କେମିତି କମିବ ପେଟ ? ଜାଣନ୍ତୁ ମୋଟାପଣ କମ କରିବାର ସବୁଠୁ ବେସ୍ଟ ଉପାୟ – Health Tips

ସାଧାରଣ ଭାବରେ ମନୁଷ୍ୟକୁ ସବୁବେଳେ ଗୋଟିଏ ଚିନ୍ତା ଜୀବନ ସାରା ହଇରାଣ କରିଥାଏ । ଏହା ହେଉଛି ମୋଟାପଣ ବା ବଡ ପେଟ । ଏହି ପେଟକୁ କମାଇବା ପାଇଁ ସମସ୍ତେ ବହୁତ ଚିନ୍ତାରେ ପଡିଯାଆନ୍ତି କିନ୍ତୁ ଏହା କେବଳ ଆମର ଖରାପ ଦିନ ଚର୍ଯ୍ୟା ବା ଭୁଲ ଖାଦ୍ୟ ପେୟ ଦ୍ଵାରା ହୋଇଥାଏ । ଆଜିକାଲିର ଜୀବନ ଶୈଳୀ ଅର୍ଥାତ ଘରେ ବସି କାମ କରିବା କୌଣସି ବୁଲାବୁଲି ନ କଲେ ମୋଟାପଣ ବୃଦ୍ଧି ହୋଇଥାଏ ।

ଯଦି ମନୁଷ୍ୟ କିଛି କାମ ନକରି ବସି ରୁହେ ତେବେ ତାର ଦେହରେ ଚର୍ବି ବୃଦ୍ଧି ହୋଇ ଶରୀର ଚାରିଆଡେ ବୃଦ୍ଧି ହୋଇ ଶରୀର ମୋଟା ହୋଇଥାଏ । ଆପଣ ଖାଦ୍ୟଖାଇ ସଙ୍ଗେ ସଙ୍ଗେ ଶୋଇବାକୁ ଗଲେ ଖାଦ୍ୟ ଠିକ ଭାବରେ ହଜମ ନ ହୋଇ ଚର୍ବି ବୃଦ୍ଧି ହୋଇଥାଏ ।

ଏଥିପାଇଁ ଖାଦ୍ୟ ଖାଇସାରିବା ପରେ ଟିକିଏ ଚାଲିବା ଉଚିତ ଯାହାଫଳରେ କି ଶରୀରରେ ଚର୍ବି ବୃଦ୍ଧି ହୋଇନଥାଏ । ମୋଟାପଣ କମାଇବା ପାଇଁ ହେଲେ ଆପଣଙ୍କୁ ଚିନି , ମଇଦା , ଲୁଣକୁ କମ ମାତ୍ରାର ସେବନ କରନ୍ତୁ । ବହୁତ ତେଲ ମସଲା ଜାତୀୟ କମ ସେବନ କରନ୍ତୁ । ଶିଝା ଜିନିଷ ଖାଆନ୍ତୁ ଓ କମ ଖାଦ୍ୟ ଖାଆନ୍ତୁ ଅର୍ଥାତ ଆବଶ୍ୟକ ମୁତାବକ ଖାଦ୍ୟ ଖାଆନ୍ତୁ ତାଠାରୁ ଅଧିକ ଖାଆନ୍ତୁ ନାହିଁ । ଆପଣ ଏଥିପାଇଁ ସାଲାଡ ଓ ଫାଇବାର ଓ ଫ୍ୟାଟି ଏସିଡ ଜାତୀୟ ଖାଦ୍ୟ ଖାଆନ୍ତୁ ।

ଏହାଦ୍ବାରା ଆପଣଙ୍କ ହାର୍ଟ ଠିକ ରୁହେ । ଆପଣ ପ୍ରତି ଦିନ ସକାଳୁ ବ ସନ୍ଧ୍ୟା ବେଳେ ନିହାତି କିଛି ସମୟ ବ୍ୟାୟାମ କରନ୍ତୁ ମୋଟାପଣ କମିବ ଓ ଶରୀର ସୁସ୍ଥ ରହିବ । ଆପଣଙ୍କ ହଜମ ଶକ୍ତି କମି ଯାଉଛି ଓ ଯାହା ଖାଉଛନ୍ତି ତାହା ଦେହରେ ଲାଗୁନାହିଁ ତେବେ ଆପଣ ଯାହା ବି ଖାଆନ୍ତୁ ନା କାହିଁକି ଘରେ ନ ବସି ନିଜର ଛୋଟ ଛୋଟ କାମ ନିଜେ କରନ୍ତୁ ଯାହାଫଳରେ କି ଆପଙ୍କ ଶରୀର କାର୍ଯ୍ୟକ୍ଷମ ରହିବ ଯାହାଫଳରେ ଆପଣଙ୍କ  ଶରୀରରେ ଚର୍ବି ବୃଦ୍ଧି ନହୋଇ ମୋଟା ପଣ କମିଯାଏ ।

ଆପଙ୍କୁ ଭୋକ ଠିକ ସମୟରେ ଲାଗୁନାହିଁ ଏହାର ମୁଖ୍ୟକାରଣ ହେଉଛି ଏସିଡିଟି ଏହି ଏସିଡିଟିକୁ କମାଇବା ପାଇଁ ଆପଣ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଓ ଠିକ ସମୟରେ ଉଚିତ ଖାଦ୍ୟ ଖାଆନ୍ତୁ । ଆପଣ ବାହାର ଖାଦ୍ୟ କମ ଖାଆନ୍ତୁ କାହିଁକି ନା ଏଥିରେ ନିମ୍ନମାନର ତେଲ ବ୍ୟବହାର ହୋଇଥାଏ ଓ ଏହି ତେଲକୁ ବହୁତ ଦିନ ଧରି ବ୍ୟବହାର ହୋଇଥାଏ ଯାହାଫଳରେ କି ଶରୀର ଅସୁସ୍ଥ ହୋଇଥାଏ ଓ ହଜମ ଶକ୍ତି ନଷ୍ଟ ହୋଇ ମୋଟାପଣ ବୃଦ୍ଧି ହୋଇଥାଏ ।

ଶରୀରରେ ମୋଟାପଣ ରହିଲେ ଶରୀର ଅଳସୁଆ ହୋଇଯାଏ । ମୋଟା ପଣ ଦ୍ଵାରା ଡାଇବେଟିସ , ଗାଷ୍ଟିକ ଓ ହୃଦଘାତ ଭଳି ରୋଗ ବହୁତ ଜଲ୍ଦି ହୋଇଥାଏ । ଏମିତିରେ ଆଜି କଲି ସମସ୍ତେ ଫାଷ୍ଟ ଫୁଡ ପ୍ରତି ବହୁତ ଆକର୍ଷିତ  ହୋଇଥାଆନ୍ତି ଓ ବିଭନ୍ନ ପ୍ରକାରର ମଇଦା ଜିନିଷ ତଥା କେକ ଏହିଭଳି ବହୁତ ଜିନିଷ ପ୍ରତେକ ଖାଇବା ଦ୍ଵାର ଆମ ପେଟ ବଢେ ବା ମୋଟାପଣ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।