ଯେଉଁ ଲୋକମାନେ ରୁଟିରେ ଘିଅ ଲଗାଇ ଖାଇବାକୁ ପସନ୍ଦ କରନ୍ତି, ଥରେ ନିଶ୍ଚୟ ପଢି ନିଅନ୍ତୁ ଏହି ଖବର

ସାଧାରଣତଃ ଅଧିକାଂଶ ଭରତୀୟମାନେ ରୁଟିରେ ଘିଅ ଲଗାଇ ଖାଇବାକୁ ପସନ୍ଦ କରନ୍ତି । ସାଧାରଣତଃ ହିନ୍ଦୁ ଧର୍ମରେ ପ୍ରାୟ ବହୁତ ଖାଇବା ଘିଅ ବିନା ଅଧୁରା ହୋଇଥାଏ । ଆୟୁର୍ବେଦ ଅନୁସାରେ ଘିଅ ଖାଇବା ପାଇଁ ଏକ ସମୟ ଥାଏ । ଯେତେବେଳେ ଆମେ ଖାଦ୍ୟ ଖାଇବା ଆରମ୍ଭ କରୁ ସେତେବେଳ ଆମକୁ ପ୍ରଥମ ଭାରି ଭୋଜନ ପରୋଷା ଯାଇଥାଏ । ପରେ ଆମେ ମିଠା ଖାଇ ଭୋଜନର ସମାପ୍ତି କରିଥାଉ ।

ବହୁତ ଲୋକ ନିଜର ଓଜନ ବଢିବା ଡରରେ ଘିଅ ଜାତୀୟ ଖାଦ୍ୟ ଖାଆନ୍ତି ନାହିଁ । ଯଦି ଗାଈ ଘିଅର ସେବନ ନିୟମିତ ରୂପେ କରାଯିବ ତେବେ ଓଜନ ନିୟନ୍ତ୍ରିତ ରହିଥାଏ ଓ ସବୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ଘିଅକୁ ଭୋଜନ ପୂର୍ବରୁ ବା ଭୋଜନ ସମୟରେ ଖାଇବା ଦରକାର । ନଚେତ ଏହା ଆମର ପାଚନ ପକ୍ରିୟାକୁ ପ୍ରଭାବିତ କରାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ରୁଟିରେ ଘିଅ ଲଗାଇ ଖାଇଲେ କଣ ସବୁ ଫାଇଦା ମିଳିଥାଏ ।

୧. ଯଦି ଆପଣ ସବୁଦିନ ରୁଟିରେ ଘିଅ ଲଗାଇ ଖାଇବେ ତେବେ ଏହା ଦ୍ଵାରା କେବେବି ଆପଣଙ୍କୁ ପେଟରେ ଯନ୍ତ୍ରଣା ହେବ ନାହିଁ ।

୨. ଯେଉଁ ଲୋକମାନଙ୍କର ଓଜନ ବଢୁ ନାହିଁ ସେମାନେ ରୁଟିରେ ଘିଅ ଲଗାଇ ଖାଇଲେ ଓଜନ ବଢିଥାଏ ଓ ଶରୀରରେ ଶକ୍ତି ଆସିଥାଏ ।

୩. ରୁଟିରେ ଘିଅ ଲଗାଇ ଖାଇଲେ ଆମର ହାଡ ମଝବୁତ ହୋଇଥାଏ । ଏହା ସହିତ ଚୁଟି ଝଡିବାର ସମସ୍ୟା ମଧ୍ୟ ରହିନଥାଏ ।

୪. ରୁଟିରେ ଘିଅ ଲଗାଇ ଖାଇଲେ ଏହା ରକ୍ତରେ ଜମା ହୋଇଥିବା କ୍ୟାଲସିୟମକୁ ସଫା କରିଥାଏ ଓ ଆପଣଙ୍କ ଇମ୍ୟୁନ ସିଷ୍ଟମ କୁ ମଧ୍ୟ ମଝବୁତ କରିଥାଏ ଯାହା ଦ୍ଵାରା ଆପଣଙ୍କୁ କୌଣସି ରୋଗ ସହଜରେ ହୋଇ ନଥାଏ ।

୫. ଘିଅ ଆପଣଙ୍କ ଶରୀରରେ ଥିବା ଚର୍ବିକୁ ଭିଟାବିନରେ ପରିବର୍ତ୍ତନ କରିଥାଏ । ଡାଲି ଓ ପରିବା ଜାତୀୟ ଖାଦ୍ୟରେ ଘିଅ ପକାଇ ଖାଇବା ବହୁତ ଲାଭ ଦାୟକ ଅଟେ ।