ଏକ ମହିଳାର ହତ୍ୟା କରିଛି । ଯଦି ସେ କାହାକୁ କିଛି କହିବ ତେବେ ତା ଭାଇ ତାକୁ ବି ମାରିଦେବ । ଧମକରେ ଡରି ଯାଇ ପୀଡ଼ିତା ଘଟଣା ବିଷୟରେ କାହାକୁ କିଛି କହିଲା ନାହିଁ । କିନ୍ତୁ କିଛି ସମୟ ପରେ ତାହାର ପେଟ ଫୁଲିବାକୁ ଲାଗିଲା । ଏହା ପରେ ସେ ପେଟ ଫୁଲିବା ଓ କଷ୍ଟ ହେବାରୁ ନିଜ ମାକୁ କହିଲା ।

ଏହା ପରେ ମା ଯେତେବେଳେ ଡାକ୍ତରକୁ ଦେଖାଇଲେ ତେବେ ଜଣା ପଡିଲା କି ଝିଅ ଗର୍ଭବତୀ ଅଛି । ଏହା ଶୁଣି ପରିଜନମାନଙ୍କ ହୋସ ଉଡିଗଲା । ଏହା ପରେ ମା’ ରାଗି ଯାଇ ପଚାରିଲେ ତ ଝିଅ ପୁରା ଘଟଣା ବିଷୟରେ କହିଲା । ଏହା ପରେ ପରିଜମାନେ ପୋଲିସକୁ ଏହି ସବୁ ମାମଲା ବିଷୟରେ କହିଲେ । ଏହା ପରେ ପୋଲିସ ଆରୋପିକୁ ଗିରଫ୍ ବି କରି ନେଇଛନ୍ତି ।

ବର୍ତ୍ତମାନ ପୀଡ଼ିତାକୁ ମେଡିକାଲ ଚେକଅପ ପାଇଁ ପଠାଇ ଦିଆ ଯାଇଛି । ଗର୍ଭବତୀ କଥା ସାମ୍ନାକୁ ଆସିବା ପରେ ପୀଡ଼ିତା ଜଣକ ପୂରାପୂରି ଭାଙ୍ଗି ଯାଇଛି । ପୀଡିତା ଜଣକ କହିଲା କି ସେ ଘରର ସବୁଠୁ ବଡ ଅଟେ । ତାହାର ଛୋଟ ତିନୋଟି ଭାଇ – ଭଉଣୀ ଅଟନ୍ତି । ବର୍ତ୍ତମାନ ସେ ଘରେ କାହାକୁ ବି ମୁହଁ ଦେଖାଇ ପାରିବ ନାହିଁ ।